କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ କୋରାପୁଟ ଉପଖଣ୍ଡର ଥିବା ୩ ନିର୍ବାଚନ ମଣ୍ଡଳୀ ଯଥା କୋରାପୁଟ ନିମନ୍ତେ ୨ ଜଣ, ପଟାଙ୍ଗି ନିମନ୍ତେ ୪ ଜଣ ଓ ଲକ୍ଷ୍ମୀପୁର ବିଧାନସଭା ମଣ୍ଡଳୀରେ ୩ ଜଣ ଏପରିକି ସର୍ବମୋଟ୍‌ ୯ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ଜିଲା ପ୍ରଶାସନ ପକ୍ଷରୁ ଜଣାଯାଇଛ। […] The post କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର appeared first on Dharitri Odia News.

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ କୋରାପୁଟ ଉପଖଣ୍ଡର ଥିବା ୩ ନିର୍ବାଚନ ମଣ୍ଡଳୀ ଯଥା କୋରାପୁଟ ନିମନ୍ତେ ୨ ଜଣ, ପଟାଙ୍ଗି ନିମନ୍ତେ ୪ ଜଣ ଓ ଲକ୍ଷ୍ମୀପୁର ବିଧାନସଭା ମଣ୍ଡଳୀରେ ୩ ଜଣ ଏପରିକି ସର୍ବମୋଟ୍‌ ୯ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ଜିଲା ପ୍ରଶାସନ ପକ୍ଷରୁ ଜଣାଯାଇଛ।

ମିଳିଥିବ ସୂଚନାନୁଯାୟୀ, ବୁଧବାର କୋରାପୁଟ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ କାଳୀରାମ ମାଝି ତାଙ୍କର ନାମାଙ୍କନପତ୍ର ଜିଲାପାଳ ଭି.କୀର୍ତ୍ତି ଭାସନଙ୍କ ନିକଟରେ ଦାଖଲ କରିଥିବାବେଳେ ପରେ ଏହି ଆସନରେ ୨ ସ୍ବାଧୀନ ପ୍ରାର୍ଥୀ ଲାସୁ ହନ୍ତାଳ ଓ ବନମାଳୀ ମାଝି ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ବୁଧବାର କୋରାପୁଟ ଉପଖଣ୍ଡ ଅନ୍ତର୍ଗତ କୋରାପୁଟ ନିର୍ବାଚନ ମଣ୍ଡଳୀରେ ଭାଜପା ପ୍ରାର୍ଥୀ ରଘୁରାମ ମାଛ ଏବଂ ବିଏସ୍‌ପି ପ୍ରାର୍ଥୀ ସଞ୍ଜୀବ କୁମାର ନାୟକ କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କ ନିକଟରେ ନାମାଙ୍କନପତ୍ର ଦାଖଳ କରିଥିବାବେଳେ ଲକ୍ଷ୍ମୀପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ କୈଳାସ କୁଲେସିକା ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସ୍ବାଧୀନ ପ୍ରାର୍ଥୀ ଭାବେ ହବିକା ରବି ଓ ନରି ହିକ୍‌କା ଏପରିକି ମୋଟ୍‌ ୩ ଜଣ ଅତିରିକ୍ତ ଜିଲାପାଳ ଲଗ୍ନଜିତ ରାଉତଙ୍କ ନିକଟରେ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ଜିଲା ପ୍ରଶାସନ ପକ୍ଷରୁ ଜଣାଯାଇଛି। ସେହିପରି ପଟାଙ୍ଗି ବିଧାନସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ଚୈତନ୍ୟ ନନ୍ଦିବାଲିଙ୍କ ସମେତ ଅଲ୍‌ ଇଣ୍ଡିଆ ଫର୍‌ଓ୍ବାର୍ଡ ବ୍ଲକର ପ୍ରାର୍ଥୀ ସ୍ନେହପାତ୍ର ସାଅନ୍ତା, ସ୍ବାଧୀନ ପ୍ରାର୍ଥୀ ଭାବେ ଗଙ୍ଗାମା ମାଝି ଓ କୃଷ୍ଣଚନ୍ଦ୍ର ଜାନି ମୋଟ୍‌ ୪ ଜଣ ପ୍ରାର୍ଥୀ ସହକାରୀ ଉପଜିଲାପାଳ ଏସ୍‌ ବାଘଙ୍କ ନିକଟରେ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଥିବା ଜିଲାପ୍ରଶାସନ ପକ୍ଷରୁ ଜଣାଯାଇଛି ।

The post କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର appeared first on Dharitri Odia News.