କ୍ରିକେଟ ଟୁର୍ନାମେଣ୍ଟ: ଅମଲାପାଲି ଚାମ୍ପିୟନ

ଖଡ଼ିଆଳ,୭ା୩ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଅମଲାପାଲିଠାରେ ଚାଲିଥିବା ମା’ ମାଉଲି କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଟୁର୍ନାମେଣ୍ଟରେ ୧୬ଟି ଦଳ ଭାଗ ନେଇଥିଲେ। ଫାଇନାଲ ମ୍ୟାଚ ଅମଲାପାଲି ଓ ଭୋଜପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଅମଲାପାଲି ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୧୩୬ରନ୍‌ ସଂଗ୍ରହ କରିଥିଲା। ଜବାବରେ ଭୋଜପୁର ଦଳ ସମାନ ଓଭରରେ ୧୧୨ ରନ୍‌ କରି ମ୍ୟାଚ ହାରିଯାଇଥିଲା। ଫଳରେ ଅମଲାପାଲି ଦଳ ଚାମ୍ପିୟନ […] The post କ୍ରିକେଟ ଟୁର୍ନାମେଣ୍ଟ: ଅମଲାପାଲି ଚାମ୍ପିୟନ appeared first on Dharitri Odia News.

କ୍ରିକେଟ ଟୁର୍ନାମେଣ୍ଟ: ଅମଲାପାଲି ଚାମ୍ପିୟନ

ଖଡ଼ିଆଳ,୭ା୩ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଅମଲାପାଲିଠାରେ ଚାଲିଥିବା ମା’ ମାଉଲି କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଟୁର୍ନାମେଣ୍ଟରେ ୧୬ଟି ଦଳ ଭାଗ ନେଇଥିଲେ। ଫାଇନାଲ ମ୍ୟାଚ ଅମଲାପାଲି ଓ ଭୋଜପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଅମଲାପାଲି ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୧୩୬ରନ୍‌ ସଂଗ୍ରହ କରିଥିଲା। ଜବାବରେ ଭୋଜପୁର ଦଳ ସମାନ ଓଭରରେ ୧୧୨ ରନ୍‌ କରି ମ୍ୟାଚ ହାରିଯାଇଥିଲା। ଫଳରେ ଅମଲାପାଲି ଦଳ ଚାମ୍ପିୟନ ହୋଇଥିଲା।

ଉଦ୍‌ଯାପନୀ ଉତ୍ସବରେ ଅରେଡା ସରପଞ୍ଚ ପ୍ରତିମା ପୁଞ୍ଜି ମୁଖ୍ୟ ଅତିଥି ଓ ଭୁବନ ଆନନ୍ଦ ଟାହାଣି, ପୁରୁଷୋତ୍ତମ ଷଣ୍ଢ, ସମାଜସେବୀ ନିଲାମ ପୁଞ୍ଜି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଚାମ୍ପିୟନ ଦଳକୁ ଟ୍ରଫି ସହ ନଗଦ ୩୦ ହଜାର ଟଙ୍କା ଓ ରନର୍ସ ଅପ ଦଳକୁ ଟ୍ରଫି ସହ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ପ୍ରୟାଜ କଶ୍ୟପ ଓ ରୋମାଞ୍ଚଲ ଭୋଇ ଅମ୍ପାୟର ଭାବେ ଖେଳ ପରିଚାଳନା କରିଥିଲେ।

The post କ୍ରିକେଟ ଟୁର୍ନାମେଣ୍ଟ: ଅମଲାପାଲି ଚାମ୍ପିୟନ appeared first on Dharitri Odia News.