କୋର୍ଟ ଆସିଲେନି ଅନୁଭବ

କଟକ,୧୦ା୫ (କାର୍ତ୍ତିକ ସାହୁ) ବର୍ଷାଙ୍କୁ ନିର୍ଯାତନା ଦେବା ନେଇ ରୁଜୁ ମାମଲାରେ ଅନୁଭବ ମହାନ୍ତି ଶୁକ୍ରବାର କୋର୍ଟ ଆସିଲେ ନାହିଁ। ଚାର୍ଜ ଫ୍ରେମ ପାଇଁ ଶୁକ୍ରବାର କଟକ ଜେଏମ୍‌ଏଫ୍‌ସି ସ୍ବତନ୍ତ୍ର କୋର୍ଟରେ ଅନୁଭବ ଓ ତାଙ୍କ ଦୁଇ ସହଯୋଗୀ ହାଜର ହେବାକୁ ନିର୍ଦ୍ଦେଶ ଥିଲା। ମାତ୍ର ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ଓକିଲଙ୍କ ଜରିଆରେ କୋର୍ଟଙ୍କୁ ସମୟ ମାଗିଥିଲେ। ଅନୁଭବଙ୍କ ଆବେଦନକୁ କୋର୍ଟ ଗ୍ରହଣ କରି ସମୟ ଦେଇଛନ୍ତି। ଅନୁଭବ ମହାନ୍ତି ଓ ତାଙ୍କ ସହଯୋଗୀ ଆସନ୍ତା […] The post କୋର୍ଟ ଆସିଲେନି ଅନୁଭବ appeared first on Dharitri Odia News.

କୋର୍ଟ ଆସିଲେନି ଅନୁଭବ

କଟକ,୧୦ା୫ (କାର୍ତ୍ତିକ ସାହୁ) ବର୍ଷାଙ୍କୁ ନିର୍ଯାତନା ଦେବା ନେଇ ରୁଜୁ ମାମଲାରେ ଅନୁଭବ ମହାନ୍ତି ଶୁକ୍ରବାର କୋର୍ଟ ଆସିଲେ ନାହିଁ। ଚାର୍ଜ ଫ୍ରେମ ପାଇଁ ଶୁକ୍ରବାର କଟକ ଜେଏମ୍‌ଏଫ୍‌ସି ସ୍ବତନ୍ତ୍ର କୋର୍ଟରେ ଅନୁଭବ ଓ ତାଙ୍କ ଦୁଇ ସହଯୋଗୀ ହାଜର ହେବାକୁ ନିର୍ଦ୍ଦେଶ ଥିଲା। ମାତ୍ର ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ଓକିଲଙ୍କ ଜରିଆରେ କୋର୍ଟଙ୍କୁ ସମୟ ମାଗିଥିଲେ। ଅନୁଭବଙ୍କ ଆବେଦନକୁ କୋର୍ଟ ଗ୍ରହଣ କରି ସମୟ ଦେଇଛନ୍ତି। ଅନୁଭବ ମହାନ୍ତି ଓ ତାଙ୍କ ସହଯୋଗୀ ଆସନ୍ତା ସୋମବାର କୋର୍ଟରେ ହାଜର ହେବେ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ୨୦୨୦ରେ ନିର୍ଯାତନା ମାମଲା ରୁଜୁ କରିଥିଲେ। ଅନୁଭବ ତାଙ୍କୁ ମାନସିକ, ଶାରୀରିକ ଭାବେ ନିର୍ଯାତନା ଦେବା ସହ ବିଭିନ୍ନ ସମୟରେ ଧମକ ଦେଉଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ଅନୁଭବଙ୍କ ଦୁଇ ସହଯୋଗୀ ସୁଜିତ୍‌ ଦଳାଇ ଓ ଖଗେନ୍ଦ୍ର ପ୍ରସାଦ ସାହୁଙ୍କ ବିରୋଧରେ ମଧ୍ୟ ଅଭିଯୋଗରେ ଦର୍ଶାଯାଇଥିଲା। ତେବେ ଏହି ମାମଲାକୁ ରଦ୍ଦ କରିବା ପାଇଁ ଅନୁଭବ କୋର୍ଟରେ ଡିସ୍‌ଚାର୍ଜ ପିଟିସନ୍‌ ଦାୟର କରିଥିଲେ। ବର୍ଷାଙ୍କ ପକ୍ଷରୁ ରୁଜୁ ନିର୍ଯାତନା ଅଭିଯୋଗ ମାମଲାର କୌଣସି ଆଧାର ନାହିଁ। ଏହାକୁ ରଦ୍ଦ କରାଯାଉ ବୋଲି ଅନୁଭବଙ୍କ ପକ୍ଷରୁ ଆବେଦନରେ ଦର୍ଶାଯାଇଥିଲା। ହେଲେ ବର୍ଷାଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ଏହି ମାମଲାରେ ଚାର୍ଜଫ୍ରେମ ପାଇଁ ଯୁକ୍ତି ରଖାଯାଇଥିଲା। କଟକ ଜେଏମ୍‌ଏଫ୍‌ସି କୋର୍ଟ ଅନୁଭବ ମହାନ୍ତି କରିଥିବା ଆବେଦନକୁ କୋର୍ଟ ବୁଧବାର ଖାରଜ କରିଦେଇଥିଲେ। ଏଥିସହ ମଇ ୧୦ରେ ଚାର୍ଜଫ୍ରେମ ପାଇଁ ଜେଏମ୍‌ଏଫ୍‌ସି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

The post କୋର୍ଟ ଆସିଲେନି ଅନୁଭବ appeared first on Dharitri Odia News.