କ୍ବାଲିଟି ଚେକ୍‌ରେ ଫେଲ୍ ୨,୯୮୮ ଔଷଧ; ୨୮୨ ନକଲି ଥିବା ସରକାରୀ ତଥ୍ୟରୁ ସ୍ପଷ୍ଟ

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ୍ ୧,୦୬,୧୫୦ ସଂଖ୍ୟକ ଔଷଧର କ୍ବାଲିଟି ଚେକ୍ କରାଯାଇଥିଲା । ଏଥିରେ ୨,୯୮୮ଟି ଔଷଧ ମାନ ପରୀକ୍ଷାରେ ବିଫଳ ହୋଇଛି । ସେହିପରି ୨୮୨ଟି  ଔଷଧ ନକଲି ଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । ଏହି ଔଷଧର ଉତ୍ପାଦନ, ବିକ୍ରି ଏବଂ ବିତରଣ ପାଇଁ ୬୦୪ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି ।ନକଲି ଏବଂ ନିକୃଷ୍ଟମାନର ଔଷଧ ବିରୋଧରେ ସରକାର ଏକ ମେଗା ଅଭିଯାନ ଚଳାଇଛନ୍ତି । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂସ୍ଥାନ ତଥ୍ୟ ଅନୁସାରେ, ଦେଶରେ ଏଭଳି ୧୦,୫୦୦ ୟୁନିଟ୍‌ ରହିଛି, ଯେଉଁଠାରେ ବିଭିନ୍ନ ପ୍ରକାର ଏପିଆଇର ଉତ୍ପାଦନ ହେଉଛି ।   ସରକାର ବିଭିନ୍ନ ରାଜ୍ୟରେ ଫାର୍ମା କମ୍ପାନିଗୁଡ଼ିକ ଉପରେ ଚଢ଼ଉ କରୁଛନ୍ତି ଏବଂ ଆଇନ ଉଲ୍ଲଂଘନ କରୁଥିବା କମ୍ପାନିଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହା ସହିତ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ନେଇ ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି ।  ଏଯାବତ୍‌ ୫୦୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଛାନ୍‌ଭିନ୍‌ କରାଯାଇଛି । ଆଇନ ଉଲ୍ଲଂଘନ କ୍ଷେତ୍ରରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବା ସହ ଉତ୍ପାଦନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି । ରାଜ୍ୟ  ଲାଇସେନ୍ସିଂ କର୍ତ୍ତୃପକ୍ଷଙ୍କ ଦ୍ୱାରା ଲାଇସେନ୍ସ ରଦ୍ଦ କରାଯାଉଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି । 

କ୍ବାଲିଟି ଚେକ୍‌ରେ ଫେଲ୍ ୨,୯୮୮ ଔଷଧ; ୨୮୨ ନକଲି ଥିବା ସରକାରୀ ତଥ୍ୟରୁ ସ୍ପଷ୍ଟ

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ୍ ୧,୦୬,୧୫୦ ସଂଖ୍ୟକ ଔଷଧର କ୍ବାଲିଟି ଚେକ୍ କରାଯାଇଥିଲା । ଏଥିରେ ୨,୯୮୮ଟି ଔଷଧ ମାନ ପରୀକ୍ଷାରେ ବିଫଳ ହୋଇଛି । ସେହିପରି ୨୮୨ଟି  ଔଷଧ ନକଲି ଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । ଏହି ଔଷଧର ଉତ୍ପାଦନ, ବିକ୍ରି ଏବଂ ବିତରଣ ପାଇଁ ୬୦୪ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

ନକଲି ଏବଂ ନିକୃଷ୍ଟମାନର ଔଷଧ ବିରୋଧରେ ସରକାର ଏକ ମେଗା ଅଭିଯାନ ଚଳାଇଛନ୍ତି । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂସ୍ଥାନ ତଥ୍ୟ ଅନୁସାରେ, ଦେଶରେ ଏଭଳି ୧୦,୫୦୦ ୟୁନିଟ୍‌ ରହିଛି, ଯେଉଁଠାରେ ବିଭିନ୍ନ ପ୍ରକାର ଏପିଆଇର ଉତ୍ପାଦନ ହେଉଛି ।   

ସରକାର ବିଭିନ୍ନ ରାଜ୍ୟରେ ଫାର୍ମା କମ୍ପାନିଗୁଡ଼ିକ ଉପରେ ଚଢ଼ଉ କରୁଛନ୍ତି ଏବଂ ଆଇନ ଉଲ୍ଲଂଘନ କରୁଥିବା କମ୍ପାନିଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହା ସହିତ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ନେଇ ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି ।  

ଏଯାବତ୍‌ ୫୦୦ରୁ ଉର୍ଦ୍ଧ୍ୱ ସ୍ଥାନରେ ଛାନ୍‌ଭିନ୍‌ କରାଯାଇଛି । ଆଇନ ଉଲ୍ଲଂଘନ କ୍ଷେତ୍ରରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବା ସହ ଉତ୍ପାଦନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି । ରାଜ୍ୟ  ଲାଇସେନ୍ସିଂ କର୍ତ୍ତୃପକ୍ଷଙ୍କ ଦ୍ୱାରା ଲାଇସେନ୍ସ ରଦ୍ଦ କରାଯାଉଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି ।