କୋହଲି-ରୋହିତଙ୍କୁ ବଡ଼ ଉପହାର ଦେଲେ ଏହି ବାଂଲାଦେଶ ଷ୍ଟାର କ୍ରିକେଟର୍‌

ନୂଆଦିଲ୍ଲୀ,୩।୧୦: ନିକଟରେ ଭାରତୀୟ କ୍ରିକେଟ ଦଳ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଜିତିଥିଲା। ଏହା ପରେ ରୋହିତ ବ୍ରିଗେଡ ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ ଟେଷ୍ଟ ସିରିଜ ଜିତିବାରେ ସଫଳ ହୋଇଥିଲେ। କାନପୁର ଟେଷ୍ଟରେ ବାଂଲାଦେଶର ତାରକା ଅଲରାଉଣ୍ଡର ମେହେଦି ହାସନ ମିରାଜ ଉଭୟ ଇନିଂସରେ ରୋହିତ ଶର୍ମାଙ୍କୁ ଆଉଟ୍‌ କରିଥିଲେ। ମ୍ୟାଚ ଶେଷ ହେବା ପରେ ମେହେଦି ହାସନ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଏକ ସ୍ବତନ୍ତ୍ର ବ୍ୟାଟ ଦେଇଛନ୍ତି। ରୋହିତ ଶର୍ମା […] The post କୋହଲି-ରୋହିତଙ୍କୁ ବଡ଼ ଉପହାର ଦେଲେ ଏହି ବାଂଲାଦେଶ ଷ୍ଟାର କ୍ରିକେଟର୍‌ appeared first on Dharitri Odia News.

କୋହଲି-ରୋହିତଙ୍କୁ ବଡ଼ ଉପହାର ଦେଲେ ଏହି ବାଂଲାଦେଶ ଷ୍ଟାର କ୍ରିକେଟର୍‌

ନୂଆଦିଲ୍ଲୀ,୩।୧୦: ନିକଟରେ ଭାରତୀୟ କ୍ରିକେଟ ଦଳ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଜିତିଥିଲା। ଏହା ପରେ ରୋହିତ ବ୍ରିଗେଡ ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ ଟେଷ୍ଟ ସିରିଜ ଜିତିବାରେ ସଫଳ ହୋଇଥିଲେ। କାନପୁର ଟେଷ୍ଟରେ ବାଂଲାଦେଶର ତାରକା ଅଲରାଉଣ୍ଡର ମେହେଦି ହାସନ ମିରାଜ ଉଭୟ ଇନିଂସରେ ରୋହିତ ଶର୍ମାଙ୍କୁ ଆଉଟ୍‌ କରିଥିଲେ। ମ୍ୟାଚ ଶେଷ ହେବା ପରେ ମେହେଦି ହାସନ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଏକ ସ୍ବତନ୍ତ୍ର ବ୍ୟାଟ ଦେଇଛନ୍ତି।

ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ମେହେଡି ହାସନ ମିରାଜ ଗୋଟିଏ ଲେଖାଏବ୍ୟାଟ ଉପହାର ଦେଇଥିଲେ। ରୋହିତ ଶର୍ମାଙ୍କୁ ବ୍ୟାଟ ଦେବାବେଳେ ମେହେଦି କହିଛନ୍ତି, ମୁଁ ରୋହିତ ଭାଇଙ୍କ ସହ ଅଛି ଏବଂ ମୁଁ ତାଙ୍କୁ ମୋ କମ୍ପାନୀର ଏକ ବ୍ୟାଟ ଉପହାର ଦେଇଛି। ଏହା ମୋର ସ୍ବପ୍ନ ଥିଲା ଏବଂ ବର୍ତ୍ତମାନ ମୁଁ ବହୁତ ଖୁସି।

ରୋହିତ ମଧ୍ୟ ମେହଦିଙ୍କୁ ତାଙ୍କର ନୂତନ ଆରମ୍ଭ ପାଇଁ ଅଭିନନ୍ଦନ ଜଣାଇ କହିଛନ୍ତି, ମୁଁ ମେହେଦିଙ୍କୁ ବହୁତ ଦିନରୁ ଜାଣିଛି। ସେ ଜଣେ ମହାନ କ୍ରିକେଟର ଏବଂ ମୁଁ ଗର୍ବିତ ଯେ ସେ ନିଜର ବ୍ୟାଟ ବ୍ୟବସାୟ ଆରମ୍ଭ କରିଛନ୍ତି। ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି। ଆଶା କରୁଛି ଯେ ତାଙ୍କ କମ୍ପାନୀ ବହୁତ ସଫଳ ହେବ।

ମେହେଦି ହାସନ ବିରାଟ କୋହଲିଙ୍କୁ ବ୍ୟାଟ ଦେଉଥିଲେ, କୋହଲି ବଙ୍ଗାଳୀରେ ‘ଏମ୍‌କେଏସ୍‌ ବ୍ୟାଟ୍‌ ଖୁବ୍‌ ଭାଲୋ ଅଛି’ କହିଥିଲେ, ଯାହା ପରେ ଦୁହେଁ ହସିବାକୁ ଲାଗିଲେ। ତା’ପରେ ବିରାଟ କୋହଲି କହିଛନ୍ତି, ଏହା ଏକ ବହୁତ ଭଲ ବ୍ୟାଟ। ସମସ୍ତ କ୍ରିକେଟରଙ୍କ ପାଇଁ ଏହାକୁ ପ୍ରସ୍ତୁତ କରୁଛନ୍ତି। ଭଲ ଗୁଣବତ୍ତା ଯୋଗାଇ ଦିଅନ୍ତୁ।
ମେହେଦି ହାସନ ମିରାଜ ତାଙ୍କ ସାଙ୍ଗମାନଙ୍କ ସହିତ ବ୍ୟାଟ୍ସମ୍ୟାନ ବ୍ୟବସାୟ ଆରମ୍ଭ କରିଛନ୍ତି। ଏହାର ନାମ ହେଉଛି ଏମ୍‌କେଏସ୍‌ ସ୍ପୋର୍ଟସ। ମେହେଦି ହାସନ ଏମ୍‌କେଏସ୍‌ ସ୍ପୋର୍ଟସର ସୋସିଆଲ ମିଡିଆ ପୃଷ୍ଠାରେ ଏହା ସହ ଜଡିତ ଫଟୋ ଏବଂ ଭିଡିଓ ଶେୟାର କରି ଚାଲିଛନ୍ତି।

 

View this post on Instagram

 

A post shared by MKS Sports (@official.mkssportsbd)

 

The post କୋହଲି-ରୋହିତଙ୍କୁ ବଡ଼ ଉପହାର ଦେଲେ ଏହି ବାଂଲାଦେଶ ଷ୍ଟାର କ୍ରିକେଟର୍‌ appeared first on Dharitri Odia News.