କୋହଲିଙ୍କ ପୋଷ୍ଟକୁ ନେଇ ହଇଚଇ, ଅନୁଷ୍କାଙ୍କ ସହ ଛାଡପତ୍ର ହେବା ନେଇ ଚର୍ଚ୍ଚା! ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୨୧।୧୧: ଭାରତୀୟ କ୍ରିକେଟ ପ୍ରଶଂସକମାନେ ଉତ୍ସାହର ସହିତ ବର୍ଡର-ଗାଭାସ୍କର ଟ୍ରଫିକୁ ଅପେକ୍ଷା କରିଛନ୍ତି, ଯେଉଁଥିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ପର୍ଥରେ ୨୨ରୁ ୨୬ନଭେମ୍ବର ମଧ୍ୟରେ ଖେଳାଯିବ । ପର୍ଥ ଟେଷ୍ଟ ପୂର୍ବରୁ ବିରାଟ କୋହଲି ତାଙ୍କ ଏକ୍ସ ଏବଂ ଇନଷ୍ଟାଗ୍ରାମ ପୋଷ୍ଟ ସହିତ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତା ବଢାଇ ଦେଇଛନ୍ତି। ଏହି ପୋଷ୍ଟରୁ ପ୍ରଶଂସକମାନେ ଅନୁଭବ କରୁଛନ୍ତି ଯେ ଆର୍‌ […] The post କୋହଲିଙ୍କ ପୋଷ୍ଟକୁ ନେଇ ହଇଚଇ, ଅନୁଷ୍କାଙ୍କ ସହ ଛାଡପତ୍ର ହେବା ନେଇ ଚର୍ଚ୍ଚା! ଜାଣନ୍ତୁ ପୂରା ଘଟଣା appeared first on Dharitri Odia News.

କୋହଲିଙ୍କ ପୋଷ୍ଟକୁ ନେଇ ହଇଚଇ, ଅନୁଷ୍କାଙ୍କ ସହ ଛାଡପତ୍ର ହେବା ନେଇ ଚର୍ଚ୍ଚା! ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୨୧।୧୧: ଭାରତୀୟ କ୍ରିକେଟ ପ୍ରଶଂସକମାନେ ଉତ୍ସାହର ସହିତ ବର୍ଡର-ଗାଭାସ୍କର ଟ୍ରଫିକୁ ଅପେକ୍ଷା କରିଛନ୍ତି, ଯେଉଁଥିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ପର୍ଥରେ ୨୨ରୁ ୨୬ନଭେମ୍ବର ମଧ୍ୟରେ ଖେଳାଯିବ । ପର୍ଥ ଟେଷ୍ଟ ପୂର୍ବରୁ ବିରାଟ କୋହଲି ତାଙ୍କ ଏକ୍ସ ଏବଂ ଇନଷ୍ଟାଗ୍ରାମ ପୋଷ୍ଟ ସହିତ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତା ବଢାଇ ଦେଇଛନ୍ତି। ଏହି ପୋଷ୍ଟରୁ ପ୍ରଶଂସକମାନେ ଅନୁଭବ କରୁଛନ୍ତି ଯେ ଆର୍‌ ରେହମାନ ଏବଂ ସାଇରା ବାନୁଙ୍କ ଛାଡପତ୍ର ପରେ ବର୍ତ୍ତମାନ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଏହି ନିଷ୍ପତ୍ତି ନେବାକୁ ଯାଉଛନ୍ତି।

ବିରାଟ କୋହଲି ଏକ୍ସ ଏବଂ ଇନଷ୍ଟାଗ୍ରାମରେ ତାଙ୍କର ଗୋଟିଏ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିରେ ହ୍ବାଇଟ୍‌ ବ୍ୟାକ୍‌ଗ୍ରାଉଣ୍ଡ ଟେମ୍ପଲେଟରେ ବ୍ଲାକ୍‌ ଟେଷ୍ଟ ଥିଲା। ବିରାଟ ପୋଷ୍ଟରେ ଲେଖିଛନ୍ତି, ପଛକୁ ଚାହିଁ ଯଦି ଦେଖିବା ତେବେ ଆମେ ସବୁବେଳେ ଟିକିଏ ଅଲଗା ରହିଛୁ। ଆମେ ସବୁବେଳେ ସେହି ବାକ୍ସରେ ରହିବାକୁ ଫିଟ୍‌ ହୋଇନଥାଉ, ଯେଉଁ ବାକ୍ସରେ ଲୋକମାନେ ରଖିବାକୁ ଚେଷ୍ଟା କରିଥାନ୍ତି।

ଏହି ପୋଷ୍ଟ ଶେୟାର ହେବା ମାତ୍ରେ ପ୍ରଶଂସକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। କିଛି ପ୍ରଶଂସକ ଅନୁଭବ କରିବାକୁ ଲାଗିଛନ୍ତି ଯେ ବିରାଟ କୋହଲି ବର୍ତ୍ତମାନ ଅବସର ଘୋଷଣା କରିବେ। କିଛି ପ୍ରଶଂସକ କହିବା ଆରମ୍ଭ କଲେ ଯେ ବର୍ତ୍ତମାନ ବିରାଟ ଏବଂ ଅନୁଷ୍କାଙ୍କ ମଧ୍ୟରେ ଛାଡପତ୍ର ହେବାର ସମୟ ଆସିଛି। ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି , ମୁଁ ଭାବିଲି ବିରାଟ ଏବଂ ଅନୁଷ୍କାଙ୍କର ମଧ୍ୟ ଛାଡପତ୍ର ହେଇଗଲା।

ବାସ୍ତବରେ, ଏହି ପୋଷ୍ଟଟି ବିରାଟ କୋହଲିଙ୍କ ଅବସର କିମ୍ବା ବିରାଟ ଏବଂ ଅନୁଷ୍କା ଶର୍ମାଙ୍କ ଛାଡପତ୍ର ସହିତ ଜଡିତ ନୁହେଁ। ବିରାଟଙ୍କ ଏହି ପୋଷ୍ଟ ଏକ ପ୍ରମୋସନାଲ ପୋଷ୍ଟ ଥିଲା। ବିରାଟ କୋହଲିଙ୍କ ଏହି ପୋଷ୍ଟରେ ଦର୍ଶାଯାଇଛି ଯେ ତାଙ୍କର ଲୋକପ୍ରିୟତା କେତେ ବ୍ୟାପକ ଏବଂ ପ୍ରଶଂସକମାନେ ତାଙ୍କର ପ୍ରତ୍ୟେକ ଶବ୍ଦ ପ୍ରତି କେତେ ଧ୍ୟାନ ଦିଅନ୍ତି।

The post କୋହଲିଙ୍କ ପୋଷ୍ଟକୁ ନେଇ ହଇଚଇ, ଅନୁଷ୍କାଙ୍କ ସହ ଛାଡପତ୍ର ହେବା ନେଇ ଚର୍ଚ୍ଚା! ଜାଣନ୍ତୁ ପୂରା ଘଟଣା appeared first on Dharitri Odia News.