କ୍ରାଇମ୍‌ ସ୍ପଟରେ ପଶିଥିଲେ କି ଆନ୍ଦୋଳନକାରୀ? ସ୍ପଷ୍ଟ କଲା ପୁଲିସ୍‌

ଆନ୍ଦୋଳନକାରୀ ଦୁଷ୍କର୍ମ ହୋଇଥିବା ସ୍ଥାନରେ ଭଙ୍ଗାରୁଜା କରି ସମସ୍ତ ପ୍ରମାଣ ନଷ୍ଟ କରିଥିବା ଚର୍ଚ୍ଚା ହେଉଛି। ମାତ୍ର ଏହାକୁ ନେଇ ଏବେ କୋଲକତା ପୁଲିସ୍‌ ପକ୍ଷରୁ ବୟାନ ଜାରି କରାଯାଇଛି।

କ୍ରାଇମ୍‌ ସ୍ପଟରେ ପଶିଥିଲେ କି ଆନ୍ଦୋଳନକାରୀ? ସ୍ପଷ୍ଟ କଲା ପୁଲିସ୍‌

କୋଳକତା ଆରଜି କଲେଜର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆରମ୍ଭ ହୋଇଥିବା ଆନ୍ଦୋଳନ ଥମିବା ନାଁ ଧରୁନି। ଗତକାଲି ରାତି ଅଧରେ ହସ୍ପିଟାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଆନ୍ଦୋଳନକାରୀ ହସ୍ପିଟାଲ ବାରିକେଟ ଭାଙ୍ଗି ଭିତରକୁ ଧସେଇ ପଶି ତୁମୁଳ କାଣ୍ଡ ଘଟାଇଥିଲେ। ହସ୍ପିଟାଲରେ ସେମାନେ ବ୍ୟାପକ ଭଙ୍ଗାରୁଜା କରିବା ସହ ପ୍ରଭୂତ କ୍ଷତି ଘଟାଇଛନ୍ତି।

ତେବେ ଆନ୍ଦୋଳନକାରୀ ଦୁଷ୍କର୍ମ ହୋଇଥିବା ସ୍ଥାନରେ ଭଙ୍ଗାରୁଜା କରି ସମସ୍ତ ପ୍ରମାଣ ନଷ୍ଟ କରିଥିବା ଚର୍ଚ୍ଚା ହେଉଛି। ମାତ୍ର ଏହାକୁ ନେଇ ଏବେ କୋଲକତା ପୁଲିସ୍‌ ପକ୍ଷରୁ ବୟାନ ଜାରି କରାଯାଇଛି।

କୋଲକତା ପୁଲିସ୍‌ ପକ୍ଷରୁ କୁହାଯାଇଛି, ସେମିନାର ହଲ୍‌ ହେଉଛି କ୍ରାଇମ୍‌ ସିନ୍‌ । ତାହା ସୁରକ୍ଷିତ ଅଛି।  ଗତରାତିରେ ହସ୍ପିଟାଲରେ ପଶିଥିବା ଆନ୍ଦୋଳନକାରୀ କ୍ରାଇମ୍‌ ସ୍ପଟ୍‌ରେ ପହଞ୍ଚି ପାରି ନାହାନ୍ତି। ତାହା ପୂର୍ବ ପରି ରହିଛି । ଏନେଇ ମିଥ୍ୟା ଅପପ୍ରଚାର କରନ୍ତୁ ନାହିଁ। ଯେଉଁମାନେ ଏପରି କରି ହିଂସା ଉସକାଉଥିବା ପ୍ରମାଣ ମିଳିବ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Medicalଆରଜି କର ମେଡିକାଲ କଲେଜରେ ଭଙ୍ଗାରୁଜା।

ଗତ ୮ ତାରିଖ ତାରିଖରେ ସେମିନାର ହଲ୍‌ରେ ଜଣେ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ କରାଯିବା ପରେ ତାଙ୍କ ହତ୍ୟା କରାଯାଇଥିଲା। ଏହା ପ୍ରତିବାଦରେ ସମଗ୍ର ଦେଶରେ ଆନ୍ଦୋଳନ ଚାଲୁଥିବା ବେଳେ ଗତ ରାତିରେ ହସ୍ପିଟାଲ ବାହାରେ ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦେଖୁଦେଖୁ ବହୁ ଲୋକ ଏକତ୍ରିତ ହୋଇ ବାରିକେଡ ଭାଙ୍ଗି ମେଡିକାଲ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ଉପସ୍ଥିତ ଥିବା ଡାକ୍ତରଙ୍କୁ ପ୍ରବଳ ପିଟିଥିଲେ।

ହସ୍ପିଟାଲ ପରିସରରେ ଯେଉଁଠି ଡାକ୍ତରମାନେ ଧାରଣାରେ ବସିଥିଲେ ସେଠାରେ ବି ପ୍ରବଳ ଭଙ୍ଗାରୁଜା ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ଏମରଜେନ୍ସି ୱାର୍ଡରେ ଥିବା ସମସ୍ତ ଜିନିଷକୁ ଭାଙ୍ଗିରୁଜି ଦେଇଥିଲେ। ଏପରିକି ହସ୍ପିଟାଲ ଭିତରେ ଥିବା ପୁଲିସ୍‌ ବାରିକେଡ ବି ସେମାନଙ୍କ କୋପରୁ ବର୍ତ୍ତି ପାରିନି।

Medicalମେଡିକାଲରେ ଭଙ୍ଗାରୁଜା।

ଆରଜି ମେଡିକାଲ କଲେଜର କ୍ରାଇମ୍‌ ସ୍ପଟ୍‌ରୁ ସବୁ ପ୍ରମାଣ ନଷ୍ଟ ନିମନ୍ତେ ମମତା ବାନାର୍ଜୀ ନିଜ ଗୁଣ୍ଡା ପଠାଇଥିଲେ।  ତାଙ୍କ ଗୁଣ୍ଡାମାନେ ପ୍ରଦର୍ଶନକାରୀଙ୍କ ସହ ମିଶି ମେଡିକାଲ କଲେଜରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିବା ଓ ପୁଲିସ୍ ବାଟ ଛାଡ଼ି ଦେଇଥିବା ବିଜେପି ଅଭିଯୋଗ କରିଛି। ମାତ୍ର ଟିଏମ୍‌ସି ଏହାକୁ ଖଣ୍ଡନ କରିଛି।