କୋକସରା ବ୍ଲକ ରେ ଭୀମଭୋଇ ସାମର୍ଥ୍ୟ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ।
କଳାହାଣ୍ଡି:୨୧/୧୧ ରିପୋର୍ଟ—ସନତ ପ୍ରଧାନୀ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଶୁକ୍ରବାର ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଙ୍କ ପରିଚାଳନା ରେ ଏହି ଶିବିର କୁ ମୁଖ୍ୟ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ସମ୍ମାନିତ ଅତିଥି ଭାବେ ଧର୍ମଗଡ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ ବାରିକ, ବିଜେପି ନେତା ତ୍ରିନାଥ ଶବର, ଜିଲ୍ଲା ପରିଷଦ […] The post କୋକସରା ବ୍ଲକ ରେ ଭୀମଭୋଇ ସାମର୍ଥ୍ୟ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ। appeared first on Odisha.News.

କଳାହାଣ୍ଡି:୨୧/୧୧
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଶୁକ୍ରବାର ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଙ୍କ ପରିଚାଳନା ରେ ଏହି ଶିବିର କୁ ମୁଖ୍ୟ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ସମ୍ମାନିତ ଅତିଥି ଭାବେ ଧର୍ମଗଡ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ ବାରିକ, ବିଜେପି ନେତା ତ୍ରିନାଥ ଶବର, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ,ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ବରା ଡୋ ଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ, ରେଙ୍ଗାଳପାଲି ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ ଭୀମଭୋଇ ଙ୍କ ଫୋଟୋଚିତ୍ର ରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ଉଦଘାଟନ କରିଥିଲେ। ଉପସ୍ଥିତ ଅତିଥିମାନେ ଭିନ୍ନକ୍ଷମ ଙ୍କ ପାଇଁ ରାଜ୍ୟ ସରକାରଙ୍କ ରହିଥିବା ବିଭିନ୍ନ ଯୋଜନା ବିଷୟରେ ସୁଚନା ଦେଇଥିଲ।
ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଶତାଧିକ ଭିନ୍ନକ୍ଷମ ହିତାଧିକାରୀ ମାନେ ଏହି ଶିବିର ରେ ପହଞ୍ଚି ପଞ୍ଜିକରଣ ସହ ବିଭିନ୍ନ ଯୋଜନା ରେ ନାମ ରେଜିଷ୍ଟ୍ରେସନ କରିଥିଲେ। ଡିଏଚଏଚ ରୁ ରୁ ଆସିଥିବା ଅସ୍ଥି ଶୈଳ ବିଶେଷଜ୍ଞ ଡାକ୍ତର ସୁନିଲ କୁମାର ପାଢୀ ,ମାନସିକ ବିଶେଷଜ୍ଞ ଡ଼ ପ୍ରଣବ କୁମାର ସାହୁ, ଇଏନଟି ବିଶେଷଜ୍ଞ ଡ଼. ପ୍ରଦ୍ୟୁମ୍ନ କିଶୋର ପଣ୍ଡା, ଚକ୍ଷୁରୋଗ ବିଶେଷଜ୍ଞ ଡ଼. ନିବେଦିତା ମହାରଣା,ଚଳନ ପ୍ରଶିକ୍ଷକ ନିବାସ ଚନ୍ଦ୍ର ସାହୁ ଶିବିର କୁ ଆସିଥିବା ଭିନ୍ନକ୍ଷମଙ୍କ ରୋଗ ପରୀକ୍ଷା ସହ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ। ଭିନ୍ନକ୍ଷମ ଶିବିର ରେ ମୋଟ ୩୮୬ ଜଣ ହିତାଧିକାରୀ ମାନେ ପଞ୍ଜିକରଣ କରିଥିବା ନେଇ ବି ଏସ ଏସ ଓ ସୂଚନା ଦେଇଛନ୍ତି। ଶିବିର କୁ ଆସିଥିବା ହିତାଧିକାରୀଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର, ବସ ଟ୍ରେନ ପାସ, ବୃତ୍ତିଗତ ତାଲିମ, ଦିବ୍ୟାଙ୍ଗ ସହାୟକ ଉପକରଣ ଡି.ଆର.ଆଇ ଋଣ ପାଇଁ ଆବେଦନ କରିଥିବା ବେଳେ ଅନେକ ଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର, ଦିବ୍ୟାଙ୍ଗ ସହାୟକ ଉପକରଣ,ବସଟ୍ରେନ ପାସ,ଟ୍ରାଇ ସାଇକେଲ, ହ୍ବିଲ ଚେୟାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମ କୁ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ନିର୍ବାହୀ ଅଧିକାରୀ ସମେତ ବ୍ଲକ କର୍ମଚାରୀ ଉପସ୍ଥିତ ରହି ରେଜିଷ୍ଟ୍ରେସନ ଓ ଭିନ୍ନକ୍ଷମ ଙ୍କୁ ସହଯୋଗ କରିଥିଲେ।
The post କୋକସରା ବ୍ଲକ ରେ ଭୀମଭୋଇ ସାମର୍ଥ୍ୟ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ। appeared first on Odisha.News.