କୋଚି-ଲଣ୍ଡନ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ୍; ଧରାପଡ଼ିଲା ଅଭିଯୁକ୍ତ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ବୋମା ଧମକ । କୋଚିରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆରେ ବିମାନକୁ ବମ୍‌ରେ ଉଡ଼ାଇ ଦେବାକୁ ଧମକ୍ ମିଳିଛି । ଫୋନ୍ କଲ୍ ଆସିବା ପରେ ତୁରନ୍ତ ଫ୍ଲାଇଟ୍ ଉଡ଼ାଣ ସମୟ ପରିବର୍ତ୍ତନ କରାଯାଇ ଚେକ୍ କରାଯାଇଥିଲା । ବମ୍ ସ୍କ୍ବାଡ୍ ତନତନ କରି ଚେକିଂ କରିଥିଲେ । ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳୁ ମୁମ୍ବାଇରେ ଥିବା ଏୟାର ଅଣ୍ଡିଆ କଲ୍ ସେଣ୍ଟରକୁ ଫୋନ୍ ଆସିଥିଲା । ଏଆଇ-୧୪୯ ଫ୍ଲାଇଟରେ ବୋମା ଥିବା ନେଇ ଧମକ୍ ମିଳିଥିଲା । କୋଚି ବିମାନବନ୍ଦରରୁ ବିମାନ ଉଡ଼ାଣ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଧମକ୍ ମିଳିବା ପରେ ଏୟାରପୋର୍ଟ କର୍ତ୍ତୃପକ୍ଷ ତୁରନ୍ତ ଫ୍ଲାଇଟ୍‌କୁ ଖାଲି କରିଥିଲେ । ୨୧୫ଜଣ ଯାତ୍ରୀଙ୍କୁ ଓହ୍ଲାଇ ବମ୍ ସ୍କ୍ବାଡ୍ ଏବଂ ଏୟାରପୋର୍ଟ ପୋଲିସ୍ ଛାନବିନ୍ କରିଥିଲେ । ଅନ୍ୟପଟେ ଧମକ୍ ଆସିଥିବା ପରେ ଫୋନ୍ କଲ୍‌କୁ ଟ୍ରେସ୍ କରାଯାଇଥିଲା । ମଲ୍ଲାପୁରମ କଣ୍ଡୋଟି ଅଞ୍ଚଳର ସୁହାଇବ୍ ନାମକ ଜଣେ ୨୯ ବର୍ଷିୟ ଯୁବକ ଏହି ଫୋନ୍ କଲ୍ କରିଥିଲେ । ଯୁବକ ଜଣଙ୍କ ମଧ୍ୟ ସମାନ୍ ଫ୍ଲାଇଟରେ ଲଣ୍ଡନ ଯାଉଥିଲେ । ଏୟାରପୋର୍ଟ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ ତାଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଛି । ସୁହାଇବ୍ ଏବେ ପଚରାଉଚୁରା ଚାଲିଛି ।   

କୋଚି-ଲଣ୍ଡନ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ୍; ଧରାପଡ଼ିଲା ଅଭିଯୁକ୍ତ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ବୋମା ଧମକ । କୋଚିରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆରେ ବିମାନକୁ ବମ୍‌ରେ ଉଡ଼ାଇ ଦେବାକୁ ଧମକ୍ ମିଳିଛି । ଫୋନ୍ କଲ୍ ଆସିବା ପରେ ତୁରନ୍ତ ଫ୍ଲାଇଟ୍ ଉଡ଼ାଣ ସମୟ ପରିବର୍ତ୍ତନ କରାଯାଇ ଚେକ୍ କରାଯାଇଥିଲା । ବମ୍ ସ୍କ୍ବାଡ୍ ତନତନ କରି ଚେକିଂ କରିଥିଲେ । 

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳୁ ମୁମ୍ବାଇରେ ଥିବା ଏୟାର ଅଣ୍ଡିଆ କଲ୍ ସେଣ୍ଟରକୁ ଫୋନ୍ ଆସିଥିଲା । ଏଆଇ-୧୪୯ ଫ୍ଲାଇଟରେ ବୋମା ଥିବା ନେଇ ଧମକ୍ ମିଳିଥିଲା । କୋଚି ବିମାନବନ୍ଦରରୁ ବିମାନ ଉଡ଼ାଣ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଧମକ୍ ମିଳିବା ପରେ ଏୟାରପୋର୍ଟ କର୍ତ୍ତୃପକ୍ଷ ତୁରନ୍ତ ଫ୍ଲାଇଟ୍‌କୁ ଖାଲି କରିଥିଲେ । ୨୧୫ଜଣ ଯାତ୍ରୀଙ୍କୁ ଓହ୍ଲାଇ ବମ୍ ସ୍କ୍ବାଡ୍ ଏବଂ ଏୟାରପୋର୍ଟ ପୋଲିସ୍ ଛାନବିନ୍ କରିଥିଲେ । 

ଅନ୍ୟପଟେ ଧମକ୍ ଆସିଥିବା ପରେ ଫୋନ୍ କଲ୍‌କୁ ଟ୍ରେସ୍ କରାଯାଇଥିଲା । ମଲ୍ଲାପୁରମ କଣ୍ଡୋଟି ଅଞ୍ଚଳର ସୁହାଇବ୍ ନାମକ ଜଣେ ୨୯ ବର୍ଷିୟ ଯୁବକ ଏହି ଫୋନ୍ କଲ୍ କରିଥିଲେ । ଯୁବକ ଜଣଙ୍କ ମଧ୍ୟ ସମାନ୍ ଫ୍ଲାଇଟରେ ଲଣ୍ଡନ ଯାଉଥିଲେ । ଏୟାରପୋର୍ଟ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ ତାଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଛି । ସୁହାଇବ୍ ଏବେ ପଚରାଉଚୁରା ଚାଲିଛି ।