କୋଲକାତା ଲଜ୍ଜା: ପୀଡିତା ପରିବାରକୁ କ୍ଷମା ମାଗିଲେ ମମତା

ଆର୍‌ଜିକର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିଛନ୍ତି।

କୋଲକାତା ଲଜ୍ଜା: ପୀଡିତା ପରିବାରକୁ କ୍ଷମା ମାଗିଲେ ମମତା

କୋଲକତା ଆର୍‌ଜି କର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ନିଆଁ ଜଳୁଛି। ରଣକ୍ଷେତ୍ର ପାଲଟିଛି ପଶ୍ଚିମବଙ୍ଗ। ଗତକାଲି ଛାତ୍ର ସଙ୍ଗଠନ ନବାନ୍ନ ରାଲି କରିଥିଲା। ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ ହେଉଛି। ଏହାରି ଭିତରେ ପୀଡିତା ପରିବାରକୁ କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ଆର୍‌ଜିକର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ସେ ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି 'Sorry' ବୋଲି ଲେଖି ପୀଡିତା ପରିବାରକୁ କ୍ଷମା ମାଗିଛନ୍ତି। ଏଥିସହ ତୃଣମୂଳ ଛାତ୍ର ପରିଷଦର ସ୍ଥାପନ ଦିବସକୁ ସେ ପୀଡିତାଙ୍କ ପରିବାରକୁ ସମର୍ପିତ କରିଛନ୍ତି।

ସେ ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, 'ସ୍ଥାପନା ଦିବସକୁ ମୁଁ ମୋର ଭଉଣୀକୁ ସମର୍ପିତ କରୁଛି। ଯିଏ କିଛିଦିନ ପୂର୍ବରୁ ଆରଜି କର ହସ୍ପିଟାଲ ମାମଲାରେ ଦୁଃଖଦ ମୃତ୍ୟୁ ବରଣ କରିଛନ୍ତି। ଏଥିସହ ମୋର ଭଉଣୀଙ୍କ ପରିବାରଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ତାଙ୍କୁ ଯେଉଁ କ୍ରୁରତାର ସହ ହତ୍ୟା କରାଯାଇଛି ସେଥିପାଇଁ ଅତିଶୀଘ୍ର ନ୍ୟାୟ ମିଳୁ ବୋଲି ଦାବି କରୁଛି। ଆମର ସହାନୁଭୂତି ସେହି ସମସ୍ତ ମହିଳାଙ୍କ ସହ ଅଛି ଯେଉଁମାନେ ଅମାନବୀୟ ଘଟଣାର ଶିକାର ହୋଇଛନ୍ତି। ମୁଁ ମୋର ହୃଦୟର ଅନ୍ତରରୁ ସମସ୍ତଙ୍କ ପାଇଁ ଦୁଃଖ ପ୍ରକାଶ କରୁଛି। ମୁଁ କ୍ଷମା ଚାହୁଁଛି।'

କହିରକୁ ଯେ, ପଶ୍ଚିମବଙ୍ଗରେ ଡାକ୍ତରଙ୍କ ସହ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ହଙ୍ଗାମା ଦେଖିବାକୁ ମିଳିଛି। ଛାତ୍ର ଓ ବିରୋଧୀ ନେତା ମମତାଙ୍କ ଇସ୍ତଫା ଦାବି କରି ବଡ଼ ଧରଣର ବିରୋଦ ପ୍ରଦର୍ଶନ କରୁଛନ୍ତି। ବିଜେପି ଆଜି ୧୨ଘଣ୍ଟିଆ ରାଜ୍ୟବ୍ୟାପୀ ବନ୍ଦ ପାଳନ କରୁଛି। ଏହି ବନ୍ଦ ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ମଧ୍ୟ ଘଟିଛି।