କ୍ରିକେଟର ପୃଥ୍ବୀ ଶ’ଙ୍କ ଟେନସନ୍ ବଢ଼ିଲା; ସ୍ବପ୍ନା ଗିଲ୍ ଅସଦାଚରଣ ମାମଲାରେ ଅଦାଲତଙ୍କ ଯାଞ୍ଚ ନିର୍ଦ୍ଦେଶ

ମୁମ୍ବାଇ: କ୍ରିକେଟର ପୃଥ୍ବୀ ଶ’ଙ୍କ ପାଇଁ ବଢ଼ିଲା ଅଡ଼ୁଆ । ପୁଣି ଥରେ ଖୋଲିବ ସ୍ବପ୍ନା ଗିଲ୍ ଅସଦାଚରଣ ମାମଲା ଫାଇଲ୍ । ଏହି ମାମଲାରେ ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି ମୁମ୍ବାଇର ଏକ କୋର୍ଟ । ସୋସିଆଲ୍ ମିଡିଆ ଇଂଫ୍ଲୁଏନ୍ସର ସ୍ବପ୍ନା ଗିଲ୍ ପୃଥ୍ବୀ ଶ’ଙ୍କ ଉପରେ ଅସଦାଚରଣ ଅଭିଯୋଗ ଲଗାଇଥିଲେ । ମାତ୍ର ପୂର୍ବରୁ ଯାଞ୍ଚ ସମୟରେ ପୋଲିସକୁ କୌଣସି ସୁରାକ୍ ମିଳିନଥିଲା । ତେବେ ମୁମ୍ବାଇ ପୋଲିସ୍ ମାମଲା ରୁଜୁ ନକରିବାକୁ ସ୍ବପ୍ନା ଗିଲ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପରେ ଅଦାଲତ ପୃଥ୍ବୀ ଶ’ଙ୍କ ବିରୋଧ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।୨୦୨୩ରେ ପୃଥ୍ବୀ ଶ’ଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଥିଲା । ସୋସିଆଲ୍ ମିଡିଆ ଇଂଫ୍ଲୁଏନ୍ସର ସ୍ବପ୍ନା ଗିଲ୍ ଅଭିଯୋଗ କରିଥିଲା ଯେ, ମହାରାଷ୍ଟ୍ର ଅନ୍ଧେରୀର ଏକ ପବ୍‌ରେ ପୃଥ୍ବୀ ଶ’ ତାଙ୍କୁ ଅଭଦ୍ରାମୀ ବ୍ୟବହାର ଦେଖାଇଥିଲେ । ମାତ୍ର କ୍ରିକେଟର ପୃଥ୍ବୀ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ । ୨୦୨୩ରେ ଏକ ସେଲଫି ନେବା ଘଟଣାରେ ପୋଲିସ୍ ପୃଥ୍ବୀ ଶ’ଙ୍କୁ ଗିରଫ କରିଥିଲା । ପରେ ଜାମିନରେ ଏହି ଯୁବ କ୍ରିକେଟର ବାହାରିଥିଲେ । ତେବେ ଏହି ମାମଲାରେ ଏପ୍ରିଲ୍ ୩ ତାରିଖରେ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମୁମ୍ବାଇ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଏସସି ତାୟଡେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ସହିତ ଜୁନ୍ ୧୯ ତାରିଖ ପୂର୍ବରୁ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ଅନ୍ୟପଟେ ପୋଲିସ୍ ବିର

କ୍ରିକେଟର ପୃଥ୍ବୀ ଶ’ଙ୍କ ଟେନସନ୍ ବଢ଼ିଲା; ସ୍ବପ୍ନା ଗିଲ୍ ଅସଦାଚରଣ ମାମଲାରେ ଅଦାଲତଙ୍କ ଯାଞ୍ଚ ନିର୍ଦ୍ଦେଶ

ମୁମ୍ବାଇ: କ୍ରିକେଟର ପୃଥ୍ବୀ ଶ’ଙ୍କ ପାଇଁ ବଢ଼ିଲା ଅଡ଼ୁଆ । ପୁଣି ଥରେ ଖୋଲିବ ସ୍ବପ୍ନା ଗିଲ୍ ଅସଦାଚରଣ ମାମଲା ଫାଇଲ୍ । ଏହି ମାମଲାରେ ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି ମୁମ୍ବାଇର ଏକ କୋର୍ଟ । ସୋସିଆଲ୍ ମିଡିଆ ଇଂଫ୍ଲୁଏନ୍ସର ସ୍ବପ୍ନା ଗିଲ୍ ପୃଥ୍ବୀ ଶ’ଙ୍କ ଉପରେ ଅସଦାଚରଣ ଅଭିଯୋଗ ଲଗାଇଥିଲେ । ମାତ୍ର ପୂର୍ବରୁ ଯାଞ୍ଚ ସମୟରେ ପୋଲିସକୁ କୌଣସି ସୁରାକ୍ ମିଳିନଥିଲା । ତେବେ ମୁମ୍ବାଇ ପୋଲିସ୍ ମାମଲା ରୁଜୁ ନକରିବାକୁ ସ୍ବପ୍ନା ଗିଲ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପରେ ଅଦାଲତ ପୃଥ୍ବୀ ଶ’ଙ୍କ ବିରୋଧ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୨୩ରେ ପୃଥ୍ବୀ ଶ’ଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଥିଲା । ସୋସିଆଲ୍ ମିଡିଆ ଇଂଫ୍ଲୁଏନ୍ସର ସ୍ବପ୍ନା ଗିଲ୍ ଅଭିଯୋଗ କରିଥିଲା ଯେ, ମହାରାଷ୍ଟ୍ର ଅନ୍ଧେରୀର ଏକ ପବ୍‌ରେ ପୃଥ୍ବୀ ଶ’ ତାଙ୍କୁ ଅଭଦ୍ରାମୀ ବ୍ୟବହାର ଦେଖାଇଥିଲେ । ମାତ୍ର କ୍ରିକେଟର ପୃଥ୍ବୀ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ । ୨୦୨୩ରେ ଏକ ସେଲଫି ନେବା ଘଟଣାରେ ପୋଲିସ୍ ପୃଥ୍ବୀ ଶ’ଙ୍କୁ ଗିରଫ କରିଥିଲା । ପରେ ଜାମିନରେ ଏହି ଯୁବ କ୍ରିକେଟର ବାହାରିଥିଲେ । 

ତେବେ ଏହି ମାମଲାରେ ଏପ୍ରିଲ୍ ୩ ତାରିଖରେ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମୁମ୍ବାଇ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଏସସି ତାୟଡେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ସହିତ ଜୁନ୍ ୧୯ ତାରିଖ ପୂର୍ବରୁ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ଅନ୍ୟପଟେ ପୋଲିସ୍ ବିରୋଧରେ ମାମଲା ରୁଜୁ ନକରିବା ଆବେଦନକୁ ଖାରଜ୍ କରିଛନ୍ତି କୋର୍ଟ ।