କୋହଲିଙ୍କୁ ପଛରେ ପକାଇଲେ ପନ୍ତ, ଏବେ ହେବ ଆର୍ସିବିରେ ଏଣ୍ଟ୍ରି!
ନୂଆଦିଲ୍ଲୀ,୨୩।୧୦: ଟିମ୍ ଇଣ୍ଡିଆ ଉଇକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ପୁଣିଥରେ ଫର୍ମକୁ ଫେରିଛନ୍ତି। ବାଲାଂଦେଶ ବିପକ୍ଷ ଟେଷ୍ଟରେ ଶତକ ଲଗାଇବା ପରେ ଏବେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଜବରଦସ୍ତ ଇନିଂସ ଖେଳିଛନ୍ତି। ସେ ଶତକ କରିବାରୁ ବଞ୍ଚିତ ହୋଇଥିଲେ ହେଁ ସଦ୍ୟ ଜାରି ହୋଇଥିବା ଆଇସିସି ର଼୍ୟାଙ୍କିଂରେ ସେ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ପନ୍ତ ବ୍ୟାଟିଂ ର଼୍ୟାଙ୍କିଂରେ ୬ଷ୍ଠ ସ୍ଥାନକୁ ଆସିଛନ୍ତି। ସେ ବିରାଟଙ୍କଠାରୁ ୨ ସ୍ଥାନ ଉପରେ ରହିଛନ୍ତି। ବିରାଟ ଏବେ ୮ମ […] The post କୋହଲିଙ୍କୁ ପଛରେ ପକାଇଲେ ପନ୍ତ, ଏବେ ହେବ ଆର୍ସିବିରେ ଏଣ୍ଟ୍ରି! appeared first on Dharitri Odia News.
ନୂଆଦିଲ୍ଲୀ,୨୩।୧୦: ଟିମ୍ ଇଣ୍ଡିଆ ଉଇକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ପୁଣିଥରେ ଫର୍ମକୁ ଫେରିଛନ୍ତି। ବାଲାଂଦେଶ ବିପକ୍ଷ ଟେଷ୍ଟରେ ଶତକ ଲଗାଇବା ପରେ ଏବେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଜବରଦସ୍ତ ଇନିଂସ ଖେଳିଛନ୍ତି। ସେ ଶତକ କରିବାରୁ ବଞ୍ଚିତ ହୋଇଥିଲେ ହେଁ ସଦ୍ୟ ଜାରି ହୋଇଥିବା ଆଇସିସି ର଼୍ୟାଙ୍କିଂରେ ସେ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ପନ୍ତ ବ୍ୟାଟିଂ ର଼୍ୟାଙ୍କିଂରେ ୬ଷ୍ଠ ସ୍ଥାନକୁ ଆସିଛନ୍ତି। ସେ ବିରାଟଙ୍କଠାରୁ ୨ ସ୍ଥାନ ଉପରେ ରହିଛନ୍ତି। ବିରାଟ ଏବେ ୮ମ ସ୍ଥାନରେ ଅଛନ୍ତି। ଯଶସ୍ବୀ ଜାୟସଓ୍ବାଲ ଭାରତର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ପାଲଟିଛନ୍ତି,ଯିଏ କି ୪ର୍ଥ ସ୍ଥାନରେ ଅଛନ୍ତି।
ତେବେ ପନ୍ତଙ୍କୁ ନେଇ ମଧ୍ୟ ଅନ୍ୟ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଇପିଏଲ୍ ୨୦୨୫ ଅକ୍ସନ ପୂର୍ବରୁ ରିଟେଶନ ତାରିଖ ନିକଟତର ହେଉଥିବା ବେଳେ ପନ୍ତଙ୍କୁ ଆରସିବି କିଣିବାକୁ ଇଚ୍ଛା ରଖିଛି। ରିପୋର୍ଟ ମୁତାବକ ଚଳିତ ସିଜନରେ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ନ ହୋଇ ଅକ୍ସନକୁ ଆସିପାରନ୍ତି। ଯଦି ଏପରି ହୁଏ ତେବେ ଅନେକେ ଟିମ୍ ତାଙ୍କୁ କିଣିବାକୁ ଇଚ୍ଛା କରିବେ।
କହିରଖୁଛୁ, ପନ୍ତ ବାଙ୍ଗାଲୋର ଟେଷ୍ଟରେ ଆହତ ହୋଇଥିଲେ। ସେ ଦ୍ୱିତୀୟ ଇନିଂସରେ ଉଇକେଟକିପିଂ କରିପାରି ନ ଥିଲେ। ହେଲେ ସେ ପରେ ବ୍ୟାଟିଂ ଲାଗି ଓହ୍ଲାଇ ଜବରଦସ୍ତ ଇନିଂସ ଖେଳିଥିଲେ। ସେତେବେଳେ ସେ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିଲେ। ଏବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଖବରଦାତା ସମ୍ମିଳନୀ କରି ସେ ଫିଟ୍ ଥିବା କହିଛନ୍ତି। ଏପରିକି ସେ ଦ୍ୱିତୀୟ ଟେଷ୍ଟରେ ଖେଳିବା ସହ ଉଇକେଟକିପିଂ କରିବେ ବୋଲି କହିଛନ୍ତି।
RISHABH PANT IS ON THE RADAR OF RCB…!!!!
![]()
– RCB are keeping very close eyes on him. (TOI). pic.twitter.com/vjzzE7iXFU
— Tanuj Singh (@ImTanujSingh) October 23, 2024
The post କୋହଲିଙ୍କୁ ପଛରେ ପକାଇଲେ ପନ୍ତ, ଏବେ ହେବ ଆର୍ସିବିରେ ଏଣ୍ଟ୍ରି! appeared first on Dharitri Odia News.
RISHABH PANT IS ON THE RADAR OF RCB…!!!!