କୋରାପୁଟ ଡକରିଘାଟି ବସ୍ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମୃତକଙ୍କ ପରିବାକୁ ମିଳିବ…
ଭୁବନେଶ୍ୱର,୨୯।୧୨: କୋରାପୁଟ ଡକରିଘାଟି ବସ୍ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୋକ ପ୍ରକାଶ କରିଛନ୍ତି। ଏହିଦୁର୍ଘଟଣାରେ ସେ ଗଭୀର ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଘୋଷଣା କରିଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତରଙ୍କ ତୁରନ୍ତ ଚିକିତ୍ସା ନିର୍ଦ୍ଦେଶ ଦେଇଛନ୍ତି। ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରକୁ ଦର୍ଶନ କରିବା ପାଇଁ କଟକ ନିଆଳିରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଏକ ଟୁରିଷ୍ଟ ବସ୍ରେ ଯାଉଥିବା […] The post କୋରାପୁଟ ଡକରିଘାଟି ବସ୍ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମୃତକଙ୍କ ପରିବାକୁ ମିଳିବ… appeared first on Dharitri Odia News.
ଭୁବନେଶ୍ୱର,୨୯।୧୨: କୋରାପୁଟ ଡକରିଘାଟି ବସ୍ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୋକ ପ୍ରକାଶ କରିଛନ୍ତି। ଏହିଦୁର୍ଘଟଣାରେ ସେ ଗଭୀର ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଘୋଷଣା କରିଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତରଙ୍କ ତୁରନ୍ତ ଚିକିତ୍ସା ନିର୍ଦ୍ଦେଶ ଦେଇଛନ୍ତି।
ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରକୁ ଦର୍ଶନ କରିବା ପାଇଁ କଟକ ନିଆଳିରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଏକ ଟୁରିଷ୍ଟ ବସ୍ରେ ଯାଉଥିବା ବେଳେ ସୁକୁନାଳ ନିକଟରେ ବସ୍ଟି ଭାରସ୍ୟାମ ହରାଇ ରାସ୍ତାକୁ ଓଲଟିପଡିଥିଲା । ଯାହା ଫଳରେ ୩ ଜଣଙ୍କ ମତ୍ୟୁ ହୋଇଥିବାବେଳେ ୨୦ରୁ ଊଦ୍ଧର୍ବ ଯାତ୍ରୀ ଆହତ ହୋଇଛନ୍ତି। ମୃତଳ ମଧ୍ୟରେ ୨ ଜଣ ବୟସ୍କ ଓ ଜଣେ ଶିଶୁ ଅଛନ୍ତି।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ବୈପାରୀଗୁଡା ମେଡିକାଲରେ ଭର୍ତ୍ତି କରିଛି। ତେବେ ମୃତ୍ୟୁନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ। ବର୍ତ୍ତମାନ ଗୁରୁତର ଓ ଆହତ ବୈପାରୀଗୁଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି।
The post କୋରାପୁଟ ଡକରିଘାଟି ବସ୍ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମୃତକଙ୍କ ପରିବାକୁ ମିଳିବ… appeared first on Dharitri Odia News.