କୋଲ୍‌କାତା ଅଭୟା କାଣ୍ଡ,କଣ କହିଲେ ଅଭିଯୁକ୍ତ ସଂଜୟର ପରିବାର ?

ପଶ୍ଚିମବଙ୍ଗ୨୪/୮: କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା । ଘଟଣାକୁ ବିତିଲାଣି ୧୬ ଦିନ । ସମସ୍ତଙ୍କ ମୁହଁରେ ଗୋଟିଏ କଥା । ଦୋଷୀକୁ ଫାଶୀ ମିଳୁ । ଅଭିଯୁକ୍ତ ସଂଜୟର ନାରକୀୟ କାଣ୍ଡ ପାଇଁ ଛାରଖାର ହୋଇଯାଇଛି ଦୁଇ ଦୁଇଟି ପରିବାର ।  ପୁଅର କୁକର୍ମ ପାଇଁ କାହାକୁ ମୁହଁ ଦେଖାଇ ପାରୁନାହାନ୍ତି ସଂଜୟର ପରିବାର ଲୋକ ।। ଅଭିଯୁକ୍ତ ସଂଜୟ ରାୟକୁ ପୋଲିସ ଗିରଫ ପରେ ସଂଜୟର ଘରେ ପହଞ୍ଚିଥିଲା ଆମ ଟିମ୍‌ ।କ୍ୟାମେରା ସାମ୍ନାରେ ଅଭିଯୁକ୍ତ ପରିବାରର କ୍ଷୋଭ,ଦୁଃଖ ଚିନ୍ତାଜନକ । କିନ୍ତୁ ଆହୁରି ଦୁଃଖଦ ଅଭିଯୁକ୍ତ ସଂଜୟର ବିଧବା ମାଆଙ୍କ ଅସହ୍ୟ ବେଦନା ।ମାଆ ଭଳି ଭଉଣୀର କଷ୍ଟ ବି କହିବା କାଠିକର । ଦୀର୍ଘ ବର୍ଷ ହେବ ସଂପର୍କ ନଥିଲେ ବି ଭାଇର ଏମିତି ଲଜ୍ଜାଜନକ କାମର ଖବର ବଡ ଭଉଣୀକୁ ମାନବତା ସହ ଭାଇ ପ୍ରତି କିଛିଟା କୋମଳତା ଦ୍ବନ୍ଦକୁ ସ୍ପଷ୍ଟ କରିଛି ।  ଆମ ପ୍ରତିନିଧି ତାଙ୍କୁ ଭେଟିବା ବେଳେ କିନ୍ତୁ ସେ ଅଧିକ ଜୋର ଦେଇଥିଲେ  ଗୋଟିଏ ନୀରିହ ଝିଅର ଜୀବନ ନଷ୍ଟ ହେବାର ଦୁଃଖଦ ଘଟଣା ଉପରେ ।ଅବିଶ୍ବାସ ମନେ ହେଉଥିଲେ ବି ଯଦି ଦୋଷ କରିଥାଏ ତେବେ ଭାଇକୁ କଡା ଶାସ୍ତି ମିଳିବା ଉଚିତ ବୋଲି ତାଙ୍କର ସ୍ପଷ୍ଟ  ଉତ୍ତର ।ମାଆ, ଭଉଣୀଙ୍କ ପ୍ରତିକ୍ରିୟା ତ ଶୁଣିଲେ ଏବେ ଶୁଣିବା କଣ କୁହନ୍ତି ଅଭିଯୁକ୍ତ ସଂଜୟର ଶାଶୁ । ଝିଅ ଆରପାରିକୁ ଯିବାର ବର୍ଷେ ପରେବି ସେ ସେହି ଦୁଃଖରୁ ବାହାରିନାହାନ୍ତି । ଜ୍ବାଇଁ ସଂଜୟ ସହ ତାଙ୍କର କିଛି ମ

କୋଲ୍‌କାତା ଅଭୟା କାଣ୍ଡ,କଣ କହିଲେ ଅଭିଯୁକ୍ତ ସଂଜୟର ପରିବାର ?

ପଶ୍ଚିମବଙ୍ଗ୨୪/୮: କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା । ଘଟଣାକୁ ବିତିଲାଣି ୧୬ ଦିନ । ସମସ୍ତଙ୍କ ମୁହଁରେ ଗୋଟିଏ କଥା । ଦୋଷୀକୁ ଫାଶୀ ମିଳୁ । ଅଭିଯୁକ୍ତ ସଂଜୟର ନାରକୀୟ କାଣ୍ଡ ପାଇଁ ଛାରଖାର ହୋଇଯାଇଛି ଦୁଇ ଦୁଇଟି ପରିବାର ।  ପୁଅର କୁକର୍ମ ପାଇଁ କାହାକୁ ମୁହଁ ଦେଖାଇ ପାରୁନାହାନ୍ତି ସଂଜୟର ପରିବାର ଲୋକ ।। ଅଭିଯୁକ୍ତ ସଂଜୟ ରାୟକୁ ପୋଲିସ ଗିରଫ ପରେ ସଂଜୟର ଘରେ ପହଞ୍ଚିଥିଲା ଆମ ଟିମ୍‌ ।କ୍ୟାମେରା ସାମ୍ନାରେ ଅଭିଯୁକ୍ତ ପରିବାରର କ୍ଷୋଭ,ଦୁଃଖ ଚିନ୍ତାଜନକ । କିନ୍ତୁ ଆହୁରି ଦୁଃଖଦ ଅଭିଯୁକ୍ତ ସଂଜୟର ବିଧବା ମାଆଙ୍କ ଅସହ୍ୟ ବେଦନା ।

ମାଆ ଭଳି ଭଉଣୀର କଷ୍ଟ ବି କହିବା କାଠିକର । ଦୀର୍ଘ ବର୍ଷ ହେବ ସଂପର୍କ ନଥିଲେ ବି ଭାଇର ଏମିତି ଲଜ୍ଜାଜନକ କାମର ଖବର ବଡ ଭଉଣୀକୁ ମାନବତା ସହ ଭାଇ ପ୍ରତି କିଛିଟା କୋମଳତା ଦ୍ବନ୍ଦକୁ ସ୍ପଷ୍ଟ କରିଛି ।  ଆମ ପ୍ରତିନିଧି ତାଙ୍କୁ ଭେଟିବା ବେଳେ କିନ୍ତୁ ସେ ଅଧିକ ଜୋର ଦେଇଥିଲେ  ଗୋଟିଏ ନୀରିହ ଝିଅର ଜୀବନ ନଷ୍ଟ ହେବାର ଦୁଃଖଦ ଘଟଣା ଉପରେ ।ଅବିଶ୍ବାସ ମନେ ହେଉଥିଲେ ବି ଯଦି ଦୋଷ କରିଥାଏ ତେବେ ଭାଇକୁ କଡା ଶାସ୍ତି ମିଳିବା ଉଚିତ ବୋଲି ତାଙ୍କର ସ୍ପଷ୍ଟ  ଉତ୍ତର ।

ମାଆ, ଭଉଣୀଙ୍କ ପ୍ରତିକ୍ରିୟା ତ ଶୁଣିଲେ ଏବେ ଶୁଣିବା କଣ କୁହନ୍ତି ଅଭିଯୁକ୍ତ ସଂଜୟର ଶାଶୁ । ଝିଅ ଆରପାରିକୁ ଯିବାର ବର୍ଷେ ପରେବି ସେ ସେହି ଦୁଃଖରୁ ବାହାରିନାହାନ୍ତି । ଜ୍ବାଇଁ ସଂଜୟ ସହ ତାଙ୍କର କିଛି ମାସ ହେବ ସଂପର୍କ ନାହିଁ । ତଥାପି ସଂଜୟ ଏମିତି କରିଥିବ ବୋଲି ବିଶ୍ବାସ କରିପାରୁନଥିବା ଶାଶୁ ଗଣମାଧ୍ୟମରୁ ହିଁ  ଖବର ଜାଣିଲେ । ତାଙ୍କର ବି ସେଇ ଉତ୍ତର ଝିଅକୁ ହରାଇଥିବା ପରିବାର ଜାଣେ ଦୁଃଖଟା କଣ । ଜ୍ବାଇଁ ହେଲେ ବି ସଜା ମିଳୁ । 

ଅଗଷ୍ଟ ୮ ରାତିରେ ଘଟିଥିଲା ଲୋମଟାଙ୍କୁରା ଘଟଣା । ଅଭୟାଙ୍କୁ ନ୍ୟାୟ ଓ ଡାକ୍ତରଙ୍କ ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଦେଶବ୍ୟାପୀ ଡାକ୍ତର । ସିବିଆଇ ତଦନ୍ତ ସତ୍ତ୍ବେ ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ସୁପ୍ରିମକୋର୍ଟ ମାମଲାକୁ ହାତକୁ ନେଇଥିଲେ । ମାମଲାର ଶୁଣାଣି ବେଳେ କୋଲକାତା ପୋଲିସକୁ କଡା ଭର୍ତ୍ସନା କରିଥିଲେ ସର୍ବୋଚ୍ଚ ଅଦାଲତ ।  ପୋଲିସର ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ କହିବା ସହିତ, ଆନ୍ଦୋଳନରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି ସୁପ୍ରିମକୋର୍ଟ । ଏସବୁ ଭିତରେ ଆରଜି କର ମେଡିକାଲ କଲେଜର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଛନ୍ତି ପ୍ରଫେସର ଡାକ୍ତର ମାନସ ବନ୍ଦୋପାଧ୍ୟାୟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ହସ୍‌ପିଟାଲରେ ସୁରକ୍ଷା କଡାକଡି । ସଂଜୟ ସଂପର୍କରେ ତଦନ୍ତ ଚାଲିଥିବାବେଳେ ଡାକ୍ତରଖାନାରେ ଅନେକ ଅନିୟମିତତା ଏବଂ ତୁଙ୍ଗ ଅଧିକାରୀଙ୍କ ସଂପୃକ୍ତି ଆହୁରି ଚିନ୍ତାଜନକ । ତେବେ ଯାହାବି ହେଉ ନିର୍ଭୟାଙ୍କ ଭଳି ଅଭୟାଙ୍କୁ ତ୍ବରିତ ନ୍ୟାୟ ଜରୁରୀ । ଏହା ସମସ୍ତଙ୍କ ମତ ଓ ଦାବି ।