କୋଲକାତା ବଳାତ୍କାର ଘଟଣାର ଅଭିଯୁକ୍ତଙ୍କ ଶାଶୁ ଖୋଲିଲେ ବଡ଼ ଗୁମର, କହିଲେ ସେ ଜଣେ…
କୋଲକାତା,୧୯।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟାକୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ବର୍ତ୍ତମାନ ଏହି ମାମଲାରେ ସିବିଆଇ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ପଲିଗ୍ରାଫ ଟେଷ୍ଟ କରିବ। ଅଭିଯୁକ୍ତ ସଞ୍ଜୟ ରୟଙ୍କ ଶାଶୁ ଏକ ବୟାନ ଜାରି କରି ତାଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ଅଭିଯୁକ୍ତ ସଞ୍ଜୟ ରୟଙ୍କ ଶାଶୁ କହିଛନ୍ତି, ସଞ୍ଜୟଙ୍କ ସହ ଆମର ସମ୍ପର୍କ ଭଲ ନ ଥିଲା। […] The post କୋଲକାତା ବଳାତ୍କାର ଘଟଣାର ଅଭିଯୁକ୍ତଙ୍କ ଶାଶୁ ଖୋଲିଲେ ବଡ଼ ଗୁମର, କହିଲେ ସେ ଜଣେ… appeared first on Dharitri Odia News.
କୋଲକାତା,୧୯।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟାକୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ବର୍ତ୍ତମାନ ଏହି ମାମଲାରେ ସିବିଆଇ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ପଲିଗ୍ରାଫ ଟେଷ୍ଟ କରିବ। ଅଭିଯୁକ୍ତ ସଞ୍ଜୟ ରୟଙ୍କ ଶାଶୁ ଏକ ବୟାନ ଜାରି କରି ତାଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି।
ଅଭିଯୁକ୍ତ ସଞ୍ଜୟ ରୟଙ୍କ ଶାଶୁ କହିଛନ୍ତି, ସଞ୍ଜୟଙ୍କ ସହ ଆମର ସମ୍ପର୍କ ଭଲ ନ ଥିଲା। ସେ ଆମ ଝିଅ ସହ ଅସଦାଚରଣ କରୁଥିଲେ। ସେ ତାଙ୍କୁ ମାଡ ମାରୁଥିଲେ, ୩ ମାସର ଗର୍ଭପାତ କରାଇଥିଲେ। ସେ ପୂର୍ବରୁ ଆଉ ଜଣଙ୍କୁ ବିବାହ କରିଥିଲେ, ଏହା ପରେ ସେ ମୋ ଝିଅ ସହିତ ଦ୍ୱିତୀୟ ବିବାହ କରିଥିଲେ। ଯଦି ସେ କିଛି ଭୁଲ କରିଛନ୍ତି, ତେବେ ତାଙ୍କୁ ଦଣ୍ଡ ଦିଆଯାଉ।
କୋଲକାତା ବଳାତ୍କାର ମାମଲାରେ ଦେଶରେ ରାଜନୀତି ମଧ୍ୟ ଚରମ ସୀମାରେ ରହିଛି। ଭାଜପା ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରୁଥିବାବେଳେ ଇଣ୍ଡିଆ ଆଲାଇନ୍ସର ନେତାମାନେ ଭାଜପାକୁ ରାଜନୀତି କରୁଥିବା ଅଭିଯୋଗ କରୁଛନ୍ତି।
The post କୋଲକାତା ବଳାତ୍କାର ଘଟଣାର ଅଭିଯୁକ୍ତଙ୍କ ଶାଶୁ ଖୋଲିଲେ ବଡ଼ ଗୁମର, କହିଲେ ସେ ଜଣେ… appeared first on Dharitri Odia News.