କୋର୍ଟଙ୍କୁ କେଜରିୱାଲଙ୍କ ନୂଆ ଗୁହାରୀ, ଆବେଦନ କରି ମାଗିଲେ ଏହି ୨ ଅନୁମତି

ନୂଆଦିଲ୍ଲୀ ୧୪।୬: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅଭିଯୁକ୍ତ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜରିୱାଲ ଶୁକ୍ରବାର ରାଉଜ ଏଭେନ୍ୟୁ କୋର୍ଟରେ ଦୁଇଟି ଆବେଦନ ଦାଖଲ କରି ତାଙ୍କ ପତ୍ନୀ ସୁନିତା କେଜରିୱାଲଙ୍କ ଲାଗି କିଛି ଅନୁମତି ମାଗିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର କୋର୍ଟରେ କେଜରିୱାଲଙ୍କ ନିୟମିତ ଜାମିନ ନିବେଦନର ଶୁଣାଣି ହେଉଥିଲା। ଏହି ଶୁଣାଣି କାଳରେ କେଜରିୱାଲ ତାଙ୍କର ଦୁଇଟି ଆବେଦନ ଦାଖଲ କରିଥିଲେ। ଏହି ଆବେଦନ ଉପରେ ଜବାବ ଦେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତତ୍କାଳ କିଛି ସମୟ ମାଗିଥିଲେ। ତେବେ କେଜରିୱାଲ ବିଚାରବିଭାଗୀୟ ହାଜତରେ ଅଛନ୍ତି ଏଜେନ୍ସୀ ହାଜତରେ ନୁହଁ, ଏଣୁ ଇଡିଙ୍କୁ ପ୍ରସଙ୍ଗରେ ଜବାବ ଦେବାର କୌଣସି ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଥିଲେ। ଅରବିନ୍ଦ କେଜରିୱାଲ ତାଙ୍କ ଆବେଦନରେ ସ୍ୱାସ୍ଥ୍ୟ ଯାଞ୍ଚ କାଳରେ ତାଙ୍କ ପତ୍ନୀଙ୍କୁ ଭିଡିଓ କନଫରେନସିଂରେ ଉପସ୍ଥିତ ରହିବାକୁ ଅନୁମତି ଦେବାକୁ ନିବେଦନ କରିଛନ୍ତି। ସେହିପରି ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଯେବେବି ମେଡିକାଲ ବୋର୍ଡର ବୈଠକ ଅନୁଷ୍ଠିତ ହେଉଛି ତାଙ୍କୁ ଇନପୁଟ ଦେବାର ଅନୁମତି ଦିଆଯାଉ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପକ୍ଷରୁ ଦାଖଲ ନିୟମିତ ଜାମିନ ନିବେଦନ ଉପରେ କୋର୍ଟ ଜୁନ ୧୯ରେ ପରବର୍ତ୍ତି ଶୁଣାଣି କରିବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗତ ଜୁନ ୨ ତାରିଖ ଦିନ

କୋର୍ଟଙ୍କୁ କେଜରିୱାଲଙ୍କ ନୂଆ ଗୁହାରୀ, ଆବେଦନ କରି ମାଗିଲେ ଏହି ୨ ଅନୁମତି

ନୂଆଦିଲ୍ଲୀ ୧୪।୬: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅଭିଯୁକ୍ତ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜରିୱାଲ ଶୁକ୍ରବାର ରାଉଜ ଏଭେନ୍ୟୁ କୋର୍ଟରେ ଦୁଇଟି ଆବେଦନ ଦାଖଲ କରି ତାଙ୍କ ପତ୍ନୀ ସୁନିତା କେଜରିୱାଲଙ୍କ ଲାଗି କିଛି ଅନୁମତି ମାଗିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର କୋର୍ଟରେ କେଜରିୱାଲଙ୍କ ନିୟମିତ ଜାମିନ ନିବେଦନର ଶୁଣାଣି ହେଉଥିଲା। ଏହି ଶୁଣାଣି କାଳରେ କେଜରିୱାଲ ତାଙ୍କର ଦୁଇଟି ଆବେଦନ ଦାଖଲ କରିଥିଲେ। 

ଏହି ଆବେଦନ ଉପରେ ଜବାବ ଦେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତତ୍କାଳ କିଛି ସମୟ ମାଗିଥିଲେ। ତେବେ କେଜରିୱାଲ ବିଚାରବିଭାଗୀୟ ହାଜତରେ ଅଛନ୍ତି ଏଜେନ୍ସୀ ହାଜତରେ ନୁହଁ, ଏଣୁ ଇଡିଙ୍କୁ ପ୍ରସଙ୍ଗରେ ଜବାବ ଦେବାର କୌଣସି ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଥିଲେ। ଅରବିନ୍ଦ କେଜରିୱାଲ ତାଙ୍କ ଆବେଦନରେ ସ୍ୱାସ୍ଥ୍ୟ ଯାଞ୍ଚ କାଳରେ ତାଙ୍କ ପତ୍ନୀଙ୍କୁ ଭିଡିଓ କନଫରେନସିଂରେ ଉପସ୍ଥିତ ରହିବାକୁ ଅନୁମତି ଦେବାକୁ ନିବେଦନ କରିଛନ୍ତି। ସେହିପରି ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଯେବେବି ମେଡିକାଲ ବୋର୍ଡର ବୈଠକ ଅନୁଷ୍ଠିତ ହେଉଛି ତାଙ୍କୁ ଇନପୁଟ ଦେବାର ଅନୁମତି ଦିଆଯାଉ ବୋଲି କହିଛନ୍ତି। 

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପକ୍ଷରୁ ଦାଖଲ ନିୟମିତ ଜାମିନ ନିବେଦନ ଉପରେ କୋର୍ଟ ଜୁନ ୧୯ରେ ପରବର୍ତ୍ତି ଶୁଣାଣି କରିବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗତ ଜୁନ ୨ ତାରିଖ ଦିନ ତିହାର ଜେଲରେ ଆତ୍ମସମର୍ପଣ କରିଥିଲେ। ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଏହା ପୂର୍ବରୁ ସେ ନିର୍ବାଚନ ପ୍ରଚାର ପାଇଁ ୨୧ ଦିନ ଅନ୍ତରୀଣ ଜାମିନରେ ବାହାରକୁ ଆସିଥିଲେ।