କୋରବା ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ୩ଟି ବଗିରେ ଲାଗିଲା ନିଆଁ
ମୁମ୍ଵାଇ ୦୪।୦୮: ବିଶାଖାପାଟଣା ଷ୍ଟେସନରେ ଅଗ୍ନିକାଣ୍ଡ । ପୁଣି ଏକ ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଛି। ଟ୍ରେନର ତିନୋଟି ବଗି ପୋଡି ପାଉଁଶ ହୋଇଯାଇଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଏହି ଦୁର୍ଘଟଣା ଘଟିଛି। ଷ୍ଟେସନରେ ଛିଡା ହୋଇଥିବା ବେଳେ କୋରବା ଏକ୍ସପ୍ରେସରେ ଟ୍ରେନ ଲାଗିଗଲା ନିଆଁ । କୋରାବ ଏକ୍ସପ୍ରେସ ଟ୍ରେନର ୩ଟି ବଗିରେ ନିଆଁ । ଟ୍ରେନର ଏସି କୋଚରେ ନିଆଁ ଲାଗିଥିବା ସୂଚନା । ବଗିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା । ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରିପାରିବା ବେଳକୁ ତିନୋଟି ବଗି ପୋଡି ପାଉଁଶ ହୋଇଯାଇଥିଲା। କୋରାବରୁ ତିରୁମାଲା ଯାଇଥାନ୍ତା ଏହି ଏକ୍ସପ୍ରେସ ଟ୍ରେନ । ରେଲୱେ ଅଧିକାରୀଙ୍କ କହିବା ଅନୁଯାୟୀ ଟ୍ରେନରେ ନିଆଁ ଲାଗିବା ମାତ୍ରେ GRP, ନଗର ପୋଲିସ ଏବଂ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଅଗ୍ନିକାଣ୍ଡ ପ୍ରଥମେ ବି୭ କୋଚର ଶୌଚାଳୟରେ ସର୍ଟସର୍କିଟ ଯୋଗୁଁ ହୋଇଥିଲା । ବି୭ ବଗି ପୂରା ଜଳି ଯାଇଥିବା ବେଳେ ବି୬ ଓ ଓମ୧ ବଗି ଆଶିଂକ ଭାବେ ଜଳିଯାଇଛି। ଅଗ୍ନିକାଣ୍ଡ ବେଳେ ବଗିରେ କେହି ନଥିଲେ । ତେଣୁ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।
ମୁମ୍ଵାଇ ୦୪।୦୮: ବିଶାଖାପାଟଣା ଷ୍ଟେସନରେ ଅଗ୍ନିକାଣ୍ଡ । ପୁଣି ଏକ ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଛି। ଟ୍ରେନର ତିନୋଟି ବଗି ପୋଡି ପାଉଁଶ ହୋଇଯାଇଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଏହି ଦୁର୍ଘଟଣା ଘଟିଛି। ଷ୍ଟେସନରେ ଛିଡା ହୋଇଥିବା ବେଳେ କୋରବା ଏକ୍ସପ୍ରେସରେ ଟ୍ରେନ ଲାଗିଗଲା ନିଆଁ । କୋରାବ ଏକ୍ସପ୍ରେସ ଟ୍ରେନର ୩ଟି ବଗିରେ ନିଆଁ । ଟ୍ରେନର ଏସି କୋଚରେ ନିଆଁ ଲାଗିଥିବା ସୂଚନା । ବଗିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା । ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରିପାରିବା ବେଳକୁ ତିନୋଟି ବଗି ପୋଡି ପାଉଁଶ ହୋଇଯାଇଥିଲା।
କୋରାବରୁ ତିରୁମାଲା ଯାଇଥାନ୍ତା ଏହି ଏକ୍ସପ୍ରେସ ଟ୍ରେନ । ରେଲୱେ ଅଧିକାରୀଙ୍କ କହିବା ଅନୁଯାୟୀ ଟ୍ରେନରେ ନିଆଁ ଲାଗିବା ମାତ୍ରେ GRP, ନଗର ପୋଲିସ ଏବଂ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଅଗ୍ନିକାଣ୍ଡ ପ୍ରଥମେ ବି୭ କୋଚର ଶୌଚାଳୟରେ ସର୍ଟସର୍କିଟ ଯୋଗୁଁ ହୋଇଥିଲା ।
ବି୭ ବଗି ପୂରା ଜଳି ଯାଇଥିବା ବେଳେ ବି୬ ଓ ଓମ୧ ବଗି ଆଶିଂକ ଭାବେ ଜଳିଯାଇଛି। ଅଗ୍ନିକାଣ୍ଡ ବେଳେ ବଗିରେ କେହି ନଥିଲେ । ତେଣୁ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।