କୋହଲିଙ୍କ ପରି ତାଙ୍କ ଝିଅ ବି ହେବେ କ୍ରିକେଟର୍‌! ଏବେଠୁ କଲେଣି…

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୪ର ପ୍ଲେ ଅଫରେ ପହଞ୍ଚିବା ଲକ୍ଷ୍ୟରେ ରହିଛି। ଏହି ଦଳ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କର ବା ମର ମ୍ୟାଚ୍‌ ଖେଳିବ। ଚଳିତ ସିଜନରେ ଆରସିବି କିମ୍ବଦନ୍ତୀ କୋହଲି ଏକ ଦୃଢ ପ୍ରଦର୍ଶନ ଦେଖିଛନ୍ତି। ଚଳିତ ସିଜନରେ ସର୍ବାଧିକ ରନ ସ୍କୋର କରିବାରେ ସେ ଶୀର୍ଷରେ ଅଛନ୍ତି। ନିକଟରେ କୋହଲି ତାଙ୍କ ଝିଅ ଭାମିକାଙ୍କ ବିଷୟରେ ଏକ ରୋଚକ କଥା ପ୍ରକାଶ କରିଛନ୍ତି। […] The post କୋହଲିଙ୍କ ପରି ତାଙ୍କ ଝିଅ ବି ହେବେ କ୍ରିକେଟର୍‌! ଏବେଠୁ କଲେଣି… appeared first on Dharitri Odia News.

କୋହଲିଙ୍କ ପରି ତାଙ୍କ ଝିଅ ବି ହେବେ କ୍ରିକେଟର୍‌! ଏବେଠୁ କଲେଣି…

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୪ର ପ୍ଲେ ଅଫରେ ପହଞ୍ଚିବା ଲକ୍ଷ୍ୟରେ ରହିଛି। ଏହି ଦଳ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କର ବା ମର ମ୍ୟାଚ୍‌ ଖେଳିବ। ଚଳିତ ସିଜନରେ ଆରସିବି କିମ୍ବଦନ୍ତୀ କୋହଲି ଏକ ଦୃଢ ପ୍ରଦର୍ଶନ ଦେଖିଛନ୍ତି। ଚଳିତ ସିଜନରେ ସର୍ବାଧିକ ରନ ସ୍କୋର କରିବାରେ ସେ ଶୀର୍ଷରେ ଅଛନ୍ତି। ନିକଟରେ କୋହଲି ତାଙ୍କ ଝିଅ ଭାମିକାଙ୍କ ବିଷୟରେ ଏକ ରୋଚକ କଥା ପ୍ରକାଶ କରିଛନ୍ତି।
କୋହଲି କହିଛନ୍ତି, ମୋ ଝିଅ ଏବେ ବ୍ୟାଟ ବୁଲାଇବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଶେଷରେ ସେ କଣ କରିବାକୁ ଚାହୁଁଛନ୍ତି ତାହା ତାଙ୍କ ଉପରେ ନିର୍ଭର କରିବ। କୋହଲି ସୋସିଆଲ ମିଡିଆରେ ଭାମିକାଙ୍କ ମୁହଁ ଏପର୍ଯ୍ୟନ୍ତ ପ୍ରକାଶ କରିନାହାଁନ୍ତି। ପୁଅ ଏବଂ ଝଅର ଗୋପନୀୟତା ବିଷୟରେ ମଧ୍ୟ ସେ ବହୁତ ସଚେତନ। ଗୋପନୀୟତା ସମ୍ପର୍କରେ କୋହଲି ସୋସିଆଲ ମିଡିଆରେ ଅନେକ ଥର ପୋଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଭାରତରେ ଅନେକ କ୍ରିକେଟର ଅଛନ୍ତି, ଯାହାର ପୁଅମାନେ ମଧ୍ୟ କ୍ରିକେଟର ହୋଇଥିଲେ। ସୁନୀଲ ଗାଭାସ୍କରଙ୍କ ପୁଅ ରୋହନ, ରୋଜର ବିନିଙ୍କ ପୁଅ ଷ୍ଟୁଆର୍ଟ ଏବଂ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ କ୍ରିକେଟର। ଅର୍ଜୁନ ତେନ୍ଦୁଲକର ମଧ୍ୟ ଆଇପିଏଲରେ ଖେଳିଛନ୍ତି। ସେ ମୁମ୍ବାଇ ଇଣ୍ଡିଆନ୍ସର ଏକ ଅଂଶ ହୋଇଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ବେଶି ମ୍ୟାଚ ଖେଳିବାର ସୁଯୋଗ ମିଳିନାହିଁ। କୋହଲିଙ୍କ ଝିଅ ଭାମିକା ବହୁତ ଛୋଟ ଏବଂ ପୁଅ ଅକାୟ ମଧ୍ୟ ବହୁତ ଛୋଟ। ଏହି କାରଣରୁ ବିରାଟ କହିଛନ୍ତି ଯେ ସେ କ’ଣ ହେବାକୁ ଚାହୁଁଛନ୍ତି ତାହା ନିଜେ ସ୍ଥିର କରିବେ।

The post କୋହଲିଙ୍କ ପରି ତାଙ୍କ ଝିଅ ବି ହେବେ କ୍ରିକେଟର୍‌! ଏବେଠୁ କଲେଣି… appeared first on Dharitri Odia News.