କୋହଲିଙ୍କ ଠାରୁ ଦିନେଶଙ୍କ ପର୍ଯ୍ୟନ୍ତ, ‘ଗୋଲ୍ଡେନ୍ ଡକ୍’ରେ ଅଧିକ କିଏ ଆଉଟ୍ ?
ନୂଆଦିଲ୍ଲୀ ୧୯।୦୫: ଆଇପିଏଲ୍ ୨୦୨୪ । ଖୁବ୍ ରୋମାଞ୍ଚକର ହେଉଛି । କିଛି ପ୍ଲେୟର ଫର୍ମକୁ ଫେରିଛନ୍ତି ତ ଆଉ କିଛି କରୁଛନ୍ତି ଦମ୍ଦାର୍ ପ୍ରଦର୍ଶନ । ଖାସ୍ କରି ସିଜିନ୍ରେ ଦମ୍ଦାର୍ ଫର୍ମରେ ଅଛନ୍ତି ବ୍ୟାଟର । ନିଜର ବ୍ୟାଟିଙ୍ଗ୍ ବଳରେ କରୁଛନ୍ତି ବଡ ବଡ ସ୍କୋର୍ । କିନ୍ତୁ ଏପରି କିଛି ବ୍ୟାଟର ଅଛନ୍ତି ଯିଏ ସବୁଠାରୁ ଅଧିକ ‘ଗୋଲ୍ଡେନ୍ ଡକ୍’ରେ ହୋଇଛନ୍ତି ଆଉଟ୍ । ଆଇପିଏଲ ୨୦୨୪ରେ ବ୍ୟାଟରଙ୍କ ଭିନ୍ନ ଦବଦବା ଦେଖିବାକୁ ମିଳିଛି । ଟୁର୍ନାମେଣ୍ଟରେ ବଡ ବଡ ସ୍କୋର ହେଉଛି । ଏହାମଧ୍ୟରେ ଏପରି କିଛି ବ୍ୟାଟର ଅଛନ୍ତି ଯିଏକି ପଡିଆରେ ଖାତା ଖୋଲିବା ପୂର୍ବରୁ ହିଁ ହୋଇଛନ୍ତି ଆଉଟ୍ । ଆସନ୍ତୁ ଜାଣିବା ଏହି ବ୍ୟାଟରଙ୍କ ବିଷୟରେ ... ଆଇପିଏଲରେ ସର୍ବାଧିକ ଥର 'ଗୋଲ୍ଡେନ୍ ଡକ୍' ଅର୍ଥାତ୍ ପ୍ରଥମ ବଲରେ ଆଉଟ୍ ହୋଇଛନ୍ତି ଅନେକ ଖେଳାଳୀ । ଆଇପିଏଲ୍ ଇତିହାସରେ ସବୁଠାରୁ ଅଧିକ ‘ଗୋଲ୍ଡେନ୍ ଡକ୍’ରେ ଆଉଟ୍ ହୋଇଥିବା ପ୍ଲେୟର ହେଉଛନ୍ତି ଦିନେଶ କାର୍ତ୍ତିକ । ସେ ଆରସିବି ପାଇଁ ଖେଳୁଛନ୍ତି । ଦିନେଶ ୨୫୫ ମ୍ୟାଚ୍ରେ ପ୍ରଥମ ବଲ୍ରେ ୧୮ଥର ଫେରିଛନ୍ତି ପ୍ୟାଭିଲିୟନ୍ । ଲିଷ୍ଟର ଦ୍ବିତୀୟରେ ଅଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମା । ରୋହିତ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଛନ୍ତି ୨୫୬ଟି ମ୍ୟାଚ୍ । ସେ ଏଥିମଧ୍ଯରେ ୧୭ଥର ହୋଇଛନ୍ତି ‘ଗୋଲ୍ଡେନ୍ ଡକ୍’ର ଶିକାର । ଲିଷ୍ଟର ତୃତୀୟରେ ରହିଛନ୍
ନୂଆଦିଲ୍ଲୀ ୧୯।୦୫: ଆଇପିଏଲ୍ ୨୦୨୪ । ଖୁବ୍ ରୋମାଞ୍ଚକର ହେଉଛି । କିଛି ପ୍ଲେୟର ଫର୍ମକୁ ଫେରିଛନ୍ତି ତ ଆଉ କିଛି କରୁଛନ୍ତି ଦମ୍ଦାର୍ ପ୍ରଦର୍ଶନ । ଖାସ୍ କରି ସିଜିନ୍ରେ ଦମ୍ଦାର୍ ଫର୍ମରେ ଅଛନ୍ତି ବ୍ୟାଟର । ନିଜର ବ୍ୟାଟିଙ୍ଗ୍ ବଳରେ କରୁଛନ୍ତି ବଡ ବଡ ସ୍କୋର୍ । କିନ୍ତୁ ଏପରି କିଛି ବ୍ୟାଟର ଅଛନ୍ତି ଯିଏ ସବୁଠାରୁ ଅଧିକ ‘ଗୋଲ୍ଡେନ୍ ଡକ୍’ରେ ହୋଇଛନ୍ତି ଆଉଟ୍ । ଆଇପିଏଲ ୨୦୨୪ରେ ବ୍ୟାଟରଙ୍କ ଭିନ୍ନ ଦବଦବା ଦେଖିବାକୁ ମିଳିଛି । ଟୁର୍ନାମେଣ୍ଟରେ ବଡ ବଡ ସ୍କୋର ହେଉଛି । ଏହାମଧ୍ୟରେ ଏପରି କିଛି ବ୍ୟାଟର ଅଛନ୍ତି ଯିଏକି ପଡିଆରେ ଖାତା ଖୋଲିବା ପୂର୍ବରୁ ହିଁ ହୋଇଛନ୍ତି ଆଉଟ୍ । ଆସନ୍ତୁ ଜାଣିବା ଏହି ବ୍ୟାଟରଙ୍କ ବିଷୟରେ ...

ଆଇପିଏଲରେ ସର୍ବାଧିକ ଥର 'ଗୋଲ୍ଡେନ୍ ଡକ୍' ଅର୍ଥାତ୍ ପ୍ରଥମ ବଲରେ ଆଉଟ୍ ହୋଇଛନ୍ତି ଅନେକ ଖେଳାଳୀ । ଆଇପିଏଲ୍ ଇତିହାସରେ ସବୁଠାରୁ ଅଧିକ ‘ଗୋଲ୍ଡେନ୍ ଡକ୍’ରେ ଆଉଟ୍ ହୋଇଥିବା ପ୍ଲେୟର ହେଉଛନ୍ତି ଦିନେଶ କାର୍ତ୍ତିକ । ସେ ଆରସିବି ପାଇଁ ଖେଳୁଛନ୍ତି । ଦିନେଶ ୨୫୫ ମ୍ୟାଚ୍ରେ ପ୍ରଥମ ବଲ୍ରେ ୧୮ଥର ଫେରିଛନ୍ତି ପ୍ୟାଭିଲିୟନ୍ ।

ଲିଷ୍ଟର ଦ୍ବିତୀୟରେ ଅଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମା । ରୋହିତ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଛନ୍ତି ୨୫୬ଟି ମ୍ୟାଚ୍ । ସେ ଏଥିମଧ୍ଯରେ ୧୭ଥର ହୋଇଛନ୍ତି ‘ଗୋଲ୍ଡେନ୍ ଡକ୍’ର ଶିକାର । ଲିଷ୍ଟର ତୃତୀୟରେ ରହିଛନ୍ତି ଆରସିବି ପ୍ଲେୟର ଗ୍ଲେନ୍ ମ୍ୟାକ୍ସଓ୍ବେଲ୍ । ସେ ଆଇପିଏଲ୍ରେ ୧୩୨ଟି ମ୍ୟାଚ୍ ଖେଳି ୧୭ଥର ପ୍ରଥମ ବଲ୍ରେ ହୋଇଛନ୍ତି ଆଉଟ୍ ।

ଏହାପଛକୁ ରହିଛନ୍ତି କେକେଆର୍ ପ୍ଲେୟର ସୁନୀଲ ନାରିନ । ସେ ଲିଷ୍ଟର ଚତୁର୍ଥରେ ରହିଛନ୍ତି । ନାରିନ୍ ଆଇପିଏଲ୍ରେ ୧୩୪ଟି ମ୍ୟାଚ୍ ଖେଳିଛନ୍ତି । ଏଥିମଧ୍ୟରେ ସେ ୧୬ଥର ‘ଗୋଲ୍ଡେନ୍ ଡକ୍’ର ହୋଇଛନ୍ତି ଶିକାର । ଲିଷ୍ଟର ପଞ୍ଚମ ସ୍ଥାନରେ ରହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେୟର ପିୟୁସ୍ ଚାଓ୍ବଲା । ସେ ୧୯୧ ଆଇପିଏଲ୍ ମ୍ୟାଚ୍ ଖେଳି ୧୬ଥର ପ୍ରଥମ ବଲ୍ରେ ପ୍ୟାଭିଲିୟନକୁ ଫେରିଛନ୍ତି । ଏହାପଛକୁ ଗୁଜୁରାଟ ଟାଇଟନ୍ସର ରସିଦ ଖାନ୍ । ସେ ଆଇପିଏଲ୍ରେ ୧୨୧ଟି ମ୍ୟାଚ୍ ଖେଳି ପ୍ରଥମ ବଲ୍ରେ ୧୫ଥର ଫେରିଛନ୍ତି ପ୍ୟାଭିଲିୟନ୍ ।

ମନଦୀପ ସିଂ ଲିଷ୍ଟର ୭ମରେ ରହିଛନ୍ତି । କେକେଆର୍ ପ୍ଲେୟର ଆଇପିଏଲ୍ରେ ୧୧୧ଟି ମ୍ୟାଚ୍ ଖେଳି ୧୫ଥର ହୋଇଛନ୍ତି ‘ଗୋଲ୍ଡେନ୍ ଡକ୍’ର ଶିକାର । ଏହାପଛକୁ ଅଛନ୍ତି ମନିଷ ପାଣ୍ଡେ । କେକେଆର୍ ପ୍ଲେୟର୍ ଆଇପିଏଲ୍ରେ ୧୭୧ଟି ମ୍ୟାଚ୍ ଖେଳି ୧୪ଥର ପ୍ରଥମ ବଲ୍ରେ ଆଉଟ୍ ହୋଇଛନ୍ତି ଫେରିଛନ୍ତି ପ୍ୟାଭିଲିୟନ୍ ।

ତେବେ ଲିଷ୍ଟରେ ମଧ୍ୟ ସାମିଲ୍ ହୋଇଛନ୍ତି ଅମ୍ବାତି ରାୟିଡୁ । ସିଏସ୍କେ ପ୍ଲେୟର୍ ଆଇପିଏଲରେ ୨୦୪ ମ୍ୟାଚ୍ ଖେଳି ୧୪ ଥର ‘ଗୋଲ୍ଡେନ୍ ଡକ୍’ର ଶିକାର ହୋଇଛନ୍ତି । ଲିଷ୍ଟର ଶେଷରେ ରହିଛନ୍ତି ହରଭଜନ୍ ସିଂ । ଭଜି ୧୬୩ଟି ମ୍ୟାଚ୍ ଖେଳି ୧୩ ଥର ପ୍ରଥମ ବଲ୍ରେ ଆଉଟ୍ ହୋଇ ପ୍ୟାଭିଲିୟନ୍କୁ ଫେରିଛନ୍ତି । ତେବେ ଏହି ଲିଷ୍ଟ ଆଗକୁ ଆହୁରି ବଢିପାରେ ।