କୋରାପୁଟରେ ଆନ୍ଥ୍ରାକ୍ସ, ୨ ଚିହ୍ନଟ
କୋରାପୁଟ : ନାରାୟଣପାଟଣାରୁ ଡିପ୍ଥେରିଆ ସଂକ୍ରମଣ ଥମି ନଥିବା ବେଳେ ଜିଲ୍ଲାରେ ପୁଣି ଚିନ୍ତା ବଢ଼ାଇଲାଣି ଆନ୍ଥ୍ରାକ୍ସ । ଶୁକ୍ରବାର ୬ ଜଣ ଆକ୍ରାନ୍ତଙ୍କର ରକ୍ତ ପରୀକ୍ଷା କରାଯାଇଥିବା ବେଳେ, କୋରାପୁଟ ଜିଲା ପଡ଼େଇଗୁଡ଼ା ଗାଁରେ ୨ ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସିଡିଏମ୍ଓଙ୍କ ଅଫିସ ପକ୍ଷରୁ ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ମେଡିକାଲ ଟିମ୍ ପକ୍ଷରୁ ୬ ଜଣଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ଜଣ ଆନ୍ଥ୍ରାକ୍ସରେ […]

କୋରାପୁଟ : ନାରାୟଣପାଟଣାରୁ ଡିପ୍ଥେରିଆ ସଂକ୍ରମଣ ଥମି ନଥିବା ବେଳେ ଜିଲ୍ଲାରେ ପୁଣି ଚିନ୍ତା ବଢ଼ାଇଲାଣି ଆନ୍ଥ୍ରାକ୍ସ । ଶୁକ୍ରବାର ୬ ଜଣ ଆକ୍ରାନ୍ତଙ୍କର ରକ୍ତ ପରୀକ୍ଷା କରାଯାଇଥିବା ବେଳେ, କୋରାପୁଟ ଜିଲା ପଡ଼େଇଗୁଡ଼ା ଗାଁରେ ୨ ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସିଡିଏମ୍ଓଙ୍କ ଅଫିସ ପକ୍ଷରୁ ସୂଚନା ମିଳିଛି।
ମିଳିଥିବା ସୂଚନା ମୁତାବକ, ମେଡିକାଲ ଟିମ୍ ପକ୍ଷରୁ ୬ ଜଣଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ଜଣ ଆନ୍ଥ୍ରାକ୍ସରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି। ୨ ଆକ୍ରାନ୍ତଙ୍କୁ ଆଇସୋଲେଶନରେ ରହିବାକୁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ଆନ୍ଥ୍ରାକ୍ସ ବ୍ୟାପିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି ।