କୋଭିଡ୍ ଭ୍ୟାକ୍ସିନ୍ ସାଇଡ୍ ଇଫେକ୍ଟ ! ୩୩% ପରିବାରରେ କେହି ନା କେହି ରୋଗରେ ପୀଡ଼ିତ

ନୂଆଦିଲ୍ଲୀ: ପ୍ରତ୍ୟେକ ଦିନ ଦେଶରେ କେହି ନା କେହି ସ୍ବାସ୍ଥ୍ୟ ଜନୀତ ସମସ୍ୟାରେ ଜୁଝି ହେଉଛନ୍ତି । ପ୍ରତି ୩ ପରିବାରରୁ ଜଣେ କିମ୍ବା ୨ଜଣ ସ୍ବାସ୍ଥ୍ୟ ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ମାରାତ୍ମକ କୋଭିଡ-୧୯ ଭୂତାଣୁ । କୋଭିଡ୍ ଟିକା ନେବା ପରେ ଏଭଳି ସମସ୍ୟା ସାମ୍ନାକୁ ଆସୁଛି । ଲୋକାଲ ସର୍କଲ୍ସ ରିପୋର୍ଟ ଆନୁଯାୟୀ, ଦେଶରେ ୩୩ ପ୍ରତିଶତ ପରିବାରରେ, ଯେଉଁ ସବୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଛି, ସେମାନଙ୍କୁ ଲାଗୁଛି ଯେ ଏହାର ମୁଖ୍ୟ କାରଣ ହେଉଛି କୋଭିଡ୍ ଭ୍ୟାକ୍ସିନ । କୋଭିଡ୍ ଟିକା ନେବା ପରେ ଏହାର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାରୁ ମିଳିଛି । ଅନ୍ୟପଟେ ବିଶେଷଜ୍ଞ ମତରେ ଏହାର ଅଧିକ ତର୍ଜମା କରିବାର ଆବଶ୍ୟକତା ରହିଛି । ସରକାରୀ ତଥ୍ୟ ଅନୁଯାୟୀ, ଟିକାକରଣ ପରେ ରକ୍ତରେ ପ୍ଲେଟଲେଟ୍ ସମସ୍ୟା ଏବଂ ରକ୍ତ ଜମାଟ ବାନ୍ଧିବା ଭଳି ଅଭିଯୋଗ ସାମିଲ୍ ରହିଛି । ଏହା ଭ୍ୟାକ୍ସିନେସେନର କିଛି ଘଣ୍ଟା କିମ୍ବା କିଛି ଦିନ ପରେ ଏଭଳି ଅଭିଯୋଗ ହୋଇଛି । ସରକାରୀ ଡାଟାବେସ୍ ଅନୁଯାୟୀ, ଟିକାକରଣର ମାସେ କିମ୍ବା ବର୍ଷେ ପରେ ଏଭଳି ପାର୍ଶ୍ବ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।  ଲୋକାଲ ସର୍କଲ୍ସ ମୁତାବକ, ସର୍ଭେରେ କୋଭିଡ୍ ଟିକାକରଣ ପରେ ଯେଉଁ ଲୋକମାନେ ପାର୍ଶ୍ବ ପ୍ରତିକ୍ରିୟାର ଅଭିଯୋଗ ଆଣିଛନ୍ତି, ସେମନଙ୍କ ଭିତରୁ ୧୦ ପ୍ରତିଶତ ଲୋକଙ୍କଠାରେ ହୃଦୟ ରୋଗ ଦେଖିବାକୁ ମିଳିଛି । ହୃଦସ୍ପନ୍ଦନ

କୋଭିଡ୍ ଭ୍ୟାକ୍ସିନ୍ ସାଇଡ୍ ଇଫେକ୍ଟ ! ୩୩% ପରିବାରରେ କେହି ନା କେହି ରୋଗରେ ପୀଡ଼ିତ

ନୂଆଦିଲ୍ଲୀ: ପ୍ରତ୍ୟେକ ଦିନ ଦେଶରେ କେହି ନା କେହି ସ୍ବାସ୍ଥ୍ୟ ଜନୀତ ସମସ୍ୟାରେ ଜୁଝି ହେଉଛନ୍ତି । ପ୍ରତି ୩ ପରିବାରରୁ ଜଣେ କିମ୍ବା ୨ଜଣ ସ୍ବାସ୍ଥ୍ୟ ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ମାରାତ୍ମକ କୋଭିଡ-୧୯ ଭୂତାଣୁ । କୋଭିଡ୍ ଟିକା ନେବା ପରେ ଏଭଳି ସମସ୍ୟା ସାମ୍ନାକୁ ଆସୁଛି । ଲୋକାଲ ସର୍କଲ୍ସ ରିପୋର୍ଟ ଆନୁଯାୟୀ, ଦେଶରେ ୩୩ ପ୍ରତିଶତ ପରିବାରରେ, ଯେଉଁ ସବୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଛି, ସେମାନଙ୍କୁ ଲାଗୁଛି ଯେ ଏହାର ମୁଖ୍ୟ କାରଣ ହେଉଛି କୋଭିଡ୍ ଭ୍ୟାକ୍ସିନ । କୋଭିଡ୍ ଟିକା ନେବା ପରେ ଏହାର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାରୁ ମିଳିଛି । ଅନ୍ୟପଟେ ବିଶେଷଜ୍ଞ ମତରେ ଏହାର ଅଧିକ ତର୍ଜମା କରିବାର ଆବଶ୍ୟକତା ରହିଛି । 

ସରକାରୀ ତଥ୍ୟ ଅନୁଯାୟୀ, ଟିକାକରଣ ପରେ ରକ୍ତରେ ପ୍ଲେଟଲେଟ୍ ସମସ୍ୟା ଏବଂ ରକ୍ତ ଜମାଟ ବାନ୍ଧିବା ଭଳି ଅଭିଯୋଗ ସାମିଲ୍ ରହିଛି । ଏହା ଭ୍ୟାକ୍ସିନେସେନର କିଛି ଘଣ୍ଟା କିମ୍ବା କିଛି ଦିନ ପରେ ଏଭଳି ଅଭିଯୋଗ ହୋଇଛି । ସରକାରୀ ଡାଟାବେସ୍ ଅନୁଯାୟୀ, ଟିକାକରଣର ମାସେ କିମ୍ବା ବର୍ଷେ ପରେ ଏଭଳି ପାର୍ଶ୍ବ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।  

ଲୋକାଲ ସର୍କଲ୍ସ ମୁତାବକ, ସର୍ଭେରେ କୋଭିଡ୍ ଟିକାକରଣ ପରେ ଯେଉଁ ଲୋକମାନେ ପାର୍ଶ୍ବ ପ୍ରତିକ୍ରିୟାର ଅଭିଯୋଗ ଆଣିଛନ୍ତି, ସେମନଙ୍କ ଭିତରୁ ୧୦ ପ୍ରତିଶତ ଲୋକଙ୍କଠାରେ ହୃଦୟ ରୋଗ ଦେଖିବାକୁ ମିଳିଛି । ହୃଦସ୍ପନ୍ଦନ ବଢ଼ିବା, ରକ୍ତଚାପ କମିବା ଏବଂ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖାଯାଉଥିବା ଅଭିଯୋଗ ହୋଇଛି । ସେହିପରି ୮ ପ୍ରତିଶତ ଲୋକଙ୍କ ଠାରେ ହୃଦଘାତ୍ ଦେଖାଯାଇଛି । ଟିକାକରଣ ପରେ କିଛି ଲୋକ ବ୍ରେନ୍ ଷ୍ଟ୍ରୋକ୍ ଏବଂ ଆଂଶିକ ବା ପୂର୍ଣ୍ଣ ପକ୍ଷାଘାତ ରୋଗରେ ପୀଡିତ ହେଇଥିବା ସର୍ଭେ ରିପୋର୍ଟରୁ ସାମ୍ନାକୁ ଆସିଛି ।  

କୋଭିଡ୍ ଟିକାକରଣ ପରେ ୭୭ ପ୍ରତିଶତ ଲୋକ ମାନି ନେଇଛନ୍ତି କୋଭିଶିଲ୍ଡ ଭ୍ୟାକ୍ସିନ ନେବା ପରେ ଶରୀରରେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି । ତେଣୁ ୨୦୨୨ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା କୋଭିଡ୍ ବୁଷ୍ଟର ଡୋଜକୁ ନେବା ପାଇଁ ଅଧିକାଂଶ ଲୋକେ କୁଣ୍ଠାବୋଧ ପ୍ରକାଶ କରିଥିଲେ । ଗତ ୩ ବର୍ଷ ଭିତରେ ଅସାମୟିକ ମୃତ୍ୟୁ ସଂଖ୍ୟା ଅଧିକ ଆସିବାରୁ ଲୋକାଲ୍ ସର୍କଲ୍ସ ମଞ୍ଚରେ ଏହାର ମୁଖ୍ୟ କାରଣ କୋଭିଡ୍ ଭ୍ୟାକ୍ସିନର ପାର୍ଶ୍ବ ପ୍ରତିକ୍ରିୟା ବୋଲି କୁହାଯାଇଥିଲା । ପରେ ଲୋକାଲ ସର୍କଲ୍ସ ପକ୍ଷରୁ ଏହି ସର୍ଭେ କରାଯାଇଥିଲା, ଯେଉଁଥିରେ ଦେଶର ୩୩ ପ୍ରତିଶତ ପରିବାରରେ ଜଣେ ଦୁଇ ଜଣଙ୍କ ଠାରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଇଛି ବୋଲି ରିପୋର୍ଟରେ କୁହାଯାଉଛି ।..