କ୍ରିକେଟରଙ୍କୁ ପୁଣି ମିଳିଲା ଖୁସିଖବର, ପାକିସ୍ତାନରେ ଉତ୍ସବର ମାହୋଲ
ଇସଲାମାବାଦ,୧୩।୧୧: ପାକିସ୍ତାନ କ୍ରିକେଟର ଶାହୀନ ଶାହା ଆଫ୍ରିଦିଙ୍କ ଲାଗି ଭଲ ଦିନ ଫେରିଛି। ଏହି ଦ୍ରୁତ ବୋଲର ପୁଣି ଥରେ ଦିନିକିଆ ର଼୍ୟାଙ୍କିଂର ଶୀର୍ଷରେ ପହଞ୍ଚିଛନ୍ତି। ବୁଧବାର ଜାରି କରାଯାଇଥିବା ଆଇସିସି ର଼୍ୟାଙ୍କିଂରେ ଶାହିନ ପୁଣିଥରେ ନମ୍ବର ୧ ବୋଲର ପାଲଟିଛନ୍ତି। ୩ ଭେଟେରାନ ବୋଲରଙ୍କୁ ପଛରେ ପକାଇ ୪ ନଂ ସ୍ଥାନରୁ ସିଧା ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। କୁଲଦୀପ ଯାଦବ, ରାଶିଦ ଖାନ ଏବଂ କେଶବ ମହାରାଜଙ୍କୁ ପଛରେ ପକାଇ ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ଦୀର୍ଘଦିନରୁ […] The post କ୍ରିକେଟରଙ୍କୁ ପୁଣି ମିଳିଲା ଖୁସିଖବର, ପାକିସ୍ତାନରେ ଉତ୍ସବର ମାହୋଲ appeared first on Dharitri Odia News.
ଇସଲାମାବାଦ,୧୩।୧୧: ପାକିସ୍ତାନ କ୍ରିକେଟର ଶାହୀନ ଶାହା ଆଫ୍ରିଦିଙ୍କ ଲାଗି ଭଲ ଦିନ ଫେରିଛି। ଏହି ଦ୍ରୁତ ବୋଲର ପୁଣି ଥରେ ଦିନିକିଆ ର଼୍ୟାଙ୍କିଂର ଶୀର୍ଷରେ ପହଞ୍ଚିଛନ୍ତି। ବୁଧବାର ଜାରି କରାଯାଇଥିବା ଆଇସିସି ର଼୍ୟାଙ୍କିଂରେ ଶାହିନ ପୁଣିଥରେ ନମ୍ବର ୧ ବୋଲର ପାଲଟିଛନ୍ତି। ୩ ଭେଟେରାନ ବୋଲରଙ୍କୁ ପଛରେ ପକାଇ ୪ ନଂ ସ୍ଥାନରୁ ସିଧା ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। କୁଲଦୀପ ଯାଦବ, ରାଶିଦ ଖାନ ଏବଂ କେଶବ ମହାରାଜଙ୍କୁ ପଛରେ ପକାଇ ଶୀର୍ଷସ୍ଥାନ ଅଧିକାର କରିଛନ୍ତି।
ଦୀର୍ଘଦିନରୁ ଶାହୀନ ଖରାପ ଫର୍ମରେ ଥିଲେ। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏହି ବାମହାତୀ ବୋଲର ୩ ମ୍ୟାଚରେ ୮ ଉଇକେଟ ନେଇଥିଲେ। ଏହାର ଫଳ ତାଙ୍କୁ ମିଳିଛି। ସେ ପୁଣିଥରେ ଶୀର୍ଷରେ ପହଞ୍ଚିଛନ୍ତି। ଏହା ପୂର୍ବରୁ କେଶବ ନମ୍ବର ୧ ବୋଲର ଥିଲେ। ଏବେ ସେ ତୃତୀୟ ସ୍ଥାନରେ ଅଛନ୍ତି।
ଶାହୀନ ଶୀର୍ଷରେ ପହଞ୍ଚିବା ପରେ ପ୍ରଶଂସକମାନେ ଖୁସିବ୍ୟକ୍ତ କରୁଛନ୍ତି। କାରଣ ତାଙ୍କୁ ଟେଷ୍ଟ ଟିମ୍ରୁ ବାହାର କରିଦିଆଯାଇଥିଲା। ଏବେ ସେ ଟି୨୦ ସିରିଜରେ ଭଲ ପ୍ରଦର୍ଶନ କରିବାକୁ ଆଶାୟୀ ଅଛନ୍ତି।
The post କ୍ରିକେଟରଙ୍କୁ ପୁଣି ମିଳିଲା ଖୁସିଖବର, ପାକିସ୍ତାନରେ ଉତ୍ସବର ମାହୋଲ appeared first on Dharitri Odia News.