କେଶ, ମୁହଁ ଓ ନଖରୁ ହୋଲି ରଙ୍ଗ ଛଡ଼ାଇବା ପାଇଁ ଆପଣାନ୍ତୁ ଏହି ସରଳ ଟିପ୍ସ

ହୋଲିରେ ଅନେକ ଫଗୁ ତଥା ପ୍ରାକୃତିକ ରଙ୍ଗ ପରିବର୍ତ୍ତେ ରାସାୟନିକ ରଙ୍ଗକୁ ଅନ୍ୟ ଦେହରେ ବୋଳି ମଜା ନେଇଥାନ୍ତି। ତେବେ ରାସାୟନିକ ରଙ୍ଗ ତ୍ବଚାର ସୁନ୍ଦରତାକୁ ବିଗାଡ଼ି ଦିଏ। ସେହିପରି ରଙ୍ଗ ଯୋଗୁଁ ତ୍ବଚାରେ ଆଲର୍ଜି ସମସ୍ୟା ବି ଦେଖାଦିଏ। ଏଣୁ ରଙ୍ଗ ଖେଳ ସହ ତ୍ବଚାକୁ ସୁରକ୍ଷିତ ରଖିବା ଜରୁରୀ। କେତେକ ଦିଗ ପ୍ରତି ଯତ୍ନବାନ ହେଲେ ହୋଲି ପରେ ତ୍ବଚା, କେଶ ଓ ନଖ ମଧ୍ୟ ସୁନ୍ଦର ଦେଖାଯିବ। ତ୍ବଚା ହୋଲି ଖେଳୁଥିଲେ ରସାୟନ […]

କେଶ, ମୁହଁ ଓ ନଖରୁ ହୋଲି ରଙ୍ଗ ଛଡ଼ାଇବା ପାଇଁ ଆପଣାନ୍ତୁ ଏହି ସରଳ ଟିପ୍ସ
Follow these simple tips to remove Holi colors from hair, face and nails

ହୋଲିରେ ଅନେକ ଫଗୁ ତଥା ପ୍ରାକୃତିକ ରଙ୍ଗ ପରିବର୍ତ୍ତେ ରାସାୟନିକ ରଙ୍ଗକୁ ଅନ୍ୟ ଦେହରେ ବୋଳି ମଜା ନେଇଥାନ୍ତି। ତେବେ ରାସାୟନିକ ରଙ୍ଗ ତ୍ବଚାର ସୁନ୍ଦରତାକୁ ବିଗାଡ଼ି ଦିଏ। ସେହିପରି ରଙ୍ଗ ଯୋଗୁଁ ତ୍ବଚାରେ ଆଲର୍ଜି ସମସ୍ୟା ବି ଦେଖାଦିଏ। ଏଣୁ ରଙ୍ଗ ଖେଳ ସହ ତ୍ବଚାକୁ ସୁରକ୍ଷିତ ରଖିବା ଜରୁରୀ। କେତେକ ଦିଗ ପ୍ରତି ଯତ୍ନବାନ ହେଲେ ହୋଲି ପରେ ତ୍ବଚା, କେଶ ଓ ନଖ ମଧ୍ୟ ସୁନ୍ଦର ଦେଖାଯିବ।

ତ୍ବଚା

ହୋଲି ଖେଳୁଥିଲେ ରସାୟନ ମୁକ୍ତ ହର୍ବାଲ ରଙ୍ଗକୁ ଗୁରୁତ୍ବ ଦିଅନ୍ତୁ।ରଙ୍ଗ ଖେଳିବା ପରେ ତ୍ବଚା ଶୁଷ୍କ ହୋଇଯାଏ ଓ କୁଣ୍ଡେଇ ହୁଏ। ଏଣୁ କ୍ଷୀର ସରରେ ଲେମ୍ବୁ ରସ ମିଶାଇ ଲଗାନ୍ତୁ।ରଙ୍ଗ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ହୋଲି ଖେଳ ପରେ ଦହିରେ ହଳଦୀ ଓ ମହୁ ମିଶାଇ ଲଗାନ୍ତୁ। ଏହା ଦ୍ବାରା ତ୍ବଚା କୋମଳ ରହିବ। ମୁହଁରେ ଅତ୍ୟଧିକ ରଙ୍ଗ ଲାଗିଥିଲେ, ତାହାକୁ ଛଡ଼ାଇବାରେ ସମସ୍ୟା ହୋଇଥାଏ। ମୁହଁକୁ ରଗଡ଼ି ଘଷିବା ବଦଳରେ ଟମାଟୋରେ ମୁହଁକୁ ହାଲ୍‌କା ଘଷନ୍ତୁ। ଏହା ଦ୍ବାରା ରଙ୍ଗ ଛାଡ଼ିଯିବ।

ନଖ

ସେହିପରି ହୋଲିର ରଙ୍ଗ ନଖ ଉପରେ ବି ପ୍ରଭାବ ପକାଏ। ଏଣୁ ଥଣ୍ଡା ପାଣିରେ ପ୍ରଥମେ ନଖକୁ ସଫା କରନ୍ତୁ।ଏହା ପରେ ବାଦାମ ତେଲରେ ଲେମ୍ବୁ ରସ ମିଶାନ୍ତୁ। ଏହାକୁ ହାତରେ ଭଲ ଭାବେ ଲଗାଇ ଘଷିଲେ ରଙ୍ଗ ଛାଡିଯିବ।

କେଶ

ହୋଲି ରଙ୍ଗରେ କେଶ ରୁକ୍ଷ ହୋଇଥାଏ ଓ କେଶ ଝଡ଼ା ସମସ୍ୟା ବି ବୃଦ୍ଧି ପାଏ। ରଙ୍ଗ ଖେଳିବା ପରେ ଥଣ୍ଡା ପାଣିରେ ମୁଣ୍ଡକୁ ଭଲଭାବେ ଧୁଅନ୍ତୁ।ରାଶି ତେଲ ଗରମ କରନ୍ତୁ। ସେଥିରେ ଅଣ୍ଡାର ଧଳା ଅଂଶ ମିଶାଇ କେଶରେ ଅଧ ଘଣ୍ଟା ଲଗାଇ ସାମ୍ପୁ କରନ୍ତୁ।