କୋରାପୁଟ ସେମିଳିଗୁଡାରେ ଭି.କେ ପାଣ୍ଡିଆନ୍, ନିର୍ବାଚନୀ ସଭାରେ କର୍ମୀଙ୍କୁ ଦେଲେ ଉଦ୍ବୋଧନ
କୋରାପୁଟ ୨୫/୦୪: କୋରାପୁଟ୍ରେ ମୋ ଓଡିଶା ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ସେ ପ୍ରଥମେ ସେମିଳିଗୁଡ଼ାରେ ପହଞ୍ଚିଛନ୍ତି ପାଣ୍ଡିଆନ୍ । ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି । ଦକ୍ଷିଣ ଓଡ଼ିସାରେ ନିର୍ବାଚନୀ ସଭାରେ ସେ ପ୍ରଚାର କରିଛନ୍ତି । କର୍ମୀଙ୍କୁ ସମ୍ୱୋଧନ କରି ସେ କହିଛନ୍ତି ଯେ ଏଥର ବି ସାରା ରାଜ୍ୟରେ ହେବ ଶଙ୍ଖନାଦ । ଏହାପରେ ସେ ଲକ୍ଷ୍ମୀପୁର ଗସ୍ତ କରିବେ । ସେଠାରେ ମଧ୍ୟ ଜନସଭାରେ ଉଦବୋଧନ ଦେବେ । ଏହାପରେ ଅପରାହ୍ଣ ୩ଟାରେ ବିଷମକଟକରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନା ଥାଉକି, ବିଜେଡିର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ ନିର୍ବାଚନୀ ସଭାରେ ଯୋଗ ଦେବାକୁ କୋରାପୁଟ ଗସ୍ତରେ ଆସିଛନ୍ତି । କୋରାପୁଟ ଜିଲ୍ଲାର ପଟାଙ୍ଗି ନିର୍ବାଚନ ମଣ୍ଡଳିର ବାଙ୍ଗୁରୁଗୁଡା ଠାରେ ଓ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିର ଦଶମନ୍ତପୁର ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ବିଜେଡି ଦଳର ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର କରିବେ। ଦିନ ତମାମ ପ୍ରଚାର ପରେ ସନ୍ଧ୍ୟା ୫.୩୦ ରେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି ।
କୋରାପୁଟ ୨୫/୦୪: କୋରାପୁଟ୍ରେ ମୋ ଓଡିଶା ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ସେ ପ୍ରଥମେ ସେମିଳିଗୁଡ଼ାରେ ପହଞ୍ଚିଛନ୍ତି ପାଣ୍ଡିଆନ୍ । ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି ।
ଦକ୍ଷିଣ ଓଡ଼ିସାରେ ନିର୍ବାଚନୀ ସଭାରେ ସେ ପ୍ରଚାର କରିଛନ୍ତି । କର୍ମୀଙ୍କୁ ସମ୍ୱୋଧନ କରି ସେ କହିଛନ୍ତି ଯେ ଏଥର ବି ସାରା ରାଜ୍ୟରେ ହେବ ଶଙ୍ଖନାଦ । ଏହାପରେ ସେ ଲକ୍ଷ୍ମୀପୁର ଗସ୍ତ କରିବେ । ସେଠାରେ ମଧ୍ୟ ଜନସଭାରେ ଉଦବୋଧନ ଦେବେ । ଏହାପରେ ଅପରାହ୍ଣ ୩ଟାରେ ବିଷମକଟକରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।
ସୂଚନା ଥାଉକି, ବିଜେଡିର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ ନିର୍ବାଚନୀ ସଭାରେ ଯୋଗ ଦେବାକୁ କୋରାପୁଟ ଗସ୍ତରେ ଆସିଛନ୍ତି । କୋରାପୁଟ ଜିଲ୍ଲାର ପଟାଙ୍ଗି ନିର୍ବାଚନ ମଣ୍ଡଳିର ବାଙ୍ଗୁରୁଗୁଡା ଠାରେ ଓ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିର ଦଶମନ୍ତପୁର ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ବିଜେଡି ଦଳର ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର କରିବେ। ଦିନ ତମାମ ପ୍ରଚାର ପରେ ସନ୍ଧ୍ୟା ୫.୩୦ ରେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି ।