କୋଟିପତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ର ଗିରଫ, ଠାବ ହୋଇ ସାରିଛି ୧୯ କୋଟିରୁ ଆୟ ବହିର୍ଭୁତ ସଂପତି
ଭୁବନେଶ୍ୱର: ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଶୁକ୍ରବାର ବୌଦ୍ଧର କୁବେର ଆରଟିଓ ବସନ୍ତ ମହାପାତ୍ରଙ୍କୁ ଗିରଫ କରିଛି । ପର୍ଯ୍ୟାପ୍ତ ମାତ୍ରାରେ ପ୍ରମାଣ ମିଳିବା ପରେ ଭିଜିଲାନ୍ସ ଏହି କୋଟିପତି ଦୁର୍ନୀତିଖୋର ଆରଟିଓକୁ ଗିରଫ କରିଛି । ଗତକାଲି ଭିଜିଲାନ୍ସର ୧୦ଟି ଟିମ୍ ଗତକାଲି ଆର୍ଟିଓ ଶ୍ରୀ ମହାପାତ୍ରଙ୍କ ଭଡ଼ାଘର, ପୈତୃକ ଘର ଆଦି ୧୦ଟି ସ୍ଥାନରେ ଚଢ଼ଉ କରି ୧୯କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲେ। ଯେଉଁଥିରେ […] The post କୋଟିପତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ର ଗିରଫ, ଠାବ ହୋଇ ସାରିଛି ୧୯ କୋଟିରୁ ଆୟ ବହିର୍ଭୁତ ସଂପତି appeared first on Odisha.News.
ଭୁବନେଶ୍ୱର: ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଶୁକ୍ରବାର ବୌଦ୍ଧର କୁବେର ଆରଟିଓ ବସନ୍ତ ମହାପାତ୍ରଙ୍କୁ ଗିରଫ କରିଛି । ପର୍ଯ୍ୟାପ୍ତ ମାତ୍ରାରେ ପ୍ରମାଣ ମିଳିବା ପରେ ଭିଜିଲାନ୍ସ ଏହି କୋଟିପତି ଦୁର୍ନୀତିଖୋର ଆରଟିଓକୁ ଗିରଫ କରିଛି । ଗତକାଲି ଭିଜିଲାନ୍ସର ୧୦ଟି ଟିମ୍ ଗତକାଲି ଆର୍ଟିଓ ଶ୍ରୀ ମହାପାତ୍ରଙ୍କ ଭଡ଼ାଘର, ପୈତୃକ ଘର ଆଦି ୧୦ଟି ସ୍ଥାନରେ ଚଢ଼ଉ କରି ୧୯କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲେ। ଯେଉଁଥିରେ ୧୪ କୋଟି ୫୦ ଲକ୍ଷର ଫ୍ଲାଟ, ୪ କୋଟି ୫୦ ଲକ୍ଷର ସୁନାଗହଣା ଓ ଗାଡି ଆସବାବପତ୍ର ରହିଛି ।
ଗତକାଲି ଭିଜିଲାନ୍ସ ବସନ୍ତଙ୍କ ପୈତୃକ ଘର ଗଞ୍ଜାମ ସମେତ ଭୁବନେଶ୍ୱର ଓ ବୌଦ୍ଧରେ ଚଢଉ କରିଥିଲା । ଏହି ସମୟରେ ଭୁବନେଶ୍ବରରୁ ୫ଟି ଦାମୀ ଫ୍ଲାଟ୍ ସାଙ୍ଗକୁ ଗୋଟିଏ ସପିଂ କମ୍ପ୍ଲେକ୍ସ ଠାବ କରାଯାଇଥିଲା। ପାହାଳ ଅଞ୍ଚଳରେ ଉତ୍କଳ ସିଗ୍ନେଚରରେ ୩୦୦୦ ବର୍ଗଫୁଟରେ ନିର୍ମିତ କୋଟିଏ ଟଙ୍କାର ଫ୍ଲାଟ୍ ଠାବ କରାଯାଇଥିବା ବେଳେ ଗୌତମନଗର ଅଞ୍ଚଳରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲରେ ୨ କୋଟି ଟଙ୍କା ମୂଲ୍ୟର ୨୫୦୦ ବର୍ଗଫୁଟ୍ର ସପିଂ କମ୍ପ୍ଲେକ୍ସ, କଳ୍ପନା ସ୍ଥିତି ଉତ୍କଳ ରୟାଲ୍ ରେସିଡେନ୍ସିରେ କୋଟିଏ ଟଙ୍କା ମୂଲ୍ୟର ଫ୍ଲାଟ ମିଳିଥିଲା ।
ସେହିପରି କଳାରାହଙ୍ଗ ଅଞ୍ଚଳରେ ଜେଡ୍-୧ ଆଇକନିକରେ ୫ବିଏଚର ଫ୍ଲାଟ୍ ପାଇଁ ଅଗ୍ରୀମ ୧.୩୫କୋଟି ଟଙ୍କା ଜମା, ଶୈଳଶ୍ରୀବିହାର ଅଞ୍ଚଳରେ ଥିବା ୱେଷ୍ଟ୍ ଏଣ୍ଡ ଆପାର୍ଟମେଣ୍ଟରେ ଫ୍ଲାଟ୍, ରଙ୍ଗମାଟିଆ ହରପ୍ରିୟା ଏନକ୍ଲେଭରେ ଫ୍ଲାଟ ଠାବ ହୋଇଛି। ବେଙ୍ଗାଲୁରୁରେ ମଧ୍ୟ ତାଙ୍କ ଫ୍ଲାଟ ରହିଛି। ସେ ଓଜୋନ୍ ଏଲିଗାଣ୍ଟରେ ଫ୍ଲାଟ ପାଇଁ ୮୮ଲକ୍ଷ ଟଙ୍କା ଅଗ୍ରିମ ଦେଇଥିବା ଭିଜିଲାନ୍ସ ହାତରେ ସମସ୍ତ ତଥ୍ୟ ଲାଗିଥିଲା । ତାଙ୍କର ବିଭିନ୍ନ ବ୍ୟାଙ୍କରେ ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜମାଥିବା ଭିଜିଲାନ୍ସ ହାତରେ ତଥ୍ୟ ଲାଗିଛି।
The post କୋଟିପତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ର ଗିରଫ, ଠାବ ହୋଇ ସାରିଛି ୧୯ କୋଟିରୁ ଆୟ ବହିର୍ଭୁତ ସଂପତି appeared first on Odisha.News.