କୋଇଲା ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍, ମିଳିଲାଣି ୫ କୋଟି
ସୁନ୍ଦରଗଡ଼ (କେନ୍ୟୁଜ): କୋଇଲା ବ୍ୟବସାୟୀଙ୍କ ଘରୁ ମିଳିଲାଣି ୫ କୋଟି । ରାଉରକେଲାରେ ୪ ଦିନ ଧରି ରେଡ କରୁଛି ଆୟକର ବିଭାଗ । ଚଢାଉରେ ୧୦୦ରୁ ଅଧିକ ଅଧିକାରୀ ଓ ସିଆରପିଏଫ୍ ଯବାନ ସାମିଲ ହୋଇଛନ୍ତି । ତୃତୀୟ ଦିନରେ ଆୟକର ରେଡ୍ ପରେ ସମ୍ପତ୍ତି ଠାବ ହୋଇଛି । ଘନଶ୍ୟାମ ଡାଲମିଆଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ରେଡ୍ ବେଳେ ୨କୋଟି ୫୦ ଲକ୍ଷ ଟଙ୍କା ଜବତ ହୋଇଛି । ଟିକସ ଫାଙ୍କିବା ଅଭିଯୋଗରେ ଚଢ଼ାଉ କରିଛି […] The post କୋଇଲା ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍, ମିଳିଲାଣି ୫ କୋଟି appeared first on KNews Odisha.

ସୁନ୍ଦରଗଡ଼ (କେନ୍ୟୁଜ): କୋଇଲା ବ୍ୟବସାୟୀଙ୍କ ଘରୁ ମିଳିଲାଣି ୫ କୋଟି । ରାଉରକେଲାରେ ୪ ଦିନ ଧରି ରେଡ କରୁଛି ଆୟକର ବିଭାଗ । ଚଢାଉରେ ୧୦୦ରୁ ଅଧିକ ଅଧିକାରୀ ଓ ସିଆରପିଏଫ୍ ଯବାନ ସାମିଲ ହୋଇଛନ୍ତି । ତୃତୀୟ ଦିନରେ ଆୟକର ରେଡ୍ ପରେ ସମ୍ପତ୍ତି ଠାବ ହୋଇଛି । ଘନଶ୍ୟାମ ଡାଲମିଆଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ରେଡ୍ ବେଳେ ୨କୋଟି ୫୦ ଲକ୍ଷ ଟଙ୍କା ଜବତ ହୋଇଛି । ଟିକସ ଫାଙ୍କିବା ଅଭିଯୋଗରେ ଚଢ଼ାଉ କରିଛି ଆୟକର ବିଭାଗ । ନଗଦ ଅଢେଇ କୋଟି ଟଙ୍କା ଓ ୨ କେଜିରୁ ଅଧିକ ସୁନା ଜବତ ହୋଇଛି । ଘନଶ୍ୟାମଙ୍କ ପୁଅ ଅଭିଷେକଙ୍କୁ ଅଜ୍ଞାତ ସ୍ଥାନରେ ଚାଲିଛି ପଚରାଉଚରା । ୩ ଦିନ ହେଲା ଘନଶ୍ୟାମ ଡାଲମିଆଙ୍କ ବିଭିନ୍ନ କାର୍ଯ୍ୟାଳୟରେ ରେଡ୍ ଚାଲିଛି ।
ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଆୟକର ବିଭାଗ । ରାଉରକେଲାର ୭ଟି, ସୁନ୍ଦରଗଡ଼ରେ ଦୁଇଟି ଓ ରାଜଗାଙ୍ଗପୁରରେ ଚଢ଼ାଉ କରାଯାଇଛି । ସେହିଭଳି ରାୟଗଡ଼, ରାୟପୁର, ବିଲାସପୁରରେ ମଧ୍ୟ ହୋଇଛି ରେଡ୍ । ଡାଲମିଆଙ୍କ କୋଇଲା, ହୋଟେଲ, ସ୍ପଞ୍ଜ ଆଇରନ କାରଖାନା ଆଦି ବ୍ୟବସାୟ ରହିଛି। ସହଯୋଗୀ ନନ୍ଦକିଶୋରଙ୍କ ଫ୍ଲାଟରୁ ଅଢେଇ କୋଟି ଟଙ୍କା ଜବତ ହୋଇଛି ।
The post କୋଇଲା ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍, ମିଳିଲାଣି ୫ କୋଟି appeared first on KNews Odisha.