କୋଲକାତା କାଣ୍ଡ ଉପରେ ସୋସିଆଲ ମିଡିଆରେ କବିତା ଶେୟାର କରିବା ପାକିସ୍ତାନୀ ମହିଳା ବ୍ଲଗର୍‌ଙ୍କୁ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ ,୩୦।୮: କୋଲକାତା ବଳାତ୍କାର ମାମଲା ପରେ ପାକିସ୍ତାନୀ ମହିଳା ବ୍ଲଗର୍‌ ସୋସିଆଲ ମିଡିଆରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ବିଷୟରେ କବିତା ଲେଖିବା ମହଙ୍ଗା ପଡିଛି। ନିନ୍ଦା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ପାକିସ୍ତାନ ଦଖଲ କରିଥିବା କଶ୍ମୀର ପିଓକେରେ ରହୁଥିବା ବ୍ଲଗର୍‌ ଆସମା ବତୁଲ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ଉପରେ ସଲମାନ ହାଇଦରଙ୍କ କବିତା ଶେୟାର କରିଥିଲେ। ସାସିଆଲ ମିଡିଆରେ ଲେଖିଛନ୍ତି, ଖୁଦା, ଭଗବାନ କିମ୍ବା ଇଶ୍ୱର, ସମସ୍ତେ ଉପସ୍ଥିତ ଥିଲେ, ଯେତେବେଳେ […] The post କୋଲକାତା କାଣ୍ଡ ଉପରେ ସୋସିଆଲ ମିଡିଆରେ କବିତା ଶେୟାର କରିବା ପାକିସ୍ତାନୀ ମହିଳା ବ୍ଲଗର୍‌ଙ୍କୁ ପଡ଼ିଲା ମହଙ୍ଗା appeared first on Dharitri Odia News.

କୋଲକାତା କାଣ୍ଡ ଉପରେ ସୋସିଆଲ ମିଡିଆରେ କବିତା ଶେୟାର କରିବା ପାକିସ୍ତାନୀ ମହିଳା ବ୍ଲଗର୍‌ଙ୍କୁ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ ,୩୦।୮: କୋଲକାତା ବଳାତ୍କାର ମାମଲା ପରେ ପାକିସ୍ତାନୀ ମହିଳା ବ୍ଲଗର୍‌ ସୋସିଆଲ ମିଡିଆରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ବିଷୟରେ କବିତା ଲେଖିବା ମହଙ୍ଗା ପଡିଛି। ନିନ୍ଦା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ପାକିସ୍ତାନ ଦଖଲ କରିଥିବା କଶ୍ମୀର ପିଓକେରେ ରହୁଥିବା ବ୍ଲଗର୍‌ ଆସମା ବତୁଲ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ଉପରେ ସଲମାନ ହାଇଦରଙ୍କ କବିତା ଶେୟାର କରିଥିଲେ। ସାସିଆଲ ମିଡିଆରେ ଲେଖିଛନ୍ତି, ଖୁଦା, ଭଗବାନ କିମ୍ବା ଇଶ୍ୱର, ସମସ୍ତେ ଉପସ୍ଥିତ ଥିଲେ, ଯେତେବେଳେ ବଳାତ୍କାର ହୋଇଥିଲା। ଫେସବୁକ ବ୍ୟତୀତ ସେ ଇନଷ୍ଟାଗ୍ରାମ ପୋଷ୍ଟରେ ଆଉ ଏକ କବିତା ଶେୟାର କରିଥିଲେ। ଏହା ପରେ ଅନେକ ଧର୍ମଗୁରୁ ଆସମାଙ୍କୁ ଆହ୍ଲାଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଥିଲେ। ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ପଞ୍ଜିକୃତ ହୋଇଥିଲା। ପରେ ପୋଲିସ ତାଙ୍କୁ ନିନ୍ଦା ଅଭିଯୋଗରେ ଗିରଫ କରିଥିଲା।

ଏହି ଘଟଣା ପରେ ତାଙ୍କ ଘର ଏକ ଉପରେ ଆକ୍ରମଣ କରାଯାଇଥିଲଶ। ଯାହାର କିଛି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା। ଏଥିରେ କେତେକ ଧର୍ମଗୁରୁ ମଧ୍ୟ ନଜର ଆସିଛନ୍ତି। ଆସମାଙ୍କ ପରିବାର ପୋଲିସକୁ ଅଭିଯୋଗ କରିଛନ୍ତି। ପୀଡିତା କହିଛନ୍ତି ଯେ ତାଙ୍କୁ ମୃତ୍ୟୁ ଧମକ ଦିଆଯିବା ସହ ଘରେ ନିଆଁ ଲଗାଇବାକୁ ଉଦ୍ୟମ କରାଯାଇଥିଲା। ଏହି ସମୟରେ କିଛି ଲୋକ ବ୍ଲଗର୍‌ ଆସମାଙ୍କ ସପକ୍ଷରେ ଅଛନ୍ତି । ସେମାନେ ତାଙ୍କୁ ମୁକ୍ତ କରିବାକୁ ଦାବି କରୁଛନ୍ତି।

The post କୋଲକାତା କାଣ୍ଡ ଉପରେ ସୋସିଆଲ ମିଡିଆରେ କବିତା ଶେୟାର କରିବା ପାକିସ୍ତାନୀ ମହିଳା ବ୍ଲଗର୍‌ଙ୍କୁ ପଡ଼ିଲା ମହଙ୍ଗା appeared first on Dharitri Odia News.