କୋଲକାତାରେ ପୁଣି ଲଜ୍ଜା: ଇଞ୍ଜେକ୍ସନ ଦେଇ ରୋଗୀକୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ
କୋଲକାତା: ମନରୁ ଆର୍.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନ ଲିଭୁଣୁ ପୁଣି ଏକ ଲଜ୍ଜକର ଏକ ଘଟଣା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ହସନାବାଦରେ ରୋଗୀଙ୍କୁ ଇଞ୍ଜେକ୍ସନ ଦେଇ ଅଚେତ କରାଇବା ପରେ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କେବେଳ ଏତିକି ନୁହେଁ ଉକ୍ତ ମହିଳାଙ୍କୁ ବ୍ଲାକମେଲ୍ କରିବା ସହ ଏକାଧିକ ଥର ଦୁଷ୍କର୍ମ କରିଛନ୍ତି ଅଭିଯୁକ୍ତ […]

କୋଲକାତା: ମନରୁ ଆର୍.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନ ଲିଭୁଣୁ ପୁଣି ଏକ ଲଜ୍ଜକର ଏକ ଘଟଣା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ହସନାବାଦରେ ରୋଗୀଙ୍କୁ ଇଞ୍ଜେକ୍ସନ ଦେଇ ଅଚେତ କରାଇବା ପରେ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କେବେଳ ଏତିକି ନୁହେଁ ଉକ୍ତ ମହିଳାଙ୍କୁ ବ୍ଲାକମେଲ୍ କରିବା ସହ ଏକାଧିକ ଥର ଦୁଷ୍କର୍ମ କରିଛନ୍ତି ଅଭିଯୁକ୍ତ ଡାକ୍ତର।
ଅଭିଯୋଗ ଅନୁଯାୟୀ, କିଛିଦିନ ପୂର୍ବରୁ ମହିଳାଙ୍କ ସ୍ୱାମୀ ରାଜ୍ୟ ବାହାରକୁ କୌଣସି କାମରେ ଯାଇଥିଲେ। ଏହି ସମୟରେ ଚିକିତ୍ସା ପାଇଁ ମହିଳା ଜଣକ ସଂପୃକ୍ତ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଏଠାରେ ଡାକ୍ତର ମହିଳାଙ୍କୁ ଇଞ୍ଜେକ୍ସନ ଦେଇ ଅଚେତ କରାଇବା ପରେ ଦୁଷ୍କର୍ମ କରିଥିଲେ। ଅସଂଯତ ଅବସ୍ଥାରେ ମହିଳାଙ୍କ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ୍ କରିଥିଲେ। ଫଟୋଗୁଡ଼ିକୁ ସୋଶିଆଲ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଇଥିଲେ। ଏଭଳି ଭୟଭୀତ କରାଇ ସେ ମହିଳାଙ୍କୁ ଏକାଧିକ ଥର ଦୁଷ୍କର୍ମ କରିବା ସହ ତାଙ୍କଠାରୁ ପ୍ରାୟ ୪ ଲକ୍ଷ ଟଙ୍କା ମଧ୍ୟ ନେଇଯାଇଥିଲେ। ଲୋକଲଜ୍ୟା ଡରରେ ମହିଳା ଜଣକ ଏକଥା କାହାକୁ କହିପାରୁନଥିଲେ। ସ୍ୱାମୀ ଘରକୁ ଫେରିବା ପରେ ପୀଡ଼ିତା ସବୁକଥା ତାଙ୍କୁ ଜଣାଇଥିଲେ। ଏହାପରେ ସ୍ୱାମୀଙ୍କ ସହ ଆସି ସେ ଥାନାରେ ଅଭିଯୋଗ କରିଥିଲେ। ପୀଡ଼ିତା ଓ ସ୍ୱାମୀଙ୍କ ଅଭିଯୋଗକ୍ରମେ ପୁଲିସ ମଙ୍ଗଳବାର ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିଛି।