କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର: ୫ ବର୍ଷ ପରେ ବାରବାଟୀକୁ ଫେରିଲା ଦିନିକିଆ ମ୍ୟାଚ୍

ଭୁବନେଶ୍ଵର: ଟି-୨୦ ବିଶ୍ଵକପ୍‌ ସମୟରେ ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର। ପାଖାପାଖି ଅଢେଇ ବର୍ଷ ପରେ କଟକ ବାରବାଟୀ ଷ୍ଟାଡିୟମକୁ ଫେରିଛି ଅନ୍ତର୍ଜାତୀୟ ମୁକାବିଲା। ଆସନ୍ତା ଫେବୃଆରୀ ୯ ତାରିଖରେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ। ଏଠାରେ ଶେଷ ଦିନିକିଆ ମ୍ୟାଚ୍ ୨୦୧୯  ଡିସେମ୍ବର ୨୨ ତାରିଖରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଖେଳା ଯାଇଥିଲା। ଦୀର୍ଘ ୫ ବର୍ଷ ପରେ ବାରବାଟୀରେ ଦିନିକିଆ ମ୍ୟାଚ୍ ଖେଳାଯିବ। ୨୦୨୫ ଜାନୁଆରୀ ୨୨ ତାରିଖରୁ ଇଂଲଣ୍ଡ ଦଳର ଭାରତ ଗସ୍ତ ଆରମ୍ଭ ହେବ। ଏହି ସମୟରେ ଭ୍ରମଣକାରୀ ଦଳ ଭାରତରେ ୫ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। ଭାରତ ଏବଂ ଇଂଲଣ୍ଡ ଦିନିକିଆ ସିରିଜର ଦ୍ଵିତୀୟ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ୍ ଫେବୃଆରୀ ୬ରେ ନାଗପୁରଏବଂ ଫେବୃଆରୀ ୧୨ ତାରିଖରେ ଅହମ୍ମଦାବାଦରେ ତୃତୀୟ ମ୍ୟାଚ୍ ଖେଳାଯିବ।  ବିସିସିଆଇ ଆଜି ୨୦୨୪-୨୫ ଘରୋଇ ସିଜିନର ମ୍ୟାଚ୍ ତାରିଖ ଓ ଭେନ୍ୟୁ ଗୁଡ଼ିକର ନାଁ ଘୋଷଣା କରିଛି। ଏହି ଘରୋଇ ସିଜିନରେ ଭାରତ ଗସ୍ତରେ ବାଂଲାଦେଶ, ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ଆସିବେ। ଏହି ସମୟରେ ଭାରତୀୟ ଦଳ ମୋଟ୍ ୫ଟି ଟେଷ୍ଟ, ୮ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। ସୂଚନାଯୋଗ୍ୟ, ବାରବାଟୀ ଷ୍ଟାଡିୟମରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୨୨ ଜୁନ ୧୨ରେ ଟି-୨୦ ଅନ୍ତର୍ଜାତୀୟ ଭାବେ ଖେଳା ଯାଇଥିଲା। ଏହା ପର

କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର: ୫ ବର୍ଷ ପରେ ବାରବାଟୀକୁ ଫେରିଲା ଦିନିକିଆ ମ୍ୟାଚ୍

ଭୁବନେଶ୍ଵର: ଟି-୨୦ ବିଶ୍ଵକପ୍‌ ସମୟରେ ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର। ପାଖାପାଖି ଅଢେଇ ବର୍ଷ ପରେ କଟକ ବାରବାଟୀ ଷ୍ଟାଡିୟମକୁ ଫେରିଛି ଅନ୍ତର୍ଜାତୀୟ ମୁକାବିଲା। ଆସନ୍ତା ଫେବୃଆରୀ ୯ ତାରିଖରେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ। ଏଠାରେ ଶେଷ ଦିନିକିଆ ମ୍ୟାଚ୍ ୨୦୧୯  ଡିସେମ୍ବର ୨୨ ତାରିଖରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଖେଳା ଯାଇଥିଲା। ଦୀର୍ଘ ୫ ବର୍ଷ ପରେ ବାରବାଟୀରେ ଦିନିକିଆ ମ୍ୟାଚ୍ ଖେଳାଯିବ। 

୨୦୨୫ ଜାନୁଆରୀ ୨୨ ତାରିଖରୁ ଇଂଲଣ୍ଡ ଦଳର ଭାରତ ଗସ୍ତ ଆରମ୍ଭ ହେବ। ଏହି ସମୟରେ ଭ୍ରମଣକାରୀ ଦଳ ଭାରତରେ ୫ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। ଭାରତ ଏବଂ ଇଂଲଣ୍ଡ ଦିନିକିଆ ସିରିଜର ଦ୍ଵିତୀୟ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ୍ ଫେବୃଆରୀ ୬ରେ ନାଗପୁରଏବଂ ଫେବୃଆରୀ ୧୨ ତାରିଖରେ ଅହମ୍ମଦାବାଦରେ ତୃତୀୟ ମ୍ୟାଚ୍ ଖେଳାଯିବ।  

ବିସିସିଆଇ ଆଜି ୨୦୨୪-୨୫ ଘରୋଇ ସିଜିନର ମ୍ୟାଚ୍ ତାରିଖ ଓ ଭେନ୍ୟୁ ଗୁଡ଼ିକର ନାଁ ଘୋଷଣା କରିଛି। ଏହି ଘରୋଇ ସିଜିନରେ ଭାରତ ଗସ୍ତରେ ବାଂଲାଦେଶ, ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ଆସିବେ। ଏହି ସମୟରେ ଭାରତୀୟ ଦଳ ମୋଟ୍ ୫ଟି ଟେଷ୍ଟ, ୮ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। 

ସୂଚନାଯୋଗ୍ୟ, ବାରବାଟୀ ଷ୍ଟାଡିୟମରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୨୨ ଜୁନ ୧୨ରେ ଟି-୨୦ ଅନ୍ତର୍ଜାତୀୟ ଭାବେ ଖେଳା ଯାଇଥିଲା। ଏହା ପରେ ଭାରତ ଅନେକ ସିରିଜ୍ ଘରୋଇ ମାଟିରେ ଆୟୋଜନ କରି ସାରିଛି। ମାତ୍ର ବାରବାଟୀରେ କୌଣସି ମ୍ୟାଚ୍‌ ଆୟୋଜନ କରାଯାଉ ନ ଥିଲା। ତେବେ ଦୀର୍ଘ ୫ ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ଦିନିକିଆ ମୁକାବିଲା ଖେଳାଯିବ। ଏ ପର୍ଯ୍ୟନ୍ତ ଏହି ପୁରାତନ ଷ୍ଟାଡିୟମରେ ୧୯ ଦିନିକିଆ ମ୍ୟାଚ୍ ଖେଳା ଯାଇଛି।