କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା; ପୀଡ଼ିତାଙ୍କ ଘରକୁ ସନ୍ଦିଗ୍ଧ ୩ ଫୋନ୍ କଲ୍ ସନ୍ଦେହ ବଢାଇଲା
କୋଲକାତ, ୩୦/୮; କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଫୋନ୍ କଲ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଭାଇରାଲ୍ ଅଡିଓ କ୍ଲିପ୍ରୁ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଆର୍ ଜି କର ମେଡିକାଲ କଲେଜ ଓ ହସ୍ପିଟାଲରୁ ପୀଡ଼ିତା ଟ୍ରେନି ଡାକ୍ତରଙ୍କ ଘରକୁ ୩ ଥର ଫୋନ୍ କଲ୍ ଆସିଥିଲା । ଝିଅ ସୁଇସାଇଡ୍ କରିଛି, ଶୀଘ୍ର ଆସନ୍ତୁ ବୋଲି ଜଣେ ହସ୍ପିଟାଲ କର୍ମଚାରୀ କହିଥିଲେ । ଏ ନେଇ ଅଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅଗଷ୍ଟ ୯ ସକାଳେ ଟ୍ରେନି ଡାକ୍ତରଙ୍କ ମୃତଦେହ ମିଳିବା ପରେ ହସ୍ପିଟାଲର ଜଣେ ମହିଳା କର୍ମଚାରୀ ତାଙ୍କ ପିତାମାତାଙ୍କୁ ଅଧଘଣ୍ଟା ଭିତରେ ୩ ଥର ଫୋନ୍ କରିଥିଲେ ।ପ୍ରଥମ କଲ୍ ସକାଳ ୧୦ଟା ୫୩ରେ ଆସିଥିଲା । ହସ୍ପିଟାଲରେ ଶୀଘ୍ର ଆସି ପହଞ୍ଚିବାକୁ କୁହାଯାଇଥିଲା । ଏହା ବଙ୍ଗଳା ଭାଷାରେ ଥିଲା । ତେବେ ଏଭଳି ଫୋନ୍ କଲ୍କୁ ପ୍ରଥମେ ପୀଡ଼ିତାଙ୍କ ପରିବାର ଲୋକ ବିଶ୍ୱାସ କରି ନ ଥିଲେ । ଘଟଣାର ପରଦିନ ପୀଡ଼ିତାଙ୍କ ପିତାମାତା ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅର ହତ୍ୟାକୁ ଆତ୍ମହତ୍ୟାର ରୂପ ଦେଉଛି ହସ୍ପିଟାଲ । ଖବର ମୁତାବକ, ପ୍ରଥମ ଫୋନ୍ କଲ୍ ହସ୍ପିଟାଲ୍ର ଜଣେ ମହିଳାଙ୍କ ତରଫରୁ ହୋଇଥିଲା ।ମହିଳା-ମୁଁ ଆର୍ ଜି କର ହସ୍ପିଟାଲରୁ କହୁଛି, ଆପଣ ତୁରନ୍ତ ହସ୍ପିଟାଲରେ ପହଞ୍ଚି ପାରିବେ କି ?ବାପା- ମୋ ଝିଅର କ’ଣ ହୋଇଛି ? ମହିଳା- ଏଠାକୁ ଆସିଲେ ଡାକ୍ତର ଆପଣଙ୍କୁ କହିବେବାପା- ଆପଣ କିଏ କହ
କୋଲକାତ, ୩୦/୮; କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଫୋନ୍ କଲ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଭାଇରାଲ୍ ଅଡିଓ କ୍ଲିପ୍ରୁ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଆର୍ ଜି କର ମେଡିକାଲ କଲେଜ ଓ ହସ୍ପିଟାଲରୁ ପୀଡ଼ିତା ଟ୍ରେନି ଡାକ୍ତରଙ୍କ ଘରକୁ ୩ ଥର ଫୋନ୍ କଲ୍ ଆସିଥିଲା । ଝିଅ ସୁଇସାଇଡ୍ କରିଛି, ଶୀଘ୍ର ଆସନ୍ତୁ ବୋଲି ଜଣେ ହସ୍ପିଟାଲ କର୍ମଚାରୀ କହିଥିଲେ । ଏ ନେଇ ଅଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅଗଷ୍ଟ ୯ ସକାଳେ ଟ୍ରେନି ଡାକ୍ତରଙ୍କ ମୃତଦେହ ମିଳିବା ପରେ ହସ୍ପିଟାଲର ଜଣେ ମହିଳା କର୍ମଚାରୀ ତାଙ୍କ ପିତାମାତାଙ୍କୁ ଅଧଘଣ୍ଟା ଭିତରେ ୩ ଥର ଫୋନ୍ କରିଥିଲେ ।
ପ୍ରଥମ କଲ୍ ସକାଳ ୧୦ଟା ୫୩ରେ ଆସିଥିଲା । ହସ୍ପିଟାଲରେ ଶୀଘ୍ର ଆସି ପହଞ୍ଚିବାକୁ କୁହାଯାଇଥିଲା । ଏହା ବଙ୍ଗଳା ଭାଷାରେ ଥିଲା । ତେବେ ଏଭଳି ଫୋନ୍ କଲ୍କୁ ପ୍ରଥମେ ପୀଡ଼ିତାଙ୍କ ପରିବାର ଲୋକ ବିଶ୍ୱାସ କରି ନ ଥିଲେ । ଘଟଣାର ପରଦିନ ପୀଡ଼ିତାଙ୍କ ପିତାମାତା ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅର ହତ୍ୟାକୁ ଆତ୍ମହତ୍ୟାର ରୂପ ଦେଉଛି ହସ୍ପିଟାଲ । ଖବର ମୁତାବକ, ପ୍ରଥମ ଫୋନ୍ କଲ୍ ହସ୍ପିଟାଲ୍ର ଜଣେ ମହିଳାଙ୍କ ତରଫରୁ ହୋଇଥିଲା ।
ମହିଳା-ମୁଁ ଆର୍ ଜି କର ହସ୍ପିଟାଲରୁ କହୁଛି, ଆପଣ ତୁରନ୍ତ ହସ୍ପିଟାଲରେ ପହଞ୍ଚି ପାରିବେ କି ?
ବାପା- ମୋ ଝିଅର କ’ଣ ହୋଇଛି ?
ମହିଳା- ଏଠାକୁ ଆସିଲେ ଡାକ୍ତର ଆପଣଙ୍କୁ କହିବେ
ବାପା- ଆପଣ କିଏ କହୁଛନ୍ତି ?
ମହିଳା- ମୁଁ ଜଣେ ଆସିଷ୍ଟାଣ୍ଟ ସୁପର, ଡାକ୍ତର ନୁହେଁ
ବାପା- ସେଠାରେ କୌଣସି ଡାକ୍ତର ନାହାଁନ୍ତି କି ?
ମହିଳା- ମୁଁ ଆସିଷ୍ଟାଣ୍ଟ ସୁପର, ଆମେ ଆପଣଙ୍କ ଝିଅଙ୍କୁ ଏମର୍ଜେନ୍ସିକୁ ନେଇଛୁ, ଆପଣ ଶୀଘ୍ର ଆସନ୍ତୁ
ମା’- କ’ଣ ହେଇଛି ତାଙ୍କର, ସେ ଠିକ୍ ଅଛି ତ ?
ମହିଳା- ଆପଣ ଶୀଘ୍ର ଆସନ୍ତୁ, ଯେତେ ଶୀଘ୍ର ପାରିବେ
୫ ମିନିଟ୍ ପରେ ଦ୍ୱିତୀୟ ଫୋନ୍ କଲ୍ ଆସିଥିଲା । ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ମହିଳା ଜଣକ ଘାବରେଇ ହୋଇ ଫୋନ୍ କରିଥିଲେ ।
ମହିଳା- ଆପଣଙ୍କ ଝିଅର ସ୍ଥିତି ଅତ୍ୟନ୍ତ ଖରାପ, ଦୟାକରି ଶୀଘ୍ର ଆସନ୍ତୁ
ବାପା- କିଏ କହୁଛ ?
ମହିଳା- ଆର.ଜି କର ହସ୍ପିଟାଲ ଓ କଲେଜରୁ ଷ୍ଟାଫ ମେମ୍ବର କହୁଛି
ମା’- ହଁ, କ’ଣ ହେଇଛି କୁହ ?
ମହିଳା- ଆପଣ ଏବେ ଆସୁଛନ୍ତି ତ ?
ମା’- ହଁ, ଆମ୍ଭେମାନେ ଆସୁଛୁ, ବର୍ତ୍ତମାନ ସେ କେମିତି ଅଛି ?
ମହିଳା- ଆପଣ ଶୀଘ୍ର ଆସନ୍ତୁ, ଆମେ ଆପଣଙ୍କ ସହିତ କଥା ହେଉଛୁ
ମା’- ଓକେ
ତୃତୀୟ ଫୋନ୍ କଲ୍ରେ ଷ୍ଟାଫ୍ ଜଣକ କହିଥିଲେ, ଆପଣଙ୍କ ଝିଅ ବୋଧେ ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ଆସି ପହଞ୍ଚିଛି । ଆମେ ସମସ୍ତେ ହସ୍ପିଟାଲରେ ଅଛୁ । ଆପଣ ଶୀଘ୍ର ଆସନ୍ତୁ । ଅଡିଓ କ୍ଲିପ୍ ସାମ୍ନାକୁ ଆସିବା ପରେ ହସ୍ପିଟାଲ ପ୍ରଶାସନ ସନ୍ଦେହ ଘେରକୁ ଆସିଯାଇଛି । ଅପରାଧ ଲୁଚାଇବା ପାଇଁ ହସ୍ପିଟାଲ ଜାଣିଶୁଣି ଏଭଳି ବୟାନ ବଦଳାଇଥିବା କୁହାଯାଉଛି ।
କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସୋସିଆଲ୍ ମିଡିଆ ଭାଇରାଲ୍ ହେଉଥିବା ଅଡିଓକୁ ନେଇ ଆର.ଜି କର ହସ୍ପିଟାଲ ଏବଂ କଲେଜ କର୍ତ୍ତୃପକ୍ଷଙ୍କ ନିକଟରୁ କୌଣସି ପ୍ରତିକ୍ରିୟା ଆସି ନାହିଁ କିମ୍ବା କୌଣସି ସ୍ପଷ୍ଟୀକରଣ ରଖିନାହାଁନ୍ତି । ପୀଡ଼ିତାଙ୍କ ବାପା-ମା' ମଧ୍ୟ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଅଡିଓ କ୍ଲିପ୍ ସତ୍ୟତା ନେଇ ପ୍ରମେୟ ନ୍ୟୁଜ୍ ସେଭେନ୍ ଡିଜିଟାଲ ପକ୍ଷରୁ ଯାଞ୍ଚ ମଧ୍ୟ ହୋଇନାହିଁ । ମାତ୍ର ଏବାବଦରେ କୌଣସି ସତ୍ୟାସତ୍ୟ ଆମ ହାତରେ ଲାଗିନାହିଁ । ଜାତୀୟ ଗଣମାଧ୍ୟମ ଏବଂ ଭାଇରାଲ୍ ଆଡିଓ କ୍ଲିପକୁ ନେଇ ଏହି ଖବରକୁ ପ୍ରସ୍ତୁତ କରାଯାଇଛି । ...