କୋଡ ଅଫ କଣ୍ଡକ୍ଟ ଲାଗିବା ପରେ ଘନଘନ ଚଢ଼ାଉ

ଭୁବନେଶ୍ୱର ୧୭।୩ : କୋଡ ଅଫ କଣ୍ଡକ୍ଟ ଲାଗିବା ପରେ ସବୁଠି ଧରପଗଡ଼  ଆରମ୍ଭ ହୋଇଯାଇଛି। ମଦ୍ୟପ ଚାଳକ ଏବଂ ଅପରାଧୀ ଉପରେ ପୋଲିସର କଡ଼ା ନଜର ରହିଛି। ୫୦ଟି ଅଞ୍ଚଳରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ଧରପଗଡ଼ ଆରମ୍ଭ କରିଦେଇଛନ୍ତି। କୋଡ ଅଫ କଣ୍ଡକ୍ଟ ଘୋଷଣା ପରେ ପୋଲିସ  କଡା ଆଭିମୁଖ୍ୟ ଗ୍ରହଣ କରିଛି। କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀର ସବୁ ଥାନା ଅଞ୍ଚଳରେ ଧରପଘଡ଼ ଆରମ୍ଭ ହୋଇଯାଇଛି। ଦୁଇଦିନ ଧରି ଚାଲିଥିବା ଏହି ଧରପଗଡରେ […] The post କୋଡ ଅଫ କଣ୍ଡକ୍ଟ ଲାଗିବା ପରେ ଘନଘନ ଚଢ଼ାଉ appeared first on Dharitri Odia News.

କୋଡ ଅଫ କଣ୍ଡକ୍ଟ ଲାଗିବା ପରେ ଘନଘନ ଚଢ଼ାଉ
ଭୁବନେଶ୍ୱର ୧୭।୩ : କୋଡ ଅଫ କଣ୍ଡକ୍ଟ ଲାଗିବା ପରେ ସବୁଠି ଧରପଗଡ଼  ଆରମ୍ଭ ହୋଇଯାଇଛି। ମଦ୍ୟପ ଚାଳକ ଏବଂ ଅପରାଧୀ ଉପରେ ପୋଲିସର କଡ଼ା ନଜର ରହିଛି। ୫୦ଟି ଅଞ୍ଚଳରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ଧରପଗଡ଼ ଆରମ୍ଭ କରିଦେଇଛନ୍ତି।
କୋଡ ଅଫ କଣ୍ଡକ୍ଟ ଘୋଷଣା ପରେ ପୋଲିସ  କଡା ଆଭିମୁଖ୍ୟ ଗ୍ରହଣ କରିଛି। କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀର ସବୁ ଥାନା ଅଞ୍ଚଳରେ ଧରପଘଡ଼ ଆରମ୍ଭ ହୋଇଯାଇଛି। ଦୁଇଦିନ ଧରି ଚାଲିଥିବା ଏହି ଧରପଗଡରେ ଏକାଧିକ ମଦ୍ୟପ ଚାଳକ ଧରାପଡ଼ିଛନ୍ତି। ପାଖାପାଖି ୩୫ରୁ ଅଧିକ ଦାମୀ କାର୍‌ ସିଜ ସହ ମାମଲା ମଧ୍ୟ ରୁଜ୍ଜୁ କରାଯାଇଛି। ଏହା  ଆଗକୁ ବଳବତ୍ତର ରହିବ ବୋଲି  ପୋଲିସ ପକ୍ଷରୁ ସୂଚନା ମିଳିଛି।

The post କୋଡ ଅଫ କଣ୍ଡକ୍ଟ ଲାଗିବା ପରେ ଘନଘନ ଚଢ଼ାଉ appeared first on Dharitri Odia News.