କୋଟିଏ ଟାର୍ଗେଟରେ ପହଞ୍ଚି ପାରୁନି ବିଜେଡି । ନବୀନ ନିବାସରେ ସୁପ୍ରିମୋ କରୁଛନ୍ତି କସରତ ।
କନକ ବ୍ୟୁରୋ: ନିର୍ବାଚନ ହାରିବା ପରେ ଦଳକୁ ପୁଣି କେମିତି ତୃଣମୂଳ ସ୍ତରରେ ମଜଭୁତ କରାଯାଇପାରିବ। ସଦସ୍ୟ ସଂଖ୍ୟା କେମିତି ବୃଦ୍ଧି ହେବ, ସେହି ଲକ୍ଷ୍ୟରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲା ବିଜେଡି । କୋଟିଏ ସଭ୍ୟ ସଂଗ୍ରହ ପାଇଁ ଟାର୍ଗେଟ ନେଇଥିଲା । ହେଲେ, ଲକ୍ଷ୍ୟ ପୂରଣ ନେଇ ଆଶଙ୍କା ଦେବା ପରେ ବିଧାୟକ ଓ ନେତାଙ୍କୁ ଡାକି ଆଲୋଚନା କରିଛନ୍ତି ନବୀନ । କ୍ଷମତାରୁ ଯିବା ପରେ ବିଜେଡି କୋଟିଏ ସଦସ୍ୟ ସଂଗ୍ରହ ଲକ୍ଷ୍ୟ ନେଇ ଅଭିଯାନ ଚଳାଇଛି । କିନ୍ତୁ ଏହା ଭିତରେ ଅଢ଼େଇ ମାସ ବିତି ଯାଇଥିଲେ ବି ଟାର୍ଗେଟରେ ପହଁଚି ପାରୁନି ବିଜେଡି । ପୂରା ମନ୍ଥର ଗତିରେ ଚାଲିଚି ସଭ୍ୟ ସଂଗ୍ରହ ଅଭିଯାନ । ସୂଚନା ଅନୁସାରେ, ଏବେ ସୁଦ୍ଧା ମାତ୍ର ୫୬ ଲକ୍ଷ ସଭ୍ୟ ସଂଗ୍ରହ ହୋଇଛି। ଯାହାକି ନବୀନଙ୍କ ମୁଣ୍ଡ ବ୍ୟଥାକୁ ବଢ଼ାଇ ଦେଇଛି । ଟାର୍ଗେଟ ପୂରଣ ପାଇଁ ଦଳୀୟ ନେତାଙ୍କୁ ନଭେମ୍ବର ୩୦ ସୁଦ୍ଧା ଏହି ଅଭିଯାନ ଶେଷ କରିବାକୁ କୁହାଯାଇଥିବା ବେଳେ ଏବେ ୨୧ ତାରିଖକୁ ବଢାଇଛି ଦଳ । କାହିଁକି ନୂଆ ସଦସ୍ୟ ବିଜେଡି ସହ ଯୋଡି ହେବାକୁ ଚାହୁଁ ନାହାନ୍ତି ? - କ୍ଷମତାରୁ ହଟିବା ପରେ ବିଜେଡିକୁ ଭରସା କରିପାରୁନାହାନ୍ତି ଲୋକେ - ବିଜେଡି ଅପେକ୍ଷା ଲୋକେ ଡବଲ ଇଞ୍ଜିନ ସରକାର ଉପରେ ବେଶି ଭରସା କରୁଛନ୍ତି - ତୃଣମୂଳ ସ୍ତରରେ ବିଜେଡିର ଅନ୍ତର୍କନ୍ଦଳ ଯୋଗୁଁ ନୂଆ ସଭ୍ୟ ଯୋଡି ହେବାକୁ ଚାହୁଁନାହାନ୍ତି - ବଡ଼ ନେତା ବିଜେପିକୁ ଡ଼େଉଁଥିବାରୁ,

କନକ ବ୍ୟୁରୋ: ନିର୍ବାଚନ ହାରିବା ପରେ ଦଳକୁ ପୁଣି କେମିତି ତୃଣମୂଳ ସ୍ତରରେ ମଜଭୁତ କରାଯାଇପାରିବ। ସଦସ୍ୟ ସଂଖ୍ୟା କେମିତି ବୃଦ୍ଧି ହେବ, ସେହି ଲକ୍ଷ୍ୟରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲା ବିଜେଡି । କୋଟିଏ ସଭ୍ୟ ସଂଗ୍ରହ ପାଇଁ ଟାର୍ଗେଟ ନେଇଥିଲା । ହେଲେ, ଲକ୍ଷ୍ୟ ପୂରଣ ନେଇ ଆଶଙ୍କା ଦେବା ପରେ ବିଧାୟକ ଓ ନେତାଙ୍କୁ ଡାକି ଆଲୋଚନା କରିଛନ୍ତି ନବୀନ ।
କ୍ଷମତାରୁ ଯିବା ପରେ ବିଜେଡି କୋଟିଏ ସଦସ୍ୟ ସଂଗ୍ରହ ଲକ୍ଷ୍ୟ ନେଇ ଅଭିଯାନ ଚଳାଇଛି । କିନ୍ତୁ ଏହା ଭିତରେ ଅଢ଼େଇ ମାସ ବିତି ଯାଇଥିଲେ ବି ଟାର୍ଗେଟରେ ପହଁଚି ପାରୁନି ବିଜେଡି । ପୂରା ମନ୍ଥର ଗତିରେ ଚାଲିଚି ସଭ୍ୟ ସଂଗ୍ରହ ଅଭିଯାନ । ସୂଚନା ଅନୁସାରେ, ଏବେ ସୁଦ୍ଧା ମାତ୍ର ୫୬ ଲକ୍ଷ ସଭ୍ୟ ସଂଗ୍ରହ ହୋଇଛି। ଯାହାକି ନବୀନଙ୍କ ମୁଣ୍ଡ ବ୍ୟଥାକୁ ବଢ଼ାଇ ଦେଇଛି । ଟାର୍ଗେଟ ପୂରଣ ପାଇଁ ଦଳୀୟ ନେତାଙ୍କୁ ନଭେମ୍ବର ୩୦ ସୁଦ୍ଧା ଏହି ଅଭିଯାନ ଶେଷ କରିବାକୁ କୁହାଯାଇଥିବା ବେଳେ ଏବେ ୨୧ ତାରିଖକୁ ବଢାଇଛି ଦଳ ।
କାହିଁକି ନୂଆ ସଦସ୍ୟ ବିଜେଡି ସହ ଯୋଡି ହେବାକୁ ଚାହୁଁ ନାହାନ୍ତି ?
- କ୍ଷମତାରୁ ହଟିବା ପରେ ବିଜେଡିକୁ ଭରସା କରିପାରୁନାହାନ୍ତି ଲୋକେ
- ବିଜେଡି ଅପେକ୍ଷା ଲୋକେ ଡବଲ ଇଞ୍ଜିନ ସରକାର ଉପରେ ବେଶି ଭରସା କରୁଛନ୍ତି
- ତୃଣମୂଳ ସ୍ତରରେ ବିଜେଡିର ଅନ୍ତର୍କନ୍ଦଳ ଯୋଗୁଁ ନୂଆ ସଭ୍ୟ ଯୋଡି ହେବାକୁ ଚାହୁଁନାହାନ୍ତି
- ବଡ଼ ନେତା ବିଜେପିକୁ ଡ଼େଉଁଥିବାରୁ, ନୂଆ ନେତା ସାହାସ ଜୁଟାଇ ପାରୁ ନାହାନ୍ତି
ଏସବୁ କାରଣ ଭିତରେ ମାନସ ମନ୍ଥନ କରିଛନ୍ତି ନବୀନ । ଆଉ ଟାର୍ଗେଟ ପୂରଣ କରିବାକୁ ନେତା ଏକାଠି ହୋଇଛନ୍ତି । ଦୀର୍ଘ ଛଅ ମାସ ହେଲା ସ୍ଥାଣୁ ଅବସ୍ଥାରେ ପଡିଛି ବିଜେଡି ସଂଗଠନ । ପଦଯାତ୍ରାକୁ ଛାଡିଦେଲେ ବିଜେଡି ପକ୍ଷରୁ ସେଭଳି କୌଣସି ଆଖି ଦୃଶିଆ କାର୍ଯ୍ୟକ୍ରମ କରାଯାଇନି । ଅନ୍ୟପଟେ ତୃଣମୂଳସ୍ତରରୁ ରାଜ୍ୟସ୍ତରୀୟ ନେତା ବିଜେଡି ଛାଡି ବିଜେପିରେ ସାମିଲ ହେଉଛନ୍ତି । ଯାହା ପୂରା ବିଜେଡିର ସଂଗଠନକୁ ଦୋହଲାଇ ଦେଇଛି । ଏଭଳି ଘଡ଼ି ସନ୍ଧି ମୂହୁର୍ତ୍ତରେ କେମିତି କର୍ମୀଙ୍କୁ ଏକାଠି କରି ରଖିବେ ନବୀନଙ୍କ ପାଇଁ ବଡ଼ ଚାଲେଞ୍ଜ ହୋଇଛି । ଏଥିପାଇଁ ପର୍ଯ୍ୟାୟ କ୍ରମେ ବିଧାୟକ, ପୂର୍ବତନ ବିଧାୟକ ଓ ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରିଛନ୍ତି । ଆଜି ବିଧାୟକ ପ୍ରସନ୍ନ ଆଚାର୍ୟ୍ୟଙ୍କ ଘରେ ସହ ସଦସ୍ୟ ବଢାଇବାକୁ ଏକାଠି ହୋଇଛନ୍ତି ବିଜେଡି ନେତା ।
ଗୋଟିଏ ପଟେ ଜଣେ ପରେ ଜଣେ ରାଜ୍ୟ ସଭା ସାଂସଦ ଦଳ ଛାଡିବା ଓ ବିଭିନ୍ନ ସ୍ଥାନରୁ ସରପଞ୍ଚ ଓ ସମିତି ସଭ୍ୟ ବିଜେପିରେ ମିଶିବାକୁ ନେଇ ଦଳ ଟେନସନରେ ଥିବାବେଳେ ମୋର୍ଚ୍ଚା ସମ୍ଭାଳିବାକୁ ପୁଣି ଥରେ ଉଦ୍ୟମ କରିଛନ୍ତି ନବୀନ । ତେବେ ଦେଖିବାକୁ ବାକି ରହିଲା ବିଜେଡିର କୋଟିଏ ସଭ୍ୟ ସଂଗ୍ରହ କେତେ ସଫଳ ହେଉଛି ।