କୋରାପୁଟରେ ୯୪୩.୧ ମିଲିଲିଟର ବର୍ଷା, କୋଟପାଡ଼ ବ୍ଲକରେ ରେକର୍ଡ ସର୍ବାଧିକ
କୋରାପୁଟ,୨୦ା୭(ଅମିତାଭ ବେହେରା): ଶନିବାର କୋରାପୁଟ ଜିଲାରେ ୯୪୩.୧ ମିଲିମିଟର ବର୍ଷା ହୋଇଥିବା ବେଳେ ଜିଲାର କୋଟପାଡ଼ ବ୍ଲକରେ ସର୍ବାଧିକ ୧୫୮ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଜିଲାର କୁନ୍ଦ୍ରା ବ୍ଲକରେ ୭୨.୪ ମିଲିମିଟର, ନନ୍ଦପୁର ବ୍ଲକରେ ୮୫ ମିମି, କୋରାପୁଟ ବ୍ଲକରେ ୫୯ ମିମି, ସେମିଲିଗୁଡ଼ା ବ୍ଲକରେ ୭୨ ମିମି, ବୋରିଗୁମ୍ମା ବ୍ଲକରେ ୫୫.୬ ମିମି, ଲମତାପୁଟ ବ୍ଲକରେ ୭୮.୩ ମିମି, ଜୟପୁର ବ୍ଲକରେ ୮୬.୪ ମିମି, ବୈପାରୀଗୁଡ଼ା ବ୍ଲକରେ […] The post କୋରାପୁଟରେ ୯୪୩.୧ ମିଲିଲିଟର ବର୍ଷା, କୋଟପାଡ଼ ବ୍ଲକରେ ରେକର୍ଡ ସର୍ବାଧିକ appeared first on Dharitri Odia News.
କୋରାପୁଟ,୨୦ା୭(ଅମିତାଭ ବେହେରା): ଶନିବାର କୋରାପୁଟ ଜିଲାରେ ୯୪୩.୧ ମିଲିମିଟର ବର୍ଷା ହୋଇଥିବା ବେଳେ ଜିଲାର କୋଟପାଡ଼ ବ୍ଲକରେ ସର୍ବାଧିକ ୧୫୮ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଜିଲାର କୁନ୍ଦ୍ରା ବ୍ଲକରେ ୭୨.୪ ମିଲିମିଟର, ନନ୍ଦପୁର ବ୍ଲକରେ ୮୫ ମିମି, କୋରାପୁଟ ବ୍ଲକରେ ୫୯ ମିମି, ସେମିଲିଗୁଡ଼ା ବ୍ଲକରେ ୭୨ ମିମି, ବୋରିଗୁମ୍ମା ବ୍ଲକରେ ୫୫.୬ ମିମି, ଲମତାପୁଟ ବ୍ଲକରେ ୭୮.୩ ମିମି, ଜୟପୁର ବ୍ଲକରେ ୮୬.୪ ମିମି, ବୈପାରୀଗୁଡ଼ା ବ୍ଲକରେ ୯୪ ମିମି, ଲକ୍ଷ୍ମୀପୁର ବ୍ଲକରେ ୧୫.୮ମିମି, ଦଶମନ୍ତପୁର ବ୍ଲକରେ ୫୧ ମିମି, ବନ୍ଧୁଗାଁ ବ୍ଲକରେ ୩୪ମିମି, ନାରାୟପାଟଣା ବ୍ଲକରେ ୧୪.୬ମିମି, ପଟ୍ଟାଙ୍ଗି ବ୍ଲକରେ ୬୭ ମିମି ବର୍ଷା ହୋଇଥିବା ଜଣାଯାଇଛି। ସେହିପରି ବର୍ଷା ଯୋଗୁ ବିଭିନ୍ନ ବ୍ଲକରେ ଚାଷଜମି ପାଣିରେ ବୁଡ଼ିଥିବା ବେଳେ କିଛି ସ୍ଥାନରେ ବର୍ଷା ଯୋଗୁ କେତେକ ଘର ଭାଙ୍ଗିଥିଲେ ମଧ୍ୟ ଏଥିନେଇ ଚୂଡ଼ାନ୍ତ ରିପୋର୍ଟ ଆସି ନ ଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି।
The post କୋରାପୁଟରେ ୯୪୩.୧ ମିଲିଲିଟର ବର୍ଷା, କୋଟପାଡ଼ ବ୍ଲକରେ ରେକର୍ଡ ସର୍ବାଧିକ appeared first on Dharitri Odia News.