କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ କୋରାପୁଟ ବିଧାନସଭା ନିମନ୍ତେ କଂଗ୍ରେସ ଦଳ ପକ୍ଷରୁ କୃଷ୍ଣ କୁଲଦୀପ ପାର୍ଥୀପତ୍ର ଦାଖଲ କରିଥିଲେ। ଏହି ନାମାଙ୍କନ ପତ୍ର ଦାଖଲ ଆସନ୍ତା ୨୫ ପର୍ଯ୍ୟନ୍ତ ଚାଲିବ। ଶୁକ୍ରବାର କଂଗ୍ରେସ ଏମପି ସପ୍ତଗିରି ଶଙ୍କର ଉଲାକାଙ୍କ ସମେତ ପୂର୍ବତନ ପଟ୍ଟାଙ୍ଗି ବିଧାୟକ ରାମ ଚନ୍ଦ୍ର କାଡାମ ଓ କୃଷ୍ଣ କୁଲଦୀପ ନାମାଙ୍କନ […] The post କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା appeared first on Dharitri Odia News.

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ କୋରାପୁଟ ବିଧାନସଭା ନିମନ୍ତେ କଂଗ୍ରେସ ଦଳ ପକ୍ଷରୁ କୃଷ୍ଣ କୁଲଦୀପ ପାର୍ଥୀପତ୍ର ଦାଖଲ କରିଥିଲେ। ଏହି ନାମାଙ୍କନ ପତ୍ର ଦାଖଲ ଆସନ୍ତା ୨୫ ପର୍ଯ୍ୟନ୍ତ ଚାଲିବ।

ଶୁକ୍ରବାର କଂଗ୍ରେସ ଏମପି ସପ୍ତଗିରି ଶଙ୍କର ଉଲାକାଙ୍କ ସମେତ ପୂର୍ବତନ ପଟ୍ଟାଙ୍ଗି ବିଧାୟକ ରାମ ଚନ୍ଦ୍ର କାଡାମ ଓ କୃଷ୍ଣ କୁଲଦୀପ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କୋରାପୁଟ ସ୍ଥିତ ଗୁଣ୍ଡିଚା ମନ୍ଦିର ଠାରୁ କୋରାପୁଟିଆ ବାଜା, ନାଚ, ଗୀତ କରି କଂଗ୍ରେସ ଦଳୀୟ କର୍ମୀଙ୍କ ସହିତ ବିରାଟ ରାଲି କରି ଜ଼ିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଏହି ରାଲିରେ ମୁଖ୍ୟ ଆକର୍ଷଣ ସାଜିଥିଲେ ଅଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ସାହା ନବାଜ ଚୌଧୁରୀ, ମିନାକ୍ଷୀ ନଟରାଜନ, ରବୀନ୍ଦ୍ର ଡୋଲଭି ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। କୋରାପୁଟ ଜ଼ିଲାର ୫ ଗୋଟି ନିର୍ବାଚନ ମଣ୍ଡଳୀରୁ ୫ ହଜାରରୁ ଉର୍ଦ୍ଧ କର୍ମୀ ଏହି ରାଲିରେ ଯୋଗ ଦେଇଥିଲେ l ଏମପି ପ୍ରାର୍ଥି ସପ୍ତଗିରି ଶଙ୍କର ଉଲାକା ଜ଼ିଲାପାଳ ଭି କୀର୍ତି ଭାସନଙ୍କ ପାଖରେ ପ୍ରାର୍ଥି ପତ୍ର ଦାଖଲ କରିଥିବାବେଳେ ପଟ୍ଟାଙ୍ଗି ବିଧାନସଭା ପାର୍ଥି ରାମଚନ୍ଦ୍ର କାଡମ ସହକାରୀ ଉପଜିଲାପାଳ ଓ କୋରାପୁଟ ବିଧାୟକ ପ୍ରାର୍ଥି କୃଷ୍ଣ କୁଲଦୀପ ଉପ ଜ଼ିଲାପାଳ ବେଣୁଧର ଶାବରଙ୍କ ପାଖରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ।

ଆଜିର ଏହି ନାମାଙ୍କନ ପତ୍ର ଦାଖଲ ପରେ କଂଗ୍ରେସ ଶିବିରରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇଛି। ଗତ ୫ ବର୍ଷର ରିପୋର୍ଟକୁ ନେଇ ସାଂସଦ ର୍ନିବାଚନ ମଇଦାନ କୁ ଓଲ୍ହାଇବେ ବୋଲି ସାଂସଦ ପ୍ରାର୍ଥି ସପ୍ତଗିରି ଶଙ୍କର ଉଲାକା କହିଥିବା ବେଳେ ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ନେଇ ଦୁଇ ବିଧାୟକ ରାଜନୀତି ମଇଦାନରେ ନିର୍ବାଚନ ପ୍ରଚାର କରିବେ ବୋଲି କହିଛନ୍ତି । ଆଜିର ଏହି ମାମୁଁ ଭଣଜାଙ୍କ ଶକ୍ତି ପ୍ରଦର୍ଶନକୁ ଦେଖି ଲାଗୁଛି କୋରାପୁଟ ଜ଼ିଲାରେ ପୁଣି କଂଗ୍ରେସ ସଂଗଠନ ସକ୍ରିୟ ହୋଇ ଉଠିଛି ।

 

The post କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା appeared first on Dharitri Odia News.