କୋକେନ ବ୍ୟବହାର କରୁଥିଲେ ଏହି କ୍ରିକେଟର୍: ଲାଗିଲା ବ୍ୟାନ୍
ନୂଆଦିଲ୍ଲୀ,୧୮।୧୧:ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର ଡଗ ବ୍ରେସୱେଲ କୋକେନ ବ୍ୟବହାରକୁ ନେଇ ପାଇଁ ନ୍ୟୁଜିଲାଣ୍ଡର ପୂର୍ବତନ ପେସ୍ ବୋଲର ଡଗ୍ ବ୍ରେସ୍ଓ୍ବେଲ ଇତିମଧ୍ୟରେ କ୍ରିକେଟରୁ ୧ମାସ ବାସନ୍ଦ ଦଣ୍ଡ ଭୋଗି ସାରିଛନ୍ତି। ମାତ୍ର ନ୍ୟୁଜିଲାଣ୍ଡ ସ୍ପୋର୍ଟ ଇଣ୍ଟିଗ୍ରିଟି କମିଶନ ସୋମବାର ପ୍ରଥମ ଥର ଏହା ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ଚଳିତବର୍ଷ ଜାନୁଆରୀରେ ଓ୍ବେଲିଂଟନ ବିପକ୍ଷ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ଟି୨୦ ମ୍ୟାଚ ପରେ ୩୪ ବର୍ଷୀୟ ବ୍ରେସ୍ଓ୍ବେଲଙ୍କ ଡୋପ୍ ଟେଷ୍ଟ ହୋଇଥିଲା। ତାଙ୍କଠାରୁ ନିଆଯାଇଥିବା ନମୁନାରେ ନିଷିଦ୍ଧ ଦ୍ରବ୍ୟ […] The post କୋକେନ ବ୍ୟବହାର କରୁଥିଲେ ଏହି କ୍ରିକେଟର୍: ଲାଗିଲା ବ୍ୟାନ୍ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୧୧:ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର ଡଗ ବ୍ରେସୱେଲ କୋକେନ ବ୍ୟବହାରକୁ ନେଇ ପାଇଁ ନ୍ୟୁଜିଲାଣ୍ଡର ପୂର୍ବତନ ପେସ୍ ବୋଲର ଡଗ୍ ବ୍ରେସ୍ଓ୍ବେଲ ଇତିମଧ୍ୟରେ କ୍ରିକେଟରୁ ୧ମାସ ବାସନ୍ଦ ଦଣ୍ଡ ଭୋଗି ସାରିଛନ୍ତି। ମାତ୍ର ନ୍ୟୁଜିଲାଣ୍ଡ ସ୍ପୋର୍ଟ ଇଣ୍ଟିଗ୍ରିଟି କମିଶନ ସୋମବାର ପ୍ରଥମ ଥର ଏହା ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ଚଳିତବର୍ଷ ଜାନୁଆରୀରେ ଓ୍ବେଲିଂଟନ ବିପକ୍ଷ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ଟି୨୦ ମ୍ୟାଚ ପରେ ୩୪ ବର୍ଷୀୟ ବ୍ରେସ୍ଓ୍ବେଲଙ୍କ ଡୋପ୍ ଟେଷ୍ଟ ହୋଇଥିଲା। ତାଙ୍କଠାରୁ ନିଆଯାଇଥିବା ନମୁନାରେ ନିଷିଦ୍ଧ ଦ୍ରବ୍ୟ ଠାବ କରାଯାଇଥିଲା। ବ୍ରେସ୍ଓ୍ବେଲ ଏହି ମ୍ୟାଚରେ ପ୍ଲେୟର ଅଫ୍ ସି ମ୍ୟାଚ ବିବେଚିତ ହୋଇଥିଲେ। ସେ ୨୧ରନ ବିନିମୟରେ ୨ଟି ଉଇକେଟ ନେଇଥିବା ବେଳେ ମାତ୍ର ୧୧ ବଲ୍ରୁ ୩୦ ରନ କରି ଅପରାଜିତ ରହିଥିଲେ। ଏଥିସହିତ ସେ ଦୁଇଟି ସୁନ୍ଦର କ୍ୟାଚ ମଧ୍ୟ ନେଇଥିଲେ। ସ୍ପୋର୍ଟ ଇଣ୍ଟିଗ୍ରିଟି କମିଶନ ଟେ କାହୁ ରାଉନୁଇ କହିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ୨୦ଟି ଟେଷ୍ଟରେ ପ୍ରତିନିଧିତ୍ୱ କରିଥିବା ବ୍ରେସ୍ଓ୍ବେଲ ପ୍ରତିଯୋଗିତା ବାହାରେ କୋକେନ ସେବନ କରିଥିବାରୁ ଏହା ଖେଳ ସମ୍ପର୍କିତ ନୁହେଁ। ଖବର ଅନୁସାରେ ବ୍ରେସ୍ଓ୍ବେଲଙ୍କୁ ପ୍ରକୃତରେ ୩ ମାସ ବାସନ୍ଦ କରାଯାଇଥିଲା। ମାତ୍ର ଏକ ଟ୍ରିଟ୍ମେଣ୍ଟ ପ୍ରୋଗ୍ରାମ୍ ଶେଷ କରି ବା ପରେ ମିଆଦକୁ ଏକ ମାସ ହ୍ରାସ କରାଯାଇଥିଲା। ଏହା ପିଛିଲା ୨୦୨୪ ଏପ୍ରିଲରୁ ଲାଗୁ କରାଯାଇଥିଲା। ବାସନ୍ଦ ଦଣ୍ଡ ଭୋଗି ସାରିଥିବାରୁ ବ୍ରେସ୍ଓ୍ବେଲ ଏଣିକି ପୁନର୍ବାର କ୍ରିକେଟ ଖେଳିପାରିବେ।
The post କୋକେନ ବ୍ୟବହାର କରୁଥିଲେ ଏହି କ୍ରିକେଟର୍: ଲାଗିଲା ବ୍ୟାନ୍ appeared first on Dharitri Odia News.