କ୍ରିକେଟ ହିରୋଙ୍କ ଅସଫଳ ମ୍ୟାରେଜ ଲାଇଫ୍ ; ଲଭ୍, ବିବାହ, ଡିଭୋର୍ସ ସଂକ୍ଷେପରେ...

ନୂଆଦିଲ୍ଲୀ : ସେ କରିଛନ୍ତି ଲଗାତାର ଟେଷ୍ଟ ଶତକରେ ରେକର୍ଡ। ସେ ପୁଣି ସ୍କୁଲରୁ ମାଷ୍ଟର ବ୍ୟାଟର । ସେ ବି ବୋଲିଂରେ ସ୍ପିଡ୍ ଗନ୍ ।   ବ୍ୟାଟ୍ ବଲ୍ ତାଙ୍କ କଣ୍ଟ୍ରୋଲରେ। ପଡ଼ିଆରେ ହିରୋ , 22 ୟାର୍ଡରେ ଅନ୍ ବିଟିନ୍। କିନ୍ତୁ ଫ୍ୟାମିଲି ଲାଇଫ୍ ରେ ବାରମ୍ବାର ବିଟ୍। କହିପାରିବା ଫେଲୁଅର୍। ଏଥର ବୁଝିଗଲେ ତ ଆଲୋଚନା କାହାପାଇଁ। କିଛି କ୍ରିକେଟରଙ୍କ ଅନ୍ ହାପି ମ୍ୟାରେଜ୍ ଲାଇଫ୍ କଥା ଯାହାର କି ଡିଭୋର୍ସରେ ଏଣ୍ଡ୍। 10 ଭାରତୀୟ କ୍ରିକେଟରଙ୍କ ଡିଭୋର୍ସକୁ ନେଇ ଆଜିର ଏହି ଉପସ୍ଥାପନା ବିଚ୍ଛେଦର ଦୁଃଖ।  ରବି ଶାସ୍ତ୍ରୀଙ୍କଠୁ ନେଇ ହାର୍ଦ୍ଦିକ ପାଣ୍ଡ୍ୟା। ଆଜାରୁଦିନଙ୍କଠୁ ମହମ୍ମଦ ଶାମି। ମନୋଜ ପ୍ରଭାକରଙ୍କ ଠାରୁ ଜାଭାଗର ଶ୍ରୀନାଥ, ବିନୋଦ କାନ୍ବଲୀଙ୍କ ଠାରୁ ଶିଖର ଧୱନ । ଏମାନେ ଭୋଗିଛନ୍ତି ଛାଡ଼ପତ୍ରର ଦୁଃଖ । ଏହି ତାଲିକାରେ ଏବେ ସାମିଲ୍ ହୋଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ । ଏହି ଲ୍ୟାଟେଷ୍ଟ ଡିଭୋର୍ସରୁ ଷ୍ଟୋରୀ ଷ୍ଟାର୍ଟ। ୟୁଜବେନ୍ଦ୍ର ଚହଲ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କଠୁ ଏବେ ଅଫିସିଆଲି ଅଲଗା ହୋଇଯାଇଛନ୍ତି। ଗତ କିଛି ମାସ ଧରି ଏହି ଦମ୍ପତିଙ୍କ ଛାଡପତ୍ରର ଖବରକୁ ନେଇ ସୋସିଆଲ ମିଡିଆରେ ହେଉଥିଲା ବେଶ୍ ଚର୍ଚ୍ଚା । ଶେଷରେ ଉଭୟ ପରସ୍ପରକୁ ଦେଇଛନ୍ତି ଛାଡପତ୍ର। ଚହଲ ଏବଂ ଧନଶ୍ରୀ ଡିସେମ୍ବର ୨୦୨୦ରେ ବିବାହ କରିଥିଲେ। କୁହାଯାଉଛି ଯେ ଦୁହେଁ ଗତ ୧୮ ମାସ ଅର୍ଥାତ୍ ଦେଢ଼ ବର୍ଷ ଧରି ଅଲଗା

କ୍ରିକେଟ ହିରୋଙ୍କ ଅସଫଳ ମ୍ୟାରେଜ ଲାଇଫ୍ ; ଲଭ୍, ବିବାହ, ଡିଭୋର୍ସ ସଂକ୍ଷେପରେ...

ନୂଆଦିଲ୍ଲୀ : ସେ କରିଛନ୍ତି ଲଗାତାର ଟେଷ୍ଟ ଶତକରେ ରେକର୍ଡ। ସେ ପୁଣି ସ୍କୁଲରୁ ମାଷ୍ଟର ବ୍ୟାଟର । ସେ ବି ବୋଲିଂରେ ସ୍ପିଡ୍ ଗନ୍ ।   ବ୍ୟାଟ୍ ବଲ୍ ତାଙ୍କ କଣ୍ଟ୍ରୋଲରେ। ପଡ଼ିଆରେ ହିରୋ , 22 ୟାର୍ଡରେ ଅନ୍ ବିଟିନ୍। କିନ୍ତୁ ଫ୍ୟାମିଲି ଲାଇଫ୍ ରେ ବାରମ୍ବାର ବିଟ୍। କହିପାରିବା ଫେଲୁଅର୍। ଏଥର ବୁଝିଗଲେ ତ ଆଲୋଚନା କାହାପାଇଁ। କିଛି କ୍ରିକେଟରଙ୍କ ଅନ୍ ହାପି ମ୍ୟାରେଜ୍ ଲାଇଫ୍ କଥା ଯାହାର କି ଡିଭୋର୍ସରେ ଏଣ୍ଡ୍। 10 ଭାରତୀୟ କ୍ରିକେଟରଙ୍କ ଡିଭୋର୍ସକୁ ନେଇ ଆଜିର ଏହି ଉପସ୍ଥାପନା ବିଚ୍ଛେଦର ଦୁଃଖ। 

 ରବି ଶାସ୍ତ୍ରୀଙ୍କଠୁ ନେଇ ହାର୍ଦ୍ଦିକ ପାଣ୍ଡ୍ୟା। ଆଜାରୁଦିନଙ୍କଠୁ ମହମ୍ମଦ ଶାମି। ମନୋଜ ପ୍ରଭାକରଙ୍କ ଠାରୁ ଜାଭାଗର ଶ୍ରୀନାଥ, ବିନୋଦ କାନ୍ବଲୀଙ୍କ ଠାରୁ ଶିଖର ଧୱନ । ଏମାନେ ଭୋଗିଛନ୍ତି ଛାଡ଼ପତ୍ରର ଦୁଃଖ । ଏହି ତାଲିକାରେ ଏବେ ସାମିଲ୍ ହୋଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ । ଏହି ଲ୍ୟାଟେଷ୍ଟ ଡିଭୋର୍ସରୁ ଷ୍ଟୋରୀ ଷ୍ଟାର୍ଟ। 

ୟୁଜବେନ୍ଦ୍ର ଚହଲ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କଠୁ ଏବେ ଅଫିସିଆଲି ଅଲଗା ହୋଇଯାଇଛନ୍ତି। ଗତ କିଛି ମାସ ଧରି ଏହି ଦମ୍ପତିଙ୍କ ଛାଡପତ୍ରର ଖବରକୁ ନେଇ ସୋସିଆଲ ମିଡିଆରେ ହେଉଥିଲା ବେଶ୍ ଚର୍ଚ୍ଚା । ଶେଷରେ ଉଭୟ ପରସ୍ପରକୁ ଦେଇଛନ୍ତି ଛାଡପତ୍ର। ଚହଲ ଏବଂ ଧନଶ୍ରୀ ଡିସେମ୍ବର ୨୦୨୦ରେ ବିବାହ କରିଥିଲେ। କୁହାଯାଉଛି ଯେ ଦୁହେଁ ଗତ ୧୮ ମାସ ଅର୍ଥାତ୍ ଦେଢ଼ ବର୍ଷ ଧରି ଅଲଗା ରହୁଥିଲେ। ଚହଲ ଏବଂ ଧନଶ୍ରୀ ପ୍ରେମ ବିବାହ କରିଥିଲେ। ରିପୋର୍ଟ ଅନୁସାରେ, ଚହଲ ଏବଂ ଧନଶ୍ରୀଙ୍କ ଛାଡପତ୍ରର ସବୁ ଅଫିସିଆଲ୍ ଫର୍ମାଲିଟିଜ୍ ମୁମ୍ବାଇର ବାନ୍ଦ୍ରାର ଫ୍ୟାମିଲି କୋର୍ଟରେ ଶେଷ ହୋଇଛି। ଶୁଣାଣି ସମୟରେ, ଜଜ୍‌ ଉଭୟଙ୍କୁ ୪୫ ମିନିଟ୍ କାନଉନସିଲିଂର ପରାମର୍ଶ ଦେଇଥିଲେ । ଯାହା ଦୀର୍ଘ ସମୟ ଧରି ଚାଲିଥିଲା । ତାପରେ ଉଭୟ ଚହଲ ଏବଂ ଧନଶ୍ରୀ କହିଥିଲେ ସେମାନଙ୍କ ମଧ୍ୟରେ କିଛି ଠିକ୍ ହେଉ ନାହିଁ। କମ୍ପାଟିବିଲିଟି ମ୍ୟାଚ୍‌ ହେଉ ନାହିଁ , ଯାହାକୁ ନେଇ ସମସ୍ୟା ହେଉଛି। ତେଣୁ ସେମାନେ ପରସ୍ପରର ସମ୍ମତିରେ ଛାଡପତ୍ର ନେଉଛନ୍ତି ବୋଲି କହିଥିଲେ। ନମସ୍କାର ମୁଁ ସଙ୍ଗୀତା ଆସନ୍ତୁ ଏହି ରିପୋର୍ଟରେ ଦେଖିବା ଭାରତୀୟ କ୍ରିକେଟରଙ୍କ ବିବାହ ବିଚ୍ଛେତ।

ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା- ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। 2024  ହାର୍ଦ୍ଦିକଙ୍କ ଜୀବନ ଥିଲା ବେଶ୍ ସଂଘର୍ଷମୟ। ଗୁଜରାତ ରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଆସିବା ପରେ ଫ୍ୟାନ୍ସଙ୍କ ଦ୍ୱାରା ହୋଇଥିଲେ ଟ୍ରୋଲ୍।  ଏପଟେ ବୈବାହିକ ଜୀବନରେ ସୃଷ୍ଟି ହୋଇଥିଲା ଝଡ଼। ନତାଶାଙ୍କ  ସହ ହୋଇଥିଲା ଛାଡ଼ପତ୍ର। ପୁଅଠୁ ହେବାକୁ ପଡ଼ିଥିଲା ଅଲଗା।  ହଁ ଆଜ୍ଞା ସେ ସର୍ବିଆ ନାଗରିକ ନତାଶା ଷ୍ଟାନୋକୋଭିକ୍ 2020ରେ ବିବାହ କରିଥିଲେ।  ସେହି ବର୍ଷ ତାଙ୍କୁ ପୁଅ ଅଗସ୍ତ୍ୟର ଜନ୍ମ ବି ହୋଇଥିଲା। ହେଲେ ଗତ ବର୍ଷ ତାଙ୍କ ସଂପର୍କରେ ସୃଷ୍ଟି ହୋଇଥିଲା ଫାଟ। ପରେ ଦୁହେଁ ପରସ୍ପରଠୁ  ନେଇଥିଲେ ଛାଡ଼ପତ୍ର। କିନ୍ତୁ ବର୍ଷ ଶେଷ ଆଣିଥିଲା ଖୁସି  ଟିଟ୍ୱେଣ୍ଟି ବିଶ୍ୱକପରେ  ଗୁରୁତ୍ୱପୂର୍ଣ୍ଣ ଓଭର ପକାଇ ଭାରତକୁ କରାଇଥିଲେ ବିଜୟୀ।

 ଶିଖର ଧୱନ୍  ଓ ଆୟଶା- ଭାରତୀୟ  କ୍ରିକେଟର ପୂର୍ବତନ ବାମହାତୀ ବ୍ୟାଟର ଶିଖର ଧୱନ୍। ଗବର ନାଁରେ ଥିଲେ ଚର୍ଚ୍ଚିତ। ମଇଦାନକୁ ଓହ୍ଲାଇଲେ ବିପକ୍ଷ ଟିମ୍ର ବୋଲର ହେଉଥିଲେ ଛାନିଆ। ଖେଳରେ  ସିନା ଏକ ନମ୍ବର ବୈବାହିକ ଜୀବନରେ କିନ୍ତୁ ଫେଲ୍। 

ପୂର୍ବରୁ ଛାଡ଼ପତ୍ର ନେଇଥିବା ଦୁଇ ପିଲାର ମାଆ ଆୟଶାଙ୍କୁ ବିବାହ କରିଥିଲେ। କିନ୍ତୁ ଦୁହିଁଙ୍କର 2021ରେ  ବିବାହ ବିଚ୍ଛେଦ ଘଟିଥିଲା। ଶିଖର ଧୱନଙ୍କ କହିବା ଅନୁସାରେ ସେ ଗତ କିଛି ସମୟରୁ ନିଜ ପୁଅ ଜୋରାଭରଙ୍କୁ ସାକ୍ଷାତ କରି ପାରୁ ନାହାନ୍ତି। 

ମହମ୍ମଦ ଶାମି-ହସିନ୍ ଜାହାନ୍ - ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି। 2023 ୱାର୍ଲ୍ଡକପରେ ଦେଖାଇଥିଲେ ବୋଲିଂର ଯାଦୁ। କିନ୍ତୁ ବ୍ୟକ୍ତି ଜୀବନରେ ସେ  ପାଇଥିଲେ ଅନେକ ନିନ୍ଦା ଓ ଅପବାଦ। 2018ରେ ପତ୍ନୀ ହସିନ ଜାହାନ ମହମ୍ମଦ ଶାମିଙ୍କ ବିରୋଧରେ ଘରୋଇ ନିର୍ଯାତନା ଅଭିଯୋଗ ଆଣିଥିଲେ। ଶାମି କିନ୍ତୁ ଏହାକୁ ଅସ୍ୱୀକାର କରିଥିଲେ। ପରେ  ଦୁହିଁଙ୍କର ହୋଇଥିଲା ଛାଡ଼ପତ୍ର।  


ମହମ୍ମଦଅଜହରୁଦ୍ଦିନ- ସଙ୍ଗିତା ବିଜଲାନି- ମହମ୍ମଦ ଅଜହରୁଦ୍ଦିନ ଭାରତୀୟ ଟିମ୍ ର ପୂର୍ବତନ ଅଧିନାୟକ। କ୍ରିକେଟ ପାଇଁ   ଯେତିକି ଚର୍ଚ୍ଚିତ ଓ ବିବାଦୀୟ । ବୈବାହିକ ଜୀବନ ପାଇଁ ସେତିକି ବିବାଦୀୟ।ପ୍ରଥମେ ନୌରିନଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ । 1996 ରେ, ସେ ଫିଲ୍ମ ଅଭିନେତ୍ରୀ ସଂଗୀତା ବିଜଲାନୀଙ୍କ ପ୍ରେମରେ ପଡ଼ିଲେ। ଦୁହେଁ ବିବାହ କରିଥିଲେ। ତେବେ ଏହି ବିବାହ ମଧ୍ୟ ଚାଲି ନଥିଲା। ଅଜହର ବିଜଲାନିଙ୍କୁ ମଧ୍ୟ ଛାଡପତ୍ର ଦେଇଥିଲେ।

 ବିନୋଦ କାମ୍ବଲି ଏବଂ ନୋଏଲା - ବିନୋଦ କାମ୍ବଲୀ ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ତୁଲକରଙ୍କ  ଭଲ ବନ୍ଧୁ। କମ୍ ଦିନରେ ଶେଷ ହୋଇଯାଇଥିଲା ତାଙ୍କ କ୍ରିକେଟ କରିୟର। କ୍ରିକେଟ ପରି ତାଙ୍କ ପ୍ରଥମ ବୈବାହିକ ଜୀବନ ଥିଲା ବି କମ୍ ଦିନର।  ବିନୋଦ କାମ୍ବଲି ଏବଂ ନୋଏଲା ଲୁଇସ୍ ଙ୍କ ବିବାହ କିଛି ବର୍ଷ ମଧ୍ୟରେ ଭାଙ୍ଗିଗଲା । ନୋଏଲା ଜଣେ ରିସେପ୍ସନିଷ୍ଟ ଥିଲେ । ପରେ କାମ୍ବଲି ଆଣ୍ଡ୍ରେୟା ହେଭିଟଙ୍କୁ ବିବାହ କରିଥିଲେ। 

 ଜାଭାଗଲ ଶ୍ରୀନଥ ଏବଂ ଜ୍ୟୋତ୍ସନା - ଭାରତୀୟ କ୍ରିକେଟ୍ ଦଳର ସ୍ପିଡ୍ ଗନ୍ ଥିବା ଜାଭାଗଲ ଶ୍ରୀନଥ 1999ରେ ଜ୍ୟୋତ୍ସନାଙ୍କୁ ବିବାହ କରିଥିଲେ। ତେବେ, ପ୍ରାୟ ଏକ ଦଶନ୍ଧି ପରେ, ଉଭୟଙ୍କର 2008ରେ ଛାଡପତ୍ର ହୋଇଥିଲେ। ପରେ ଶ୍ରୀନାଥ 2013ରେ ମାଧବୀ ପତ୍ରାଭଲୀଙ୍କୁ ବିବାହ କରିଥିଲେ।

ରବି ଶାସ୍ତ୍ରୀ ଏବଂ ରିତୁ ସିଂ- ଭାରତୀୟ ଟିମ୍ ର ପୂର୍ବତନ ଅଲରାଉଣ୍ଡର। ଭାରତୀୟ ଟିମ୍ ର ରହିସାରିଛନ୍ତି ମୁଖ୍ୟ କୋଚ୍। ଏହି ସବୁ କର୍ଯ୍ୟ ବସ୍ତତା ତାଙ୍କ ଜୀବନରେ ଆଣିଥିଲା  ବିବାହ ବିଚ୍ଛେଦ।  ରବି ଶାସ୍ତ୍ରୀ ଏବଂ ରିତୁ ସିଂଙ୍କ ବିବାହ ବିଚ୍ଛେଦ 2012ରେ ହୋଇଥିଲା। କୁହାଯାଏ ଏହା ପଛରେ ଶାସ୍ତ୍ରୀଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଥିଲା। ଜଣେ ପ୍ରଶିକ୍ଷକ ଏବଂ ସମୀକ୍ଷକ ଭାବରେ ତାଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ଯାତ୍ରା କରିବାକୁ ପଡିଲା। ଏହି କାରଣରୁ ତାଙ୍କର ବ୍ୟକ୍ତିଗତ ଜୀବନ ପ୍ରଭାବିତ ହୋଇଥିଲା। 

ମନୋଜ ପ୍ରଭାକର ଏବଂ ସାନ୍ଧ୍ୟା - ମନୋଜ ପ୍ରଭାକରଙ୍କ ପ୍ରଥମ ବିବାହ ସାନ୍ଧ୍ୟାଙ୍କ ସହ ହୋଇଥିଲା।  କିନ୍ତୁ ସେ ସାନ୍ଧ୍ୟାଙ୍କୁ ଛାଡପତ୍ର ଦେଇ ଅଭିନେତ୍ରୀ ଫରହିନଙ୍କୁ ବିବାହ କରିଥିଲେ।


ଦୀନେଶ କାର୍ତ୍ତିକ ଏବଂ ନିକିତା- ଦୀନେଶ କାର୍ତ୍ତିକଙ୍କ ପ୍ରଥମ ବିବାହ ନିକିତା ଭଂଜାରାଙ୍କ ସହ ହୋଇଥିଲା। ଉଭୟ ପିଲାଦିନର ବନ୍ଧୁ ଥିଲେ ଏବଂ 2007 ରେ ବିବାହ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ମୁରଲୀ ବିଜୟଙ୍କ ସହ ନିକିତାଙ୍କ ସମ୍ପର୍କ ଥିବା ଖବର ଆସିବା ପରେ  ସଂପର୍କରେ ତିକ୍ତତା ଆସିଥିଲା। ଆଉ ଦୀନେଶ କାର୍ତ୍ତିକଙ୍କ ସହ ଛାଡପତ୍ର ହୋଇଥିଲା। ପରେ ଦୀନେଶ କାର୍ତ୍ତିକ ଦୀପିକା ପାଲିକଲଙ୍କୁ ବିବାହ କରିଥିଲେ।