କୋଟିଆର ୨୧ଅଞ୍ଚଳ ଆନ୍ଧ୍ରକୁ ଦେବ ଭାଜପା ସରକାର: କାଡାମ

ଭୁବନେଶ୍ୱର, ୧ା୪(ସୁନିତ୍‌ ମିଶ୍ର): କେନ୍ଦ୍ରରେ ସରକାରକୁ ବଞ୍ଚାଇବା ପାଇଁ ଭାଜପାର ଡବଲ ଇଞ୍ଜିନ ସରକାର ଯୌତୁକ ହିସାବରେ କୋଟିଆର ୨୧ ଅଞ୍ଚଳକୁ ଆନ୍ଧ୍ର ହାତକୁ ଟେକିଦେବା ନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଆଶଙ୍କା କରିଛନ୍ତି। ଏକ ଖବରଦାତା ସମ୍ମିଳନୀ କରି କାଡାମ କହିଛନ୍ତି, କୋଟିଆରେ ଆନ୍ଧ୍ର ପ୍ରତିଦିନ ଅନୁପ୍ରବେଶ କରୁଛି। କିନ୍ତୁ ଓଡ଼ିଶା ସରକାର ନୀରବ ଅଛନ୍ତି। ଏହି ନୀରବତା କୋଟିଆ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ଏବେ ଆନ୍ଧ୍ର ସରକାର […] The post କୋଟିଆର ୨୧ଅଞ୍ଚଳ ଆନ୍ଧ୍ରକୁ ଦେବ ଭାଜପା ସରକାର: କାଡାମ appeared first on Dharitri Odia News.

କୋଟିଆର ୨୧ଅଞ୍ଚଳ ଆନ୍ଧ୍ରକୁ ଦେବ ଭାଜପା ସରକାର: କାଡାମ

ଭୁବନେଶ୍ୱର, ୧ା୪(ସୁନିତ୍‌ ମିଶ୍ର): କେନ୍ଦ୍ରରେ ସରକାରକୁ ବଞ୍ଚାଇବା ପାଇଁ ଭାଜପାର ଡବଲ ଇଞ୍ଜିନ ସରକାର ଯୌତୁକ ହିସାବରେ କୋଟିଆର ୨୧ ଅଞ୍ଚଳକୁ ଆନ୍ଧ୍ର ହାତକୁ ଟେକିଦେବା ନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଆଶଙ୍କା କରିଛନ୍ତି। ଏକ ଖବରଦାତା ସମ୍ମିଳନୀ କରି କାଡାମ କହିଛନ୍ତି, କୋଟିଆରେ ଆନ୍ଧ୍ର ପ୍ରତିଦିନ ଅନୁପ୍ରବେଶ କରୁଛି। କିନ୍ତୁ ଓଡ଼ିଶା ସରକାର ନୀରବ ଅଛନ୍ତି। ଏହି ନୀରବତା କୋଟିଆ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ଏବେ ଆନ୍ଧ୍ର ସରକାର କୋଟିଆରେ ପାଣିଟାଙ୍କି କରି ଲୋକଙ୍କୁ ପାଣି ଦେଲେଣି। ରାଜ୍ୟର ସୀମା ସୁରକ୍ଷିତ ନାହିଁ। ରାଜ୍ୟବାସୀ ଭାଜପାକୁ ୨୦ ସାଂସଦ ଦେଇଛନ୍ତି। ଭାଜପା ଇସ୍ତାହାରରେ କହିଥିଲା, ଡବଲ ଇଞ୍ଜିନ ସରକାର ଆସିଲେ ଓଡ଼ିଶାର ସ୍ବତନ୍ତ୍ର ବିକାଶ ହେବ। କିନ୍ତୁ ଓଡ଼ିଶାର ଯିଏ କ୍ଷତି କରୁଛି କେନ୍ଦ୍ର ସରକାରକୁ ବଞ୍ଚାଇବା ପାଇଁ ତାଙ୍କୁ ପୁରସ୍କାର ଦିଆଯାଉଛି। କିନ୍ତୁ ଜୀବନ ଥିବା ଯାଏ ଏହା କରାଇ ଦିଆଯିବ ନାହିଁ ବୋଲି କାଡାମ କହିଛନ୍ତି। ସେ ପୁଣି କହିଛନ୍ତି, କୋଟିଆର ସବୁ ଗାଁରେ ଓଡ଼ିଶା ଦିବସ ପାଳନ ହେବ। ଏହି ଅଞ୍ଚଳର ୨୦ ହଜାରରୁ ଅଧିକ ଲୋକଙ୍କୁ ଏଥିରେ ସାମିଲ କରାଯିବ। ରାଜ୍ୟର ସୀମା ଓ ମହିଳାମାନେ ଅସୁରକ୍ଷିତ। ତେଣୁ ଓଡ଼ିଆ ପକ୍ଷ ପାଳନ କ’ଣ ପାଇଁ ବୋଲି ରାମଚନ୍ଦ୍ର ପ୍ରଶ୍ନ ଉଠାଇଛନ୍ତି। ସେ ଆହୁରି କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳାର ବିପର୍ଯ୍ୟସ୍ତ ସ୍ଥିତି, ଅସୁରକ୍ଷିତ ମହିଳା, ସରକାର ଓ ପୋଲିସର ଭୂମିକା ଉପରେ ସରକାର ଉତ୍ତର ରଖୁନାହାନ୍ତି। ରାଜ୍ୟର ମହିଳା ନିର୍ଯାତନା ବଢ଼ି ଚାଲିଥିବା ବେଳେ ସେମାନେ ଚୁପ୍‌ ଅଛନ୍ତି। ଲଗାତର ୧୬ ଦିନ ଧରି ବିଧାନସଭାରେ ଗୃହ କମିଟି ଓ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବିରେ ଆନ୍ଦୋଳନ କରିବା ପରେ ବି କିଛି ପଦକ୍ଷେପ ସରକାର ନେଇନାହାନ୍ତି। ମହିଳା ସୁରକ୍ଷା ପ୍ରସଙ୍ଗରେ ବାରମ୍ବାର ପ୍ରଶ୍ନ ଉଠାଇବା ସତ୍ତ୍ୱେ ମଧ୍ୟ ଗୃହ କମିଟି ହେଲାନି କି ବିଧାନସଭାରେ ମୁଖ୍ୟମନ୍ତ୍ରୀ ପଦେ କହିଲେନାହିଁ। ୨୭ରେ ଯେଉଁ ବିଧାନସଭା ଘେରାଉ କରାଗଲା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ହେଲା। ପୂର୍ବ ସରକାର ସମୟରେ ଭାଜପା ଆନ୍ଦୋଳନ କରିଥିଲା। ବିଧାନସଭାରେ ଭାଜପା ଡାଲି ଆଉ ଚପଲ ବାଚସ୍ପତିଙ୍କ ଉପରକୁ ଫିଙ୍ଗିଥିଲା। ସେମାନେ ମଧ୍ୟ ଘଣ୍ଟ ବାଡ଼େଇ ପ୍ରତିବାଦ କରିଥିଲେ। ତେବେ ବର୍ତ୍ତମାନ ଭାଜପା ବିରୋଧୀଙ୍କ ଆନ୍ଦୋଳନକୁ କାହିଁକି ସହିପାରୁନି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

The post କୋଟିଆର ୨୧ଅଞ୍ଚଳ ଆନ୍ଧ୍ରକୁ ଦେବ ଭାଜପା ସରକାର: କାଡାମ appeared first on Dharitri Odia News.