କ୍ରମାଗତ ଦ୍ୱିତୀୟ ଥର ୟୁରୋ କପ ଫାଇନଲରେ ଇଂଲଣ୍ଡ
ଡର୍ଟମୁଣ୍ଡ,୧୧ା୭: ୟୁରୋ କପ୍ ୨୦୨୪ ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ। ଓଲି ଓ୍ବାଟକିନ୍ସଙ୍କ ଲେଟ୍ ଗୋଲ ବଳରେ ଦଳ ୨-୧ରେ ନେଦରଲାଣ୍ଡ୍ସକୁ ହରାଇ କ୍ରମାଗତ ଦ୍ୱିତୀୟ ଥର ୟୁରୋ କପ ଫାଇନଲରେ ପ୍ରବେଶ କରିଛି। ମ୍ୟାଚ୍ର ୮୧ ତମ ମିନିଟରେ ଇଂଲଣ୍ଡ କୋଚ୍ ଗାରେଥ ସାଉଥଗେଟ ଏକ ସାହସିକ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ହ୍ୟାରୀ କେନ୍ଙ୍କୁ ସବ୍ଷ୍ଟିଚ୍ୟୁଟ କରି ତାଙ୍କ ସ୍ଥାନରେ ଓଲି ଓ୍ବାଟକିନ୍ସଙ୍କୁ ଖେଳାଇଥିଲେ। ୮୯.୫୯ ସେକେଣ୍ଡରେ ଓ୍ବାଟକିନ୍ସ ଗୋଲ କରିବା ସହ ଇଂଲଣ୍ଡକୁ ଫାଇନାଲରେ […] The post କ୍ରମାଗତ ଦ୍ୱିତୀୟ ଥର ୟୁରୋ କପ ଫାଇନଲରେ ଇଂଲଣ୍ଡ appeared first on Dharitri Odia News.
ଡର୍ଟମୁଣ୍ଡ,୧୧ା୭: ୟୁରୋ କପ୍ ୨୦୨୪ ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ। ଓଲି ଓ୍ବାଟକିନ୍ସଙ୍କ ଲେଟ୍ ଗୋଲ ବଳରେ ଦଳ ୨-୧ରେ ନେଦରଲାଣ୍ଡ୍ସକୁ ହରାଇ କ୍ରମାଗତ ଦ୍ୱିତୀୟ ଥର ୟୁରୋ କପ ଫାଇନଲରେ ପ୍ରବେଶ କରିଛି।
ମ୍ୟାଚ୍ର ୮୧ ତମ ମିନିଟରେ ଇଂଲଣ୍ଡ କୋଚ୍ ଗାରେଥ ସାଉଥଗେଟ ଏକ ସାହସିକ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ହ୍ୟାରୀ କେନ୍ଙ୍କୁ ସବ୍ଷ୍ଟିଚ୍ୟୁଟ କରି ତାଙ୍କ ସ୍ଥାନରେ ଓଲି ଓ୍ବାଟକିନ୍ସଙ୍କୁ ଖେଳାଇଥିଲେ। ୮୯.୫୯ ସେକେଣ୍ଡରେ ଓ୍ବାଟକିନ୍ସ ଗୋଲ କରିବା ସହ ଇଂଲଣ୍ଡକୁ ଫାଇନାଲରେ ପହଞ୍ଚାଇ ଥିଲେ।
ୟୁରୋ ୨୦୨୪ରେ ରାଉଣ୍ଡ ଅଫ୍ ୧୬ ମ୍ୟାଚ୍ରେ ସ୍ଲୋଭାକିଆକୁ ଅତିରିକ୍ତ ସମୟରେ ଓ କ୍ୱାର୍ଟର ଫାଇନାଲରେ ସୁଇଜରଲାଣ୍ଡକୁ ପେନାଲ୍ଟି ଶୁଟ ଆଉଟରେ ପରାସ୍ତ କରିଥିଲା ଇଂଲଣ୍ଡ। ଅନ୍ତିମ ୧୦ ମିନିଟରେ ସାଉଥ୍ଗେଟ୍ କୋଲ୍ ପାଲମର ଓ ଓଲି ଓ୍ବାଟକିନ୍ସଙ୍କୁ ସାମିଲ କରିବାର ଯେଉଁ ଜୁଆ ଖେଳିଥିଲେ ତାହା ସଫଳ ହୋଇଥିଲା।
ମ୍ୟାଚ୍ରେ ଇଂଲଣ୍ଡ ୫୯ ପ୍ରତିଶତ ସମୟ ବଳ୍ ନିୟନ୍ତ୍ରଣରେ ରଖିଥିଲା। ନେଦରଲାଣ୍ଡ୍ସ ପକ୍ଷରୁ ଜାଭି ସିମନ୍ସ ସପ୍ତମ ମିନିଟରେ ପ୍ରଥମ ଗୋଲ ଦେଇଥିଲେ। ଚଳିତ ୟୁରୋରେ ଏହା ତାଙ୍କର ପ୍ରଥମ ଗୋଲ ଥିଲା। ୪୦ ୟାର୍ଡ ଦୂରରୁ ସେ ଏହି ଶଟ୍ ମାରିଥିଲେ।
ତେବେ ଏହାର ୧୧ ମିନିଟ ମଧ୍ୟରେ ଇଂଲଣ୍ଡ ଅଧିନାୟକ ହ୍ୟାରୀ କେନ୍ ଏହି ଗୋଲ ପରିଶୋଧ କରିଥିଲେ। ୧୮ ତମ ମିନିଟରେ ଇଂଲଣ୍ଡକୁ ଏକ ପେନାଲ୍ଟି ମିଳିଥିଲା। ଏଥିରୁ ସ୍କୋର କରିବା ସହ ମ୍ୟାଚ୍କୁ ସମାନ୍ତର ସ୍ଥିତିକୁ ଆଣିଥିଲେ କେନ୍। ପ୍ରଥମାର୍ଦ୍ଧରେ ମ୍ୟାଚ୍ ୧-୧ ସ୍ଥିତିରେ ରହିଥିଲା। ଦ୍ୱିତୀୟାର୍ଦ୍ଧ ଶେଷ ହେବାର ଠିକ୍ ପୂର୍ବରୁ କୋଲ୍ ପାଲମରଙ୍କ ଆସିଷ୍ଟରେ ଓଲି ଓ୍ବାଟକିନ୍ସ ଏକ ଗୋଲ ଦେଇ ଦଳକୁ ବିଜୟୀ କରିଥିଲେ।
The post କ୍ରମାଗତ ଦ୍ୱିତୀୟ ଥର ୟୁରୋ କପ ଫାଇନଲରେ ଇଂଲଣ୍ଡ appeared first on Dharitri Odia News.