କ୍ରିକେଟର ରିଙ୍କୁ ସିଂହ ଓ ସାଂସଦ ପ୍ରିୟା ସରୋଜଙ୍କ ବିବାହ ଅଟକିଲା, ଜାଣନ୍ତୁ କ'ଣ କାରଣ ?

ନୂଆଦିଲ୍ଲୀ ୨୫।୦୬; ରିଙ୍କୁ ସିଂହ ଓ ପ୍ରିୟା ସରୋଜଙ୍କଙ୍କୁ ନେଇ ବଡ଼ ଖବର ଆସିଛି। ଚଳିତ ବର୍ଷ ନଭେମ୍ବର ୧୮ରେ ହେବନି ଦୁହିଁଙ୍କ ବିବାହ ...ତେବେ କାହିଁକି ଏହି ବିବାହ ବିଳମ୍ବ ହେଲା ? ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର୍‌ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ ଓ ତାଙ୍କ ବାନ୍ଧବୀ ଲୋକସଭା ସାଂସଦ ପ୍ରିୟା ସରୋଜଙ୍କ ବିବାହ ହେବାର ଥିଲା। ଉଭୟ ପରିବାର ରିଙ୍କୁ ସିଂହ ଏବଂ ପ୍ରିୟା ସରୋଜଙ୍କ ବିବାହର ପ୍ରସ୍ତୁତିରେ ଜୋରସୋରରେ ଲାଗିଥିଲେ, କିନ୍ତୁ ବର୍ତ୍ତମାନର ରିଙ୍କୁ ସିଂହ ଏବଂ ସାଂସଦ ପ୍ରିୟା ସରୋଜଙ୍କ ବିବାହ ସ୍ଥଗିତ ହୋଇଯାଇଛି। ଏତିକି ନୁହେଁ, ଉଭୟ ପରିବାର ବିବାହର ପ୍ରସ୍ତୁତି ମଧ୍ୟ ବନ୍ଦ କରିଦେଇଛନ୍ତି। ବିବାହ ସ୍ଥଗିତ ହେବା ପଛରେ ରିଙ୍କୁ ସିଂହଙ୍କ କ୍ରିକେଟ୍‌ ସମ୍ପର୍କିତ ବ୍ୟସ୍ତତାକୁ କାରଣ ଭାବେ କୁହାଯାଉଛି।ଖବର ଅନୁଯାୟୀ, ନଭେମ୍ବରରେ କ୍ରିକେଟ ଟୁର୍ନାମେଣ୍ଟ କାରଣରୁ ରିଙ୍କୁ ସିଂ ବ୍ୟସ୍ତ ରହିବେ, ତେଣୁ ଉଭୟଙ୍କ ବିବାହକୁ ସ୍ଥଗିତ କରାଯାଇଛି। ବାରାଣସୀର ତାଜ ହୋଟେଲରେ ରିଙ୍କୁ ସିଂହ ଓ ସାଂସଦ ପ୍ରିୟା ସରୋଜଙ୍କ ବିବାହ ହେବାର ଥିଲା। ବର୍ତ୍ତମାନ ହୋଟେଲର ବୁକିଂକୁ  ୨୦୨୬ ଫେବୃଆରୀ ମାସର ଶେଷଆଡ଼କୁ କରାଯାଇଛି ବୋଲି ଚର୍ଚ୍ଚା ହେଉଛି । ହେଲେ ଏପର୍ଯ୍ୟନ୍ତ ଉଭୟଙ୍କ ବିବାହର ନୂଆ ତାରିଖ ନିର୍ଦ୍ଧାରଣ ହୋଇନାହିଁ। ଉଲ୍ଲେଖଯୋଗ୍ୟ ଯେ, ଏହି ମାସରେ ହୋଇଥିବା ପ୍ରିୟା ସରୋଜଙ୍କ ଓ ରିଙ୍କୁ ସିଂଙ୍କ ନିର୍ବନ୍ଧରେ କେବଳ ଖେଳ ଜଗତରୁ

କ୍ରିକେଟର ରିଙ୍କୁ ସିଂହ ଓ ସାଂସଦ ପ୍ରିୟା ସରୋଜଙ୍କ ବିବାହ ଅଟକିଲା, ଜାଣନ୍ତୁ କ'ଣ କାରଣ ?

ନୂଆଦିଲ୍ଲୀ ୨୫।୦୬; ରିଙ୍କୁ ସିଂହ ଓ ପ୍ରିୟା ସରୋଜଙ୍କଙ୍କୁ ନେଇ ବଡ଼ ଖବର ଆସିଛି। ଚଳିତ ବର୍ଷ ନଭେମ୍ବର ୧୮ରେ ହେବନି ଦୁହିଁଙ୍କ ବିବାହ ...ତେବେ କାହିଁକି ଏହି ବିବାହ ବିଳମ୍ବ ହେଲା ? ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର୍‌ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ ଓ ତାଙ୍କ ବାନ୍ଧବୀ ଲୋକସଭା ସାଂସଦ ପ୍ରିୟା ସରୋଜଙ୍କ ବିବାହ ହେବାର ଥିଲା। ଉଭୟ ପରିବାର ରିଙ୍କୁ ସିଂହ ଏବଂ ପ୍ରିୟା ସରୋଜଙ୍କ ବିବାହର ପ୍ରସ୍ତୁତିରେ ଜୋରସୋରରେ ଲାଗିଥିଲେ, କିନ୍ତୁ ବର୍ତ୍ତମାନର ରିଙ୍କୁ ସିଂହ ଏବଂ ସାଂସଦ ପ୍ରିୟା ସରୋଜଙ୍କ ବିବାହ ସ୍ଥଗିତ ହୋଇଯାଇଛି। ଏତିକି ନୁହେଁ, ଉଭୟ ପରିବାର ବିବାହର ପ୍ରସ୍ତୁତି ମଧ୍ୟ ବନ୍ଦ କରିଦେଇଛନ୍ତି। ବିବାହ ସ୍ଥଗିତ ହେବା ପଛରେ ରିଙ୍କୁ ସିଂହଙ୍କ କ୍ରିକେଟ୍‌ ସମ୍ପର୍କିତ ବ୍ୟସ୍ତତାକୁ କାରଣ ଭାବେ କୁହାଯାଉଛି।

ଖବର ଅନୁଯାୟୀ, ନଭେମ୍ବରରେ କ୍ରିକେଟ ଟୁର୍ନାମେଣ୍ଟ କାରଣରୁ ରିଙ୍କୁ ସିଂ ବ୍ୟସ୍ତ ରହିବେ, ତେଣୁ ଉଭୟଙ୍କ ବିବାହକୁ ସ୍ଥଗିତ କରାଯାଇଛି। ବାରାଣସୀର ତାଜ ହୋଟେଲରେ ରିଙ୍କୁ ସିଂହ ଓ ସାଂସଦ ପ୍ରିୟା ସରୋଜଙ୍କ ବିବାହ ହେବାର ଥିଲା। ବର୍ତ୍ତମାନ ହୋଟେଲର ବୁକିଂକୁ  ୨୦୨୬ ଫେବୃଆରୀ ମାସର ଶେଷଆଡ଼କୁ କରାଯାଇଛି ବୋଲି ଚର୍ଚ୍ଚା ହେଉଛି । ହେଲେ ଏପର୍ଯ୍ୟନ୍ତ ଉଭୟଙ୍କ ବିବାହର ନୂଆ ତାରିଖ ନିର୍ଦ୍ଧାରଣ ହୋଇନାହିଁ। 

ଉଲ୍ଲେଖଯୋଗ୍ୟ ଯେ, ଏହି ମାସରେ ହୋଇଥିବା ପ୍ରିୟା ସରୋଜଙ୍କ ଓ ରିଙ୍କୁ ସିଂଙ୍କ ନିର୍ବନ୍ଧରେ କେବଳ ଖେଳ ଜଗତରୁ ନୁହେଁ, ବରଂ ରାଜନୀତି ସହ ଜଡ଼ିତ ଅନେକ ବରିଷ୍ଠ ବ୍ୟକ୍ତି ମଧ୍ୟ ସାମିଲ ହୋଇଥିଲେ। ନିର୍ବନ୍ଧରେ ସାଂସଦ ପ୍ରିୟା ସରୋଜଙ୍କର ଏକ ଭାବବିହ୍ୱଳ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଭାଇରାଲ ହୋଇଥିବା ଭିଡିଓରେ ପ୍ରିୟା ସରୋଜଙ୍କ ଆଖିରେ ଲୁହ ଦେଖାଯାଇଥିଲା। ଲୋକମାନେ ରିଙ୍କୁ ସିଂ ଏବଂ ପ୍ରିୟା ସରୋଜଙ୍କର ଯୋଡିଙ୍କୁ ବହୁତ ପସନ୍ଦ କରିଥିଲେ।