କ୍ରିକେଟ୍ ଖେଳୁଥିବା ସମୟରେ ବଜ୍ରାଘାତ, ଦୁଇ ନାବାଳକ ଗୁରୁତର 

ବାଉଁଶୁଣୀ: ବାଉଁଶୁଣୀ ଥାନା ତାଳପଡା ଗ୍ରାମରେ ସାଙ୍ଗମାନଙ୍କ ସହ କ୍ରିକେଟ୍ ଖେଳୁଥିବା ସମୟରେ ବଜ୍ରପାତ ଘଟି ଦୁଇ ଜଣ ନାବାଳକ ଗୁରୁତର ଆହତ ହୋଇଛନ୍ତି। ଆଜି ତାଳପଡା ଗ୍ରାମ ନିକଟ ପଡିଆରେ ପିଲାମାନେ କ୍ରିକେଟ୍ ଖେଳୁଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଗ୍ରାମର ୧୪ ବର୍ଷିୟ ରାହୁଲ କୁମ୍ଭାର ଓ ୧୫ ବର୍ଷିୟ ଅଭୟ କୁମ୍ଭାର ବଜ୍ରାଘାତର ଶିକାର ହୋଇଥିଲେ। ପରିବାର ଲୋକେ ଖବର ପାଇ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ୍ ଯୋଗେ ବାଉଁଶୁଣୀ ଡାକ୍ତରଖାନାରେ […]

କ୍ରିକେଟ୍ ଖେଳୁଥିବା ସମୟରେ ବଜ୍ରାଘାତ, ଦୁଇ ନାବାଳକ ଗୁରୁତର 

ବାଉଁଶୁଣୀ: ବାଉଁଶୁଣୀ ଥାନା ତାଳପଡା ଗ୍ରାମରେ ସାଙ୍ଗମାନଙ୍କ ସହ କ୍ରିକେଟ୍ ଖେଳୁଥିବା ସମୟରେ ବଜ୍ରପାତ ଘଟି ଦୁଇ ଜଣ ନାବାଳକ ଗୁରୁତର ଆହତ ହୋଇଛନ୍ତି। ଆଜି ତାଳପଡା ଗ୍ରାମ ନିକଟ ପଡିଆରେ ପିଲାମାନେ କ୍ରିକେଟ୍ ଖେଳୁଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଗ୍ରାମର ୧୪ ବର୍ଷିୟ ରାହୁଲ କୁମ୍ଭାର ଓ ୧୫ ବର୍ଷିୟ ଅଭୟ କୁମ୍ଭାର ବଜ୍ରାଘାତର ଶିକାର ହୋଇଥିଲେ। ପରିବାର ଲୋକେ ଖବର ପାଇ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ୍ ଯୋଗେ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅଭୟଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିବା ସୂଚନା ମିଳିଛି।