କୋଲକାତା ଘଟଣାକୁ ନେଇ ମୋଦିଙ୍କ ବଡ଼ ବୟାନ, ମିଳିବ କଠୋର ଦଣ୍ଡ…

ନୂଆଦିଲ୍ଲୀ,୨୫।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ବୟାନ ଦେଇଛନ୍ତି। ମୋଦି କହିଛନ୍ତି, ମହିଳାଙ୍କ ପ୍ରତି ଅପରାଧ କ୍ଷମା ଯୋଗ୍ୟ ନୁହେଁ। ଶୋଷିତ ଯେ କେହି ବି ହେଉନା କାହିଁକି, ତାଙ୍କୁ ରକ୍ଷା କରାଯିବା ଉଚିତ ନୁହେଁ। ଏହି ଘଟଣା ସମ୍ପର୍କରେ ମୋଦି କହିଛନ୍ତି, ମହିଳାଙ୍କ ପ୍ରତି ଅପରାଧ ଅକ୍ଷମଣୀୟ। ଯିଏ ଶୋଷିତ ହୁଏ, ତାଙ୍କୁ ରକ୍ଷା […] The post କୋଲକାତା ଘଟଣାକୁ ନେଇ ମୋଦିଙ୍କ ବଡ଼ ବୟାନ, ମିଳିବ କଠୋର ଦଣ୍ଡ… appeared first on Dharitri Odia News.

କୋଲକାତା ଘଟଣାକୁ ନେଇ ମୋଦିଙ୍କ ବଡ଼ ବୟାନ, ମିଳିବ କଠୋର ଦଣ୍ଡ…

ନୂଆଦିଲ୍ଲୀ,୨୫।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ବୟାନ ଦେଇଛନ୍ତି। ମୋଦି କହିଛନ୍ତି, ମହିଳାଙ୍କ ପ୍ରତି ଅପରାଧ କ୍ଷମା ଯୋଗ୍ୟ ନୁହେଁ। ଶୋଷିତ ଯେ କେହି ବି ହେଉନା କାହିଁକି, ତାଙ୍କୁ ରକ୍ଷା କରାଯିବା ଉଚିତ ନୁହେଁ।

ଏହି ଘଟଣା ସମ୍ପର୍କରେ ମୋଦି କହିଛନ୍ତି, ମହିଳାଙ୍କ ପ୍ରତି ଅପରାଧ ଅକ୍ଷମଣୀୟ। ଯିଏ ଶୋଷିତ ହୁଏ, ତାଙ୍କୁ ରକ୍ଷା କରାଯିବା ଉଚିତ ନୁହେଁ। ଯେଉଁମାନେ ତାଙ୍କୁ ସାହାଯ୍ୟ କରନ୍ତି ସେମାନଙ୍କୁ ମଧ୍ୟ କ୍ଷମା ଦେବା ଉଚିତ ନୁହେଁ। ଡାକ୍ତରଖାନା, ବିଦ୍ୟାଳୟ, କାର୍ଯ୍ୟାଳୟ ହେଉ କିମ୍ବା ଅନ୍ୟ କେଉଁ କାର୍ଯ୍ୟାଳୟ ଯେଉଁଠି ବି ଏହି ମାମଲାକୁ ନେଇ ଅବହେଳା ହୋଛି ତା’ର ହିସାବ ହେବା ଦରକାର। ଉପର ମହଲାରୁ ତଳ ମହଲା ଯାଏଁ ସବୁଠି ଏହି ବାର୍ତ୍ତା ଯିବା ଉଚିତ ଯେ ଏହି ପାପ ଅକ୍ଷମଣୀୟ ଅଟେ। ଏକ ସମାଜ ତଥା ସରକାର ଭାବରେ ଆମର ଏହା ବଡ ଦାୟିତ୍ୱ ଯେ ଆମ ସରକାରରେ ଯେଉଁମାନେ ମହିଳାଙ୍କ ଉପରେ ଅତ୍ୟାଚାର କରଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ। ଏନେଇ କଡା ଆଇନ୍‌ ଆସିବ।

The post କୋଲକାତା ଘଟଣାକୁ ନେଇ ମୋଦିଙ୍କ ବଡ଼ ବୟାନ, ମିଳିବ କଠୋର ଦଣ୍ଡ… appeared first on Dharitri Odia News.