କୋଟାରେ ପୁଣି ଜଣେ ନିଟ୍ ଛାତ୍ରଙ୍କ ଆତ୍ମହତ୍ୟା

କୋଟା: ମେଡିକାଲ ପାଠ ପଢ଼ିବା ପାଇଁ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍) ଲାଗି ପ୍ରସ୍ତୁତ ହେଉଥିବା ଜଣେ ୨୦ ବର୍ଷୀୟ ଛାତ୍ର ବୁଧବାର ରାଜସ୍ଥାନର କୋଚିଂ ହବ୍‌ କୋଟାରେ ଆତ୍ମହତ୍ୟା କରିଛନ୍ତି। ଏହାକୁ ମିଶାଇ କୋଟାରେ ଚଳିତ ବର୍ଷର ଛାତ୍ରମୃତ୍ୟୁ ସଂଖ୍ୟା ୧୯ରେ ପହଞ୍ଚିଛି। ଗତବର୍ଷ ରାଜ୍ୟରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ୨୭ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ। କୋଟାର ଦାଦାବାଡି ଥାନା ଅଧିକାରୀ (ଏସ୍ଏଚ୍ଓ)ଙ୍କ କହିବା ଅନୁଯାୟୀ, ୬ ମାସ […]

କୋଟାରେ ପୁଣି ଜଣେ ନିଟ୍ ଛାତ୍ରଙ୍କ ଆତ୍ମହତ୍ୟା

କୋଟା: ମେଡିକାଲ ପାଠ ପଢ଼ିବା ପାଇଁ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍) ଲାଗି ପ୍ରସ୍ତୁତ ହେଉଥିବା ଜଣେ ୨୦ ବର୍ଷୀୟ ଛାତ୍ର ବୁଧବାର ରାଜସ୍ଥାନର କୋଚିଂ ହବ୍‌ କୋଟାରେ ଆତ୍ମହତ୍ୟା କରିଛନ୍ତି। ଏହାକୁ ମିଶାଇ କୋଟାରେ ଚଳିତ ବର୍ଷର ଛାତ୍ରମୃତ୍ୟୁ ସଂଖ୍ୟା ୧୯ରେ ପହଞ୍ଚିଛି। ଗତବର୍ଷ ରାଜ୍ୟରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ୨୭ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ। କୋଟାର ଦାଦାବାଡି ଥାନା ଅଧିକାରୀ (ଏସ୍ଏଚ୍ଓ)ଙ୍କ କହିବା ଅନୁଯାୟୀ, ୬ ମାସ ତଳେ କୋଟା ଆସିଥିବା ଉତ୍ତରପ୍ରଦେଶ ମିର୍ଜାପୁରର ଛାତ୍ର ନରେଶ ମୀନାଙ୍କ ମୃତଦେହ ବୁଧବାର ଦାଦାବାଡ଼ିସ୍ଥିତ ତାଙ୍କ ପେଇଂ ଗେଷ୍ଟ (ପିଜି) ବାସଭବନରୁ ମିଳିଥିଲା। ସେ ଗତ ୩ ବର୍ଷ ହେବ କୋଟାର ଏକ ପ୍ରତିଷ୍ଠିତ କୋଚିଂ ସେଣ୍ଟରରେ ନିଟ୍ ପାଇଁ ପ୍ରସ୍ତୁତି କରୁଥିଲେ। ତେବେ ଗତବର୍ଷ ସେ ପାଠ୍ୟକ୍ରମ ଛାଡ଼ି ଘରକୁ ଫେରିଥିଲେ ଏବଂ ଛଅ ମାସ ତଳେ ସେହି ପାଠ୍ୟକ୍ରମରେ ପୁନଃ ନାମ ଲେଖାଇଥିଲେ।