କୋଟି କୋଟି ଟଙ୍କାର ଫ୍ଲାଟକୁ କରି ଦେଲେ ଅଳିଆ ଗଦା , ମହିଳାଙ୍କ ଅଜବକାଣ୍ଡରେ ପଡୋଶୀ ଘର ବିକ୍ରି କରି ଚାଲି ଗଲେ
ନୂଆଦିଲ୍ଲୀ : ସାଂଘାଇରୁ ଏକ ଅଜବ ଧରଣର ଖବର ସାମ୍ନାକୁ ଆସିଛି। ଏଠାର ଏକ ପ୍ରସିଦ୍ଧ ଅଞ୍ଚଳରେ ରହୁଥିବା ଜଣେ ମହିଳା ଏକୁଟିଆ ଏକ ବଡ଼ ଫ୍ଲାଟରେ ରୁହନ୍ତି। ତାଙ୍କର କିଛି ଅଭ୍ୟାସ ଏତେ ଅଜବ ଯେ, ଆଖପାଖରେ ରହୁଥିବା ଲୋକେ ଏଥିରେ ଖୁବ୍ ସମସ୍ୟାରେ ପଡ଼ି ଯାଇଛନ୍ତି। ଲୋକେ ବହୁତ ଅଭିଯୋଗ କଲେ , ତଥାପି ତାଙ୍କର ଅଭ୍ୟାସରେ କୌଣସି ସୁଧାର ଆସିଲା ନାହିଁ। ଆଜ୍ତକ୍ରେ ପ୍ରକାଶିତ ଖବର ଅନୁସାରେ , ୬୦ ବର୍ଷୀୟା ଚେଙ୍ଗ ନାମ୍ନୀ ମହିଳା ଗତ କିଛି ବର୍ଷ ହେବ ବାହାରୁ ଅଳିଆ ଆବର୍ଜନା ସଂଗ୍ରହ ଘରେ ସାଇତି ରଖୁଛନ୍ତି।ତାଙ୍କର ଏପରି ଅଭ୍ୟାସରେ ପଡୋଶୀ ଖୁବ୍ ମୁସ୍କିଲରେ ପଡ଼ି ଯାଇଛନ୍ତି ଏବଂ ତାଙ୍କ ନାଁରେ ଅଭିଯୋଗ ମଧ୍ୟ କରିଛନ୍ତି। ମହିଳାଙ୍କ କାର୍ଯ୍ୟରେ ବିରକ୍ତ ହୋଇ କିଛି ଲୋକ ତାଙ୍କର ଫ୍ଲାଟ୍ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। ମହିଳା ଜଣଙ୍କ ତାଙ୍କର ଅସ୍ୱାସ୍ଥ୍ୟକର ବ୍ୟବହାରରେ ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି। ସାଂଘାଇ ଟିଭିର ରିପୋର୍ଟ ଅନୁସାରେ , ମହିଳାଙ୍କୁ ଅଳିଆ ଆବର୍ଜନା ଜିନିଷ ଘରକୁ ଆଣିବା ଓ ନିଜର ଫ୍ଲାଟ୍ ଓ ସାର୍ବଜନିକ ସ୍ଥାନରେ ଜମା କରିବାରୁ ରୋକିବା ପାଇଁ ପଡୋଶୀମାନେ କିଛି କରି ପାରୁ ନାହାନ୍ତି । ମହିଳା ଜଣଙ୍କ ସହରର ହୁଆଙ୍ଗପୁ ଜିଲ୍ଲାରେ ରୁହନ୍ତି ଏବଂ ତାଙ୍କର ୧୫୭ ବର୍ଗ ମିଟର ଘରର ଦାମ୍ ୩୬ ମିଲିୟନ ୟୁଆନ (୪୨ କୋଟି ଟଙ୍କା) ହେବ। ୨୫-୨୫ ଲକ୍ଷର ସୋଫାକୁ କରିଦେଲେ ଅଳିଆ –ଚେଙ୍ଗ୍ କି ଲି ନାମକ ଜଣେ
ନୂଆଦିଲ୍ଲୀ : ସାଂଘାଇରୁ ଏକ ଅଜବ ଧରଣର ଖବର ସାମ୍ନାକୁ ଆସିଛି। ଏଠାର ଏକ ପ୍ରସିଦ୍ଧ ଅଞ୍ଚଳରେ ରହୁଥିବା ଜଣେ ମହିଳା ଏକୁଟିଆ ଏକ ବଡ଼ ଫ୍ଲାଟରେ ରୁହନ୍ତି। ତାଙ୍କର କିଛି ଅଭ୍ୟାସ ଏତେ ଅଜବ ଯେ, ଆଖପାଖରେ ରହୁଥିବା ଲୋକେ ଏଥିରେ ଖୁବ୍ ସମସ୍ୟାରେ ପଡ଼ି ଯାଇଛନ୍ତି। ଲୋକେ ବହୁତ ଅଭିଯୋଗ କଲେ , ତଥାପି ତାଙ୍କର ଅଭ୍ୟାସରେ କୌଣସି ସୁଧାର ଆସିଲା ନାହିଁ।
ଆଜ୍ତକ୍ରେ ପ୍ରକାଶିତ ଖବର ଅନୁସାରେ , ୬୦ ବର୍ଷୀୟା ଚେଙ୍ଗ ନାମ୍ନୀ ମହିଳା ଗତ କିଛି ବର୍ଷ ହେବ ବାହାରୁ ଅଳିଆ ଆବର୍ଜନା ସଂଗ୍ରହ ଘରେ ସାଇତି ରଖୁଛନ୍ତି।ତାଙ୍କର ଏପରି ଅଭ୍ୟାସରେ ପଡୋଶୀ ଖୁବ୍ ମୁସ୍କିଲରେ ପଡ଼ି ଯାଇଛନ୍ତି ଏବଂ ତାଙ୍କ ନାଁରେ ଅଭିଯୋଗ ମଧ୍ୟ କରିଛନ୍ତି। ମହିଳାଙ୍କ କାର୍ଯ୍ୟରେ ବିରକ୍ତ ହୋଇ କିଛି ଲୋକ ତାଙ୍କର ଫ୍ଲାଟ୍ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି।
ମହିଳା ଜଣଙ୍କ ତାଙ୍କର ଅସ୍ୱାସ୍ଥ୍ୟକର ବ୍ୟବହାରରେ ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି। ସାଂଘାଇ ଟିଭିର ରିପୋର୍ଟ ଅନୁସାରେ , ମହିଳାଙ୍କୁ ଅଳିଆ ଆବର୍ଜନା ଜିନିଷ ଘରକୁ ଆଣିବା ଓ ନିଜର ଫ୍ଲାଟ୍ ଓ ସାର୍ବଜନିକ ସ୍ଥାନରେ ଜମା କରିବାରୁ ରୋକିବା ପାଇଁ ପଡୋଶୀମାନେ କିଛି କରି ପାରୁ ନାହାନ୍ତି । ମହିଳା ଜଣଙ୍କ ସହରର ହୁଆଙ୍ଗପୁ ଜିଲ୍ଲାରେ ରୁହନ୍ତି ଏବଂ ତାଙ୍କର ୧୫୭ ବର୍ଗ ମିଟର ଘରର ଦାମ୍ ୩୬ ମିଲିୟନ ୟୁଆନ (୪୨ କୋଟି ଟଙ୍କା) ହେବ।
୨୫-୨୫ ଲକ୍ଷର ସୋଫାକୁ କରିଦେଲେ ଅଳିଆ –
ଚେଙ୍ଗ୍ କି ଲି ନାମକ ଜଣେ ପଡୋଶୀ ମିଡ଼ିଆକୁ କହିଛନ୍ତି ଯେ , ସେ କାର୍ଡବୋର୍ଡରୁ ନେଇ ବୋତଲ ଓ ପ୍ଲାଷ୍ଟିକ୍ର ଥାଳିରୁ ନେଇ ବଳକା ଖାଦ୍ୟର ଯାଏ ସବୁ ପ୍ରକାରର ଆର୍ବଜନା ଉଠାନ୍ତି। ତାଙ୍କର ଫ୍ଲାଟ୍ ଅଳିଆରେ ଭରି ହୋଇ ରହିଛି। ସେ ମଧ୍ୟ ବାଥ୍ ଟବ୍ , ଏପରିକି ଦାମୀ ସୋଫାକୁ ମଧ୍ୟ ଅଳିଆରେ ପରିଣତ କରି ଦେଇଛନ୍ତି। ମହିଳା ଜଣଙ୍କ ତାଙ୍କର ସେହି ଦାମୀ ସୋଫାକୁ ଇଟାଲୀକୁ ଆଣିଥିଲେ , ଯାହାର ଦାମ୍ ଥିଲା ୨୦୦,୦୦୦ୟୁଆନ ( ୨୫ ଲକ୍ଷ ଟଙ୍କା)।
ଲି କହିଛନ୍ତି , ତାଙ୍କର ଘର ଓ ବାହାର କରିଡରରେ ମଶା ମାଛି , ଅସରପା ଓ ବିଛା ଆଦି ଜୀବଙ୍କ ବାସସ୍ଥାନ ପାଲିଟ ଯାଇଛି।ଏମିତି କି ମଲା ମୂଷା ଗୁଡ଼ିକ ହଲ୍ୱେରେ ଦେଖିବାକୁ ମିଳେ। ସେଠାର ସୋସାଇଟିର ଜଣେ ଅଧିକାରୀଙ୍କ ଅନୁସାରେ, ଚେଙ୍ଗ୍ ଯେଉଁ ୧୬ତମ ମହଲାରେ ରହୁଛନ୍ତି, ସେଠାରେ ସଂପୂର୍ଣ୍ଣ ରୂପେ ଦୁର୍ଗନ୍ଧ ଆସୁଛି।
ଆଖପାଖର ଲୋକେ ଫ୍ଲାଟ ବିକ୍ରି କରି ଚାଲିଗଲେ –
ଅଧିକାରୀ କହିଛନ୍ତି , ପୂର୍ବରୁ ୧୫ତମ ମହଲାରେ ରହୁଥିବା ଏକ ଯୁବ ଦମ୍ପତି ଏହି ଦୁର୍ଗନ୍ଧ ମାହୋଲରେ ରହି ପାରିଲେ ନାହିଁ, ଏଥିପାଇଁ ସେ ନିଜର ଫ୍ଲାଟ ବିକ୍ରି କରି ସେଠାରୁ ଚାଲିଗଲେ। ଏହାସହ ସେ ଚେଙ୍ଗଙ୍କୁ ଚେତାବନୀ ଦେଇଥିଲେ ଯେ, ତାହା ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ବିପଦ , କିନ୍ତୁ ସେ ଶୁଣିବାକୁ ମନା କରି ଦେଲେ ଏବଂ ସେ ସେହି ସ୍ଥାନରେ ନିଆଁ ଲଗେଇ ଦେବାକୁ ଧମକ ଦେଇ ଥିଲେ।
ଆଉ ଜଣେ ଧିକାରୀଙ୍କ ଅନୁସାରେ , ସେ ୨୦୨୩ରେ ଚେଙ୍ଗଙ୍କ ଝିଅଙ୍କୁ ସଂପର୍କ କରିଥିଲେ ଏବଂ ତାଙ୍କୁ ତାଙ୍କର ମାଆଙ୍କୁ ସଫେଇ କରିବା ପାଇଁ ଜାରି କରିବାକୁ କହି ଥିଲେ। ପ୍ରଥମେ ତ ଝିଅ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହୋଇଗଲେ , କିନ୍ତୁ ପରେ ସେ ନିଜର ମନ ବଦଳାଇ ନେଲେ ଏବଂ କହିଲେ କି ସେ ନିଜର ମାଆଙ୍କର ମାମଲାରେ ପଶିବାକୁ ଚାହୁଁ ନାହାନ୍ତି।
ପତିଙ୍କ ଠାରୁ ଅଲଗା ରହୁଛନ୍ତି ସେହି ମହିଳା –
ଚେଙ୍ଗ୍ ନିଜର ପତିଙ୍କ ଠାରୁ ଅଲଗା ରୁହନ୍ତି , ଯାହାଙ୍କୁ କମିଟି ନିକଟରେ ସଂପର୍କ କରିଥିଲା। ରିପୋର୍ଟରେ କୁହାଯାଇଛି ଯେ ସେ ଜୁନ୍ର ଆରମ୍ଭରେ ତାଙ୍କର ଚିକିତ୍ସା କରାଇବା ପାଇଁ ସହମତି ହୋଇଥିଲେ। ଚେଙ୍ଗ ଅନେକ ଦିନରୁ ଅଳିଆ ଜମା କରିବା କଥାକୁ ମନା କରିଛନ୍ତି। ସେ ନିଜ ଘରେ ଜଣେ ସାମ୍ୱାଦିକଙ୍କୁ କହିଲେ କି , ମୁଁ ଜିନିଷ ସଫା କରୁଛି, ସେମାନେ ମୋତେ ପାଗଳ ଖାନା ନେଇ ଯିବାକୁ ଚାହୁଁଛନ୍ତି। ଆପଣ ଦେଖନ୍ତୁ ସେମାନେ କେତେ ନିଷ୍ଠୁର ପ୍ରକୃତିର। କମ୍ୟୁନିଟି କମିଟି ମଇଳାକୁ ସଫା କରିବା ପାଇଁ ଅନେକ ପ୍ରୟାସ କରିଛନ୍ତି, କିନ୍ତୁ ଚେଙ୍ଗ୍ ଘରେ ଅଳିଆ ଜମା କରିବା ଜାରି ରଖି ଥିଲେ।