କୋଟାରେ ବଡ ଅଘଟଣ, ଶୋଭାଯାତ୍ରାରେ ବିଦ୍ୟୁତ୍ ଆଘତ୍‌ ୧୪ ଶିଶୁ ଆହତ

ନୂଆଦିଲ୍ଲୀ ୦୮।୦୩: ମହାଶିବରାତ୍ରୀ ଦିନ ରାଜସ୍ଥାନର କୋଟାଠାରେ ଏକ ଦୁଃଖଦ ଘଟଣା ଘଟିଥିଲା। ଏଠାରେ, ଶିବଙ୍କ ଶୋଭାଯାତ୍ରା କରିବା ସମୟରେ ବିଦ୍ୟୁତ ଆଘାତ ଯୋଗୁଁ ୧୪ ପିଲା ଜଳି ଯାଇଥିଲେ। ସମସ୍ତ ଆହତଙ୍କୁ ତୁରନ୍ତ କୋଟାର ଏମବିଏସ୍ ହସ୍ପିଟାଲକୁ ନିଆଯାଇଥିଲା। ଏନେଇ ଲୋକସଭା ବାଚସ୍ପତି ଓମ ବିରଲା ମଧ୍ୟ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ସୂଚନା ଅନୁଯାୟୀ, ରାତି ପ୍ରାୟ ୧୨.୩୦ଟା ବେଳେ କୁହ୍ନାଡି ଥର୍ମାଲ୍ ଛକ ନିକଟରେ ଏହି ଘଟଣା ଘଟିଥିଲା।  ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତୁରନ୍ତ ଆହତ ପିଲାମାନଙ୍କୁ ଏମବିଏସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯେଉଁଠାରେ ଡାକ୍ତରମାନେ ସେମାନଙ୍କ ଚିକିତ୍ସା କରୁଛନ୍ତି। କୁହାଯାଉଛି ଯେ ୧୪ ଜଣ ଆହତ ଶିଶୁଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ଶୋଭାଯାତ୍ରା ସମୟରେ ଅନେକ ପିଲା ଧାର୍ମିକ ପତାକା ଧରିଥିଲେ। ଏହି ସମୟ ମଧ୍ୟରେ ସବୁ ପିଲା ଧାର୍ମିକା ପତାକା ଧରି ଛାଲୁଥିଲେ। ସେହି ସମୟରେ ହାଇ ଟେସନକୁ ଛୁଇଁଥିଲା। ଏହି କାରଣରୁ କରେଣ୍ଟ ଦ୍ରୁତ ଗତିରେ ବ୍ୟାପିଗଲା ଏବଂ ଅନେକ ପିଲା ଏହା ଦ୍ଵାରା ପ୍ରଭାବିତ ହୋଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଡାକ୍ତରୀ ଦଳଙ୍କୁ ସତର୍କ କରାଯାଇଥିଲା। କୁହାଯାଉଛି ଯେ ବର୍ତ୍ତମାନ ୧୪ ଜଣ ଶିଶୁ ଆହତ ହୋଇଛନ୍ତି। କିନ୍ତୁ ଏହି ସଂଖ୍ୟା ମଧ୍ୟ ବୃଦ୍ଧି ପାଇପାରେ। ବିଦ୍ୟୁତ୍ ସଂଯୋଗ ଘଟଣା ଘଟିବା ମାତ୍ରେ କ୍ରୋଧିତ

କୋଟାରେ ବଡ ଅଘଟଣ, ଶୋଭାଯାତ୍ରାରେ ବିଦ୍ୟୁତ୍ ଆଘତ୍‌ ୧୪ ଶିଶୁ ଆହତ

ନୂଆଦିଲ୍ଲୀ ୦୮।୦୩: ମହାଶିବରାତ୍ରୀ ଦିନ ରାଜସ୍ଥାନର କୋଟାଠାରେ ଏକ ଦୁଃଖଦ ଘଟଣା ଘଟିଥିଲା। ଏଠାରେ, ଶିବଙ୍କ ଶୋଭାଯାତ୍ରା କରିବା ସମୟରେ ବିଦ୍ୟୁତ ଆଘାତ ଯୋଗୁଁ ୧୪ ପିଲା ଜଳି ଯାଇଥିଲେ। ସମସ୍ତ ଆହତଙ୍କୁ ତୁରନ୍ତ କୋଟାର ଏମବିଏସ୍ ହସ୍ପିଟାଲକୁ ନିଆଯାଇଥିଲା। ଏନେଇ ଲୋକସଭା ବାଚସ୍ପତି ଓମ ବିରଲା ମଧ୍ୟ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।

 

ସୂଚନା ଅନୁଯାୟୀ, ରାତି ପ୍ରାୟ ୧୨.୩୦ଟା ବେଳେ କୁହ୍ନାଡି ଥର୍ମାଲ୍ ଛକ ନିକଟରେ ଏହି ଘଟଣା ଘଟିଥିଲା।  ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତୁରନ୍ତ ଆହତ ପିଲାମାନଙ୍କୁ ଏମବିଏସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯେଉଁଠାରେ ଡାକ୍ତରମାନେ ସେମାନଙ୍କ ଚିକିତ୍ସା କରୁଛନ୍ତି। କୁହାଯାଉଛି ଯେ ୧୪ ଜଣ ଆହତ ଶିଶୁଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ଶୋଭାଯାତ୍ରା ସମୟରେ ଅନେକ ପିଲା ଧାର୍ମିକ ପତାକା ଧରିଥିଲେ। ଏହି ସମୟ ମଧ୍ୟରେ ସବୁ ପିଲା ଧାର୍ମିକା ପତାକା ଧରି ଛାଲୁଥିଲେ। ସେହି ସମୟରେ ହାଇ ଟେସନକୁ ଛୁଇଁଥିଲା। ଏହି କାରଣରୁ କରେଣ୍ଟ ଦ୍ରୁତ ଗତିରେ ବ୍ୟାପିଗଲା ଏବଂ ଅନେକ ପିଲା ଏହା ଦ୍ଵାରା ପ୍ରଭାବିତ ହୋଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଡାକ୍ତରୀ ଦଳଙ୍କୁ ସତର୍କ କରାଯାଇଥିଲା। 


କୁହାଯାଉଛି ଯେ ବର୍ତ୍ତମାନ ୧୪ ଜଣ ଶିଶୁ ଆହତ ହୋଇଛନ୍ତି। କିନ୍ତୁ ଏହି ସଂଖ୍ୟା ମଧ୍ୟ ବୃଦ୍ଧି ପାଇପାରେ। ବିଦ୍ୟୁତ୍ ସଂଯୋଗ ଘଟଣା ଘଟିବା ମାତ୍ରେ କ୍ରୋଧିତ ପରିବାର ସଦସ୍ୟ ଆୟୋଜକଙ୍କୁ ଅବହେଳାକୁ ନେଇ ଅଭିଯୋଗ କରିଥିଲେ ଏବଂ ସେମାନଙ୍କୁ ମାଡ ମଧ୍ୟ ମାରିଥିଲେ। 

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଆହତମାନଙ୍କ ମଧ୍ୟରେ ଜଣେ ପିଲା ୭୦ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ଅନ୍ୟ ଜଣଙ୍କର ୫୦ ପ୍ରତିଶତ ପୋଡ଼ି ଯାଇଛି। ଅବଶିଷ୍ଟ ପିଲାମାନେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଜଳି ଯାଇଥିଲେ। ସମସ୍ତଙ୍କର ବୟସ ୯ ରୁ ୧୬ ବର୍ଷ ମଧ୍ୟରେ । ସ୍ଥାନୀୟ ଲୋକ କହିଛନ୍ତି ଯେ ଆୟୋଜକଙ୍କ ଅବହେଳା ଯୋଗୁଁ ଏହା ଘଟିଛି। 

ରାଜ୍ୟସଭା ପାଇଁ ମନୋନୀତ ହେଲେ ଇନଫୋସିସ୍ ଫାଉଣ୍ଡେସନ୍ ଅଧ୍ୟକ୍ଷା ସୁଧା ମୂର୍ତ୍ତି, ଟ୍ୱିଟ୍ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ