କୋଇଲା ବୋଝେଇ ଟ୍ରକ୍ ଅଟକ, ଚୋରା ଚାଲାଣ ସନ୍ଦେହ

ବାସୁଦେବପୁର ୧୫।୮: ଚୋରା ଚାଲାଣ ସନ୍ଦେହରେ କୋଇଲା ବୋଝେଇ ଟ୍ରକ୍‌ ଅଟକ । ଟ୍ରକ୍‌କୁ ଅଟକ ରଖି ଡ୍ରାଇଭରକୁ ଥାନାକୁ ନେଇ ପଚରାଉଚରା କରୁଛି ବାସୁଦେବପୁର ପୋଲିସ । ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳ ସମୟରେ ବାସୁଦେବପୁର ପୌରପାଳିକାର ମାତାଜୀମଠ ନିକଟରେ କୋଇଲା ବୋଝେଇ ଟ୍ରକ୍‌ରେ ଗାଡିର ଡ୍ରାଇଭର ସିଲ୍ ଲଗାଉଥିବା ସମୟରେ ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର କରିଥିଲେ । ଖବର ପାଇ ବାସୁଦେବପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିର ଡ୍ରାଇଭରକୁ ଥାନାକୁ ଆଣି କାଗଜପତ୍ର ଯାଞ୍ଚ କରିବା ସହ ଘଟଣାର ତଦନ୍ତ କରୁଛି । ତେବେ ଦିନକୁ ଦିନ ବାସୁଦେବପୁରରେ ଚୋରା କୋଇଲା ଚାଲାଣ ବଢ଼ିବାରେ ଲାଗିଛି । ହେଲେ ଚୋରା କୋଇଲା ଚାଲାଣକୁ ରୋକିବାରେ ପୋଲିସ ଫେଲ୍ ମାରିଛି । ଦିନ ଦ୍ବିପ୍ରହରରେ ରାସ୍ତା ଉପରେ ଗାଡ଼ି ଠିଆ କରି କାହିଁକି ଗାଡ଼ିରେ ଡ୍ରାଇଭର ସିଲ୍ ଲଗାଉଥିଲା ତାହା ଏବେ ତଦନ୍ତ ସାପେକ୍ଷ ବୋଲି ଦାବି ହେଉଛି ।You Can Read:ପଶ୍ଚିମବଙ୍ଗରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା : ଧାରଣାରେ ଏସ୍‌ସିବି ଜୁନିୟର ଡାକ୍ତର

କୋଇଲା ବୋଝେଇ ଟ୍ରକ୍ ଅଟକ, ଚୋରା ଚାଲାଣ ସନ୍ଦେହ

ବାସୁଦେବପୁର ୧୫: ଚୋରା ଚାଲାଣ ସନ୍ଦେହରେ କୋଇଲା ବୋଝେଇ ଟ୍ରକ୍‌ ଅଟକ । ଟ୍ରକ୍‌କୁ ଅଟକ ରଖି ଡ୍ରାଇଭରକୁ ଥାନାକୁ ନେଇ ପଚରାଉଚରା କରୁଛି ବାସୁଦେବପୁର ପୋଲିସ । 

ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳ ସମୟରେ ବାସୁଦେବପୁର ପୌରପାଳିକାର ମାତାଜୀମଠ ନିକଟରେ କୋଇଲା ବୋଝେଇ ଟ୍ରକ୍‌ରେ ଗାଡିର ଡ୍ରାଇଭର ସିଲ୍ ଲଗାଉଥିବା ସମୟରେ ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର କରିଥିଲେ । ଖବର ପାଇ ବାସୁଦେବପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିର ଡ୍ରାଇଭରକୁ ଥାନାକୁ ଆଣି କାଗଜପତ୍ର ଯାଞ୍ଚ କରିବା ସହ ଘଟଣାର ତଦନ୍ତ କରୁଛି । 

ତେବେ ଦିନକୁ ଦିନ ବାସୁଦେବପୁରରେ ଚୋରା କୋଇଲା ଚାଲାଣ ବଢ଼ିବାରେ ଲାଗିଛି । ହେଲେ ଚୋରା କୋଇଲା ଚାଲାଣକୁ ରୋକିବାରେ ପୋଲିସ ଫେଲ୍ ମାରିଛି । ଦିନ ଦ୍ବିପ୍ରହରରେ ରାସ୍ତା ଉପରେ ଗାଡ଼ି ଠିଆ କରି କାହିଁକି ଗାଡ଼ିରେ ଡ୍ରାଇଭର ସିଲ୍ ଲଗାଉଥିଲା ତାହା ଏବେ ତଦନ୍ତ ସାପେକ୍ଷ ବୋଲି ଦାବି ହେଉଛି ।

You Can Read:

ପଶ୍ଚିମବଙ୍ଗରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା : ଧାରଣାରେ ଏସ୍‌ସିବି ଜୁନିୟର ଡାକ୍ତର