କୋଏଲ ନଦୀରେ ବୁଡି ପଞ୍ଚମ ଶ୍ରେଣୀ ଛାତ୍ର ନିଖୋଜ, ୩ ଉଦ୍ଧାର

ରାଉରକେଲା : ସାଙ୍ଗ ହୋଇ ୪ ଜଣ ପଞ୍ଚମ ଶ୍ରେଣୀ ଛାତ୍ର କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ହଠାତ୍ ଅଘଟଣ ଘଟିଥିଲା। ଜଣେ ପାଣିରେ ବୁଡି ନିଖୋଜ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷ୍ଯମ ହୋଇଛନ୍ତି ଓଡ୍ରାଫ୍ଟ ଓ ଅଗ୍ନିଶମ ବିଭାଗ। ସୂଚନାଯୋଗ୍ୟ ଯେ ସେକ୍ଟର-୧୯ ଥାନା ଅନ୍ତର୍ଗତ ହମିରପୁର ଘାଟ ଦେଇ ଯାଇଥିବା କୋଏଲ ନଦୀ ଠାରେ ରବିବାର ଅପରାହ୍ନ ପ୍ରାୟ ୧୨ଟା ବେଳେ ଏହି ଘଟଣା ଘଟିଥିଲା। ସେକ୍ଟର […]

କୋଏଲ ନଦୀରେ ବୁଡି ପଞ୍ଚମ ଶ୍ରେଣୀ ଛାତ୍ର ନିଖୋଜ, ୩ ଉଦ୍ଧାର
student drowned in the pond
ରାଉରକେଲା : ସାଙ୍ଗ ହୋଇ ୪ ଜଣ ପଞ୍ଚମ ଶ୍ରେଣୀ ଛାତ୍ର କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ହଠାତ୍ ଅଘଟଣ ଘଟିଥିଲା। ଜଣେ ପାଣିରେ ବୁଡି ନିଖୋଜ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷ୍ଯମ ହୋଇଛନ୍ତି ଓଡ୍ରାଫ୍ଟ ଓ ଅଗ୍ନିଶମ ବିଭାଗ।
ସୂଚନାଯୋଗ୍ୟ ଯେ ସେକ୍ଟର-୧୯ ଥାନା ଅନ୍ତର୍ଗତ ହମିରପୁର ଘାଟ ଦେଇ ଯାଇଥିବା କୋଏଲ ନଦୀ ଠାରେ ରବିବାର ଅପରାହ୍ନ ପ୍ରାୟ ୧୨ଟା ବେଳେ ଏହି ଘଟଣା ଘଟିଥିଲା। ସେକ୍ଟର -୨୦ ପମ୍ପ ହାଉସ ନିକଟ ବସ୍ତିରେ ରହୁଥିବା ପ୍ରତିକ ବଡାଇକ ଓ ତାଙ୍କ ୩ ଜଣ ସାଙ୍ଗ ଘରେ କିଛି ନକହି ଉକ୍ତ ନଦୀକୁ ଗାଧୋଇବାକୁ ଯାଇଥିଲେ। ୪ ଜଣ ଗାଧୋଉ ଥିବା ବେଳେ ହଠାତ୍ ପ୍ରତିକ ପାଣିରେ ବୁଡି ଯାଇଥିଲା। ତାକୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୩ ଜଣ ମଧ୍ୟ ବୁଡି ଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ୩ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ମାତ୍ର ପ୍ରତୀକକୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ। ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରଖିବା ସତ୍ତ୍ବେ ବିଫଳ ହୋଇଥିବା ସୂଚନା ମିଳିଛି। ନିଖୋଜ ପ୍ରତିକ ବଡାଇକ ସେକ୍ଟର -୨୦ ଇସ୍ପାତ ଇଂଲିଶ ମିଡ଼ିଅମ୍ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ର ବୋଲି ଜଣାପଡିଛି। ଉକ୍ତ ଘାଟକୁ ପ୍ରତ୍ୟେକ ବର୍ଷ ନାବାଳକ ମାନେ ଗାଧୋଇବାକୁ ବା ବୁଲିବାକୁ ଯାଇଥାନ୍ତି। ହେଲେ ଏଭଳି ଅଘଟଣ ଘଟିଥାଏ। କେବଳ ଏହି ଗୋଟିଏ ସ୍ଥାନ ନୁହଁ ବରଂ ସହରର ଅନ୍ୟ ସ୍ଥାନରେ ଥିବା ନଦୀ ଗୁଡିକରେ ମଧ୍ୟ ଏଭଳି ଘଟଣା ଘଟି ସାରିଛି। ହେଲେ ଏହି ଅଘଟଣ ରୋକିବା ଉପରେ ପ୍ରଶାସନ ଆଜି ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି।