କୋହଲି-ଅନୁଷ୍କାଙ୍କ ମଧ୍ୟରେ କିଏ ଅଧିକ ଧନୀ: ଗୋଟିଏ ବିଜ୍ଞାପନ ପାଇଁ…

ଭାରତୀୟ କ୍ରିକେଟର୍‌ ବିରାଟ କୋହଲି ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନେକ ଲୋକ ଜାଣିବାକୁ ଚାହାଁନ୍ତି ଯେ, ଅନୁଷ୍କା ଏବଂ କୋହଲିଙ୍କ ମଧ୍ୟରୁ କିଏ ଅଧିକ ଧନୀ। ବିରାଟ କୋହଲି ବିଶ୍ୱର ସବୁଠାରୁ ଧନୀ କ୍ରିକେଟର ତାଲିକାରେ ସାମିଲ ହୋଇଛି। ତାଙ୍କର ମୋଟ ସମ୍ପତ୍ତି ହେଉଛି ୧୦୫୦ କୋଟି ଟଙ୍କା। ଏଥି ସହିତ ସେ ବିସିସିଆଇରୁ ବାର୍ଷିକ ୭ କୋଟି ଟଙ୍କା […] The post କୋହଲି-ଅନୁଷ୍କାଙ୍କ ମଧ୍ୟରେ କିଏ ଅଧିକ ଧନୀ: ଗୋଟିଏ ବିଜ୍ଞାପନ ପାଇଁ… appeared first on Dharitri Odia News.

କୋହଲି-ଅନୁଷ୍କାଙ୍କ ମଧ୍ୟରେ କିଏ ଅଧିକ ଧନୀ: ଗୋଟିଏ ବିଜ୍ଞାପନ ପାଇଁ…

ଭାରତୀୟ କ୍ରିକେଟର୍‌ ବିରାଟ କୋହଲି ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନେକ ଲୋକ ଜାଣିବାକୁ ଚାହାଁନ୍ତି ଯେ, ଅନୁଷ୍କା ଏବଂ କୋହଲିଙ୍କ ମଧ୍ୟରୁ କିଏ ଅଧିକ ଧନୀ।

ବିରାଟ କୋହଲି ବିଶ୍ୱର ସବୁଠାରୁ ଧନୀ କ୍ରିକେଟର ତାଲିକାରେ ସାମିଲ ହୋଇଛି। ତାଙ୍କର ମୋଟ ସମ୍ପତ୍ତି ହେଉଛି ୧୦୫୦ କୋଟି ଟଙ୍କା। ଏଥି ସହିତ ସେ ବିସିସିଆଇରୁ ବାର୍ଷିକ ୭ କୋଟି ଟଙ୍କା ପାଆନ୍ତି। ଏହା ବ୍ୟତୀତ ବିରାଟ ମଧ୍ୟ ଅନେକ ବଡ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର, ଏଥିରୁ ସେ ବହୁତ ରୋଜଗାର କରନ୍ତି। କୋହଲି ଗୋଟିଏ ବିଜ୍ଞାପନ ପାଇଁ ୭.୫ କୋଟିରୁ ୧୦ କୋଟି ଟଙ୍କା ଆଦାୟ କରୁଛନ୍ତି।

କେବଳ ଏତିକି ନୁହେଁ, ବିରାଟ ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଅନେକ ଟଙ୍କା ମଧ୍ୟ ରୋଜଗାର କରିଛନ୍ତି। ବିରାଟ ତାଙ୍କର ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ପ୍ରାୟ ୮.୯ କୋଟି ଟଙ୍କା ଆଦାୟ କରୁଛନ୍ତି।

ଅନୁଷ୍କା ଶର୍ମା ମୋଟ ସମ୍ପତ୍ତି ମୂଲ୍ୟ ୩୫୦-୩୦୦ କୋଟି ମଧ୍ୟରେ। ଅଭିନେତ୍ରୀଙ୍କ ବାର୍ଷିକ ରୋଜଗାର ୪୫ କୋଟିରୁ ଅଧିକ।
ଅନୁଷ୍କା ଗୋଟିଏ ଚଳଚ୍ଚିତ୍ର ପାଇଁ ୭ କୋଟି ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରନ୍ତି। ଚଳଚ୍ଚିତ୍ର ବ୍ୟତୀତ ଅନୁଷ୍କା ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମଧ୍ୟ ଭଲ ରୋଜଗାର କରନ୍ତି। ସେ ଏକ ବିଜ୍ଞାପନ ପାଇଁ ପ୍ରାୟ ୫-୧୦ କୋଟି ଟଙ୍କା ଚାର୍ଜ କରନ୍ତି।

The post କୋହଲି-ଅନୁଷ୍କାଙ୍କ ମଧ୍ୟରେ କିଏ ଅଧିକ ଧନୀ: ଗୋଟିଏ ବିଜ୍ଞାପନ ପାଇଁ… appeared first on Dharitri Odia News.