କେଶକୁ ରଖନ୍ତୁ ସୁସ୍ଥ

ନିଜ କେଶକୁ ସୁନ୍ଦର ତଥା ହେଲ୍‌ଦି କରିବା ଲାଗି କିଏ ବା ନଚାହେଁ । ଏଥିପାଇଁ ଲୋକେ ବିଭିନ୍ନ ପ୍ରକାରର ହେୟାର୍‌ କେୟାର୍‌ ପ୍ରଡକଫ ବ୍ୟବହାର କରିଥାଆନ୍ତି । ହେଲେ ଏସବୁର ବ୍ୟବହାର ଅନେକ ସମୟରେ ଆମ କେଶକୁ ମଜଭୁତ କରିବା ପରିବର୍ତ୍ତେ ଖରାପ କରିଦିଏ । ଯାହାଫଳରେ କେଶ ଝଡିବା, ଦୋମୁହାଁ ହୋଇଯିବା, ଶୁଷ୍କ ହେବା ଆଦି ଭଳି ଅନେକ ସମସ୍ୟା ଦେଖିବାକୁ ମିଳେ । ମାତ୍ର ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଆଲୋବେରା […]

କେଶକୁ ରଖନ୍ତୁ ସୁସ୍ଥ
କେଶକୁ ରଖନ୍ତୁ ସୁସ୍ଥ

ନିଜ କେଶକୁ ସୁନ୍ଦର ତଥା ହେଲ୍‌ଦି କରିବା ଲାଗି କିଏ ବା ନଚାହେଁ । ଏଥିପାଇଁ ଲୋକେ ବିଭିନ୍ନ ପ୍ରକାରର ହେୟାର୍‌ କେୟାର୍‌ ପ୍ରଡକଫ ବ୍ୟବହାର କରିଥାଆନ୍ତି । ହେଲେ ଏସବୁର ବ୍ୟବହାର ଅନେକ ସମୟରେ ଆମ କେଶକୁ ମଜଭୁତ କରିବା ପରିବର୍ତ୍ତେ ଖରାପ କରିଦିଏ । ଯାହାଫଳରେ କେଶ ଝଡିବା, ଦୋମୁହାଁ ହୋଇଯିବା, ଶୁଷ୍କ ହେବା ଆଦି ଭଳି ଅନେକ ସମସ୍ୟା ଦେଖିବାକୁ ମିଳେ । ମାତ୍ର ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଆଲୋବେରା ଜେଲ୍‌ ଏକ ଭଲ ବିକଳ୍ପ ରୂପେ ସାବ୍ୟସ୍ତ ହେବ । ସାଧାରଣତଃ କେଶକୁ ହେଲ୍‌ଦି କରିବା ଲାଗି ଆଲୋବେରା ଜେଲ୍‌ର ବ୍ୟବହାର ବିଷୟରେ ହୁଏତ ସମସ୍ତେ ଜାଣିଥିବେ । ମାତ୍ର ଏହାକୁ ବ୍ୟବହାର କରିବାର ଏକ ନିର୍ଦ୍ଦିଷ୍ଟ ଉପାୟ ରହିଛି, ଯାହାକୁ ଆପଣାଇଲେ ଖୁବ୍‌ଶୀଘ୍ର ଆପଣଙ୍କର କେଶ ମଜଭୁତ ହୋଇପାରିବ । ଏଥିପାଇଁ ପ୍ରଥମେ ଆପଣଙ୍କର ବ୍ୟବହୃତ ହେୟାର୍‌ ଅଏଲ୍‌କୁ ସାମାନ୍ୟ ରୂପେ ଗରମ କରିଦିଅନ୍ତୁ । ଏକ ପାତ୍ରରେ ୫ ଚାମଚ ତେଲ ଓ ୩ ଚାମଚ୍‌ ଆଲୋବେରା ଜେଲ୍‌ର ମିଶ୍ରଣ ପ୍ରସ୍ତୁତ କରି କେଶରେ ଲଗାନ୍ତୁ । ଏପରି କରିବା ଦ୍ୱାରା ଖୁବ୍‌ କମ୍‌ ଦିନ ମଧ୍ୟରେ କେଶର ଉଜ୍ଜ୍ୱଳତା ଫେରିପାଇବେ । ସେହିଭଳି ଖରା ଦିନେ ଗରମ କାରଣୁ କେଶ ମୂଳରେ ଝାଳ ଯମିବା ଦ୍ୱାରା ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ । ତେଣୁ କେଶକୁ ସର୍ବଦା ଶୁଖିଲା ରଖିବାକୁ ଚେଷ୍ଟା କରନ୍ତୁ । ସପ୍ତାହକୁ ଦୁଇଥର ଧୋଇ ପାରିବେ । କେଶ ଝାଳରେ ଓଦା ହେବା ସଙ୍ଗେସଙ୍ଗେ ଏହାକୁ ଶୁଖାନ୍ତୁ ।