କ୍ରିକେଟ୍ର ଅସଲି 'କିଙ୍ଗ' ବିରାଟ କୋହଲି, ପୁଣି ଆଲୋଚକଙ୍କୁ ଦେଲେ କଡ଼ା ଜବାବ
ମୁମ୍ବାଇ ୩୦।୦୬ : କ୍ରିକେଟ୍ର ଅସଲ କିଙ୍ଗ ବିରାଟ କୋହଲି । ତାହା ଥରେ ନୁହେଁ ଅନେକ ଥର ପ୍ରମାଣିତ କରିଛନ୍ତି । ଆଉ ଏବେ ପୁଣି ଥରେ କ୍ରିକେଟ୍ ଦୁନିଆରେ ନିଜକୁ ବାଦ୍ଶାହା ଭାବେ କରିଛନ୍ତି ସାବ୍ୟସ୍ତ । ଟି-୨୦ ବିଶ୍ୱକପ୍ର ୭୬ ରନ୍ର ପାରି ପୁଣି ଥରେ ବିରାଟଙ୍କୁ କାହିଁକି କିଙ୍ଗ୍ କୁହାଯାଉଛି । ତାହା ସେ ପ୍ରମାଣିତ କରିଛନ୍ତି । ଆଉ ଆଲୋଚକଙ୍କ ମୁହଁକୁ ମାରିଛନ୍ତି ଶକ୍ତ ଚାପୁଡ଼ା । ୨୦୨୪ ଟି-୨୦ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ । ଟସ୍ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଭାରତୀୟ ଟିମ୍ । ଆଉ ଓପନିଂ ପାଇଁ ପଡିଆକୁ ଓହ୍ଲାଇଲେ ରୋହିତ ଶର୍ମା ଏବଂ ବିରାଟ କୋହଲି । ହେଲେ ମାତ୍ର ୩୪ ରନ୍ରେ ପଡିଲା ୩ଟି ବହୁମୂଲ୍ୟ ଓ୍ୱିକେଟ୍ । ଆଉ କ୍ରିଜ୍ରେ ଗୋଟିଏ ପରେ ଜମି ରହିଥିଲେ ବିରାଟ କୋହଲି । ତାଙ୍କୁ ସାଥ୍ ଦେବାକୁ ଆସିଲ ଅକ୍ଷର ପଟେଲ । ଗୋଟିଏ ପଟେ ଅକ୍ଷର ନିଜ ପାରିକୁ ବିସ୍ଫୋରକ ଅନ୍ଦାଜରେ ଖେଳୁଥିଲେ । ଆଉ ଅନ୍ୟପଟେ ବିରାଟ ନିଜ ପାରିକୁ ଧୀରେ ଧୀରେ ଆଗକୁ ବଢାଉଥିଲେ । ଏହିପରି ଭାବରେ ସେ ନିଜର ଅର୍ଦ୍ଧଶତକ ପୂରଣ କରିଲେ । ଆଉ ଏହାପରେ ଆରମ୍ଭ ହେଲା ବିରାଟଙ୍କ ବିରାଟ ପାରିର ଆରମ୍ଭ । ଆଉ ବୋଲରଙ୍କୁ ନିର୍ଘାତ ପିଟିଲେ । ଯାହାବଳରେ ୪୮ ବଲ୍ରେ ୫୦ ରନ୍ କରିଥିବା ବିରାଟ ୫୯ ବଲ୍ରେ ୭୬ରନ୍ର ପାରି ଖେଳିଥିଲେ । ଏହା କେବଳ ଗୋଟିଏ ପାରି ନୁହେଁ । ଟି-୨୦ କ୍ରିକେଟ୍ରେ ଏହାପୂର୍ବରୁ ବିରାଟ ଅ
ମୁମ୍ବାଇ ୩୦।୦୬ : କ୍ରିକେଟ୍ର ଅସଲ କିଙ୍ଗ ବିରାଟ କୋହଲି । ତାହା ଥରେ ନୁହେଁ ଅନେକ ଥର ପ୍ରମାଣିତ କରିଛନ୍ତି । ଆଉ ଏବେ ପୁଣି ଥରେ କ୍ରିକେଟ୍ ଦୁନିଆରେ ନିଜକୁ ବାଦ୍ଶାହା ଭାବେ କରିଛନ୍ତି ସାବ୍ୟସ୍ତ । ଟି-୨୦ ବିଶ୍ୱକପ୍ର ୭୬ ରନ୍ର ପାରି ପୁଣି ଥରେ ବିରାଟଙ୍କୁ କାହିଁକି କିଙ୍ଗ୍ କୁହାଯାଉଛି । ତାହା ସେ ପ୍ରମାଣିତ କରିଛନ୍ତି । ଆଉ ଆଲୋଚକଙ୍କ ମୁହଁକୁ ମାରିଛନ୍ତି ଶକ୍ତ ଚାପୁଡ଼ା ।
୨୦୨୪ ଟି-୨୦ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ । ଟସ୍ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଭାରତୀୟ ଟିମ୍ । ଆଉ ଓପନିଂ ପାଇଁ ପଡିଆକୁ ଓହ୍ଲାଇଲେ ରୋହିତ ଶର୍ମା ଏବଂ ବିରାଟ କୋହଲି । ହେଲେ ମାତ୍ର ୩୪ ରନ୍ରେ ପଡିଲା ୩ଟି ବହୁମୂଲ୍ୟ ଓ୍ୱିକେଟ୍ । ଆଉ କ୍ରିଜ୍ରେ ଗୋଟିଏ ପରେ ଜମି ରହିଥିଲେ ବିରାଟ କୋହଲି । ତାଙ୍କୁ ସାଥ୍ ଦେବାକୁ ଆସିଲ ଅକ୍ଷର ପଟେଲ । ଗୋଟିଏ ପଟେ ଅକ୍ଷର ନିଜ ପାରିକୁ ବିସ୍ଫୋରକ ଅନ୍ଦାଜରେ ଖେଳୁଥିଲେ । ଆଉ ଅନ୍ୟପଟେ ବିରାଟ ନିଜ ପାରିକୁ ଧୀରେ ଧୀରେ ଆଗକୁ ବଢାଉଥିଲେ । ଏହିପରି ଭାବରେ ସେ ନିଜର ଅର୍ଦ୍ଧଶତକ ପୂରଣ କରିଲେ । ଆଉ ଏହାପରେ ଆରମ୍ଭ ହେଲା ବିରାଟଙ୍କ ବିରାଟ ପାରିର ଆରମ୍ଭ । ଆଉ ବୋଲରଙ୍କୁ ନିର୍ଘାତ ପିଟିଲେ । ଯାହାବଳରେ ୪୮ ବଲ୍ରେ ୫୦ ରନ୍ କରିଥିବା ବିରାଟ ୫୯ ବଲ୍ରେ ୭୬ରନ୍ର ପାରି ଖେଳିଥିଲେ । ଏହା କେବଳ ଗୋଟିଏ ପାରି ନୁହେଁ । ଟି-୨୦ କ୍ରିକେଟ୍ରେ ଏହାପୂର୍ବରୁ ବିରାଟ ଅନେକ ଥର ଟିମ୍ ଇଣ୍ଡିଆ ପାଇଁ ସାଜିଛନ୍ତି ସଙ୍କଟମୋଚକ ।
ସେମି ମୁକାବିଲାରେ ଖୁବ୍ ଗର୍ଜିଛି ବ୍ୟାଟ୍-
୨୦୧୪ରେ ଟି-୨୦ ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସେମିଫାଇନାଲ ମୁକାବିଲାରେ ଖେଳିଥିଲେ ୭୨ ରନ୍ର ପାରି । ଯେଉଁଠି ସାମ୍ନା କରିଥିଲେ ମାତ୍ର ୪୪ ବଲ୍ । ଏହାପରେ ଟି-୨୦ ବିଶ୍ୱକପ୍ ୨୦୧୬ ସଂସ୍କରଣରେ ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୪୭ ବଲ୍ରେ ଖେଳିଥିଲେ ୮୯ ରନ୍ର ପାରି । ଆଉ ଟି-୨୦ ବିଶ୍ୱକପ୍ ୨୦୨୨ ସଂସ୍କରଣରେ ଇଂଲଣ୍ଡ ବିପକ୍ଷ ମୁକାବିଲାରେ ୪୦ ବଲ୍ରେ ହାସଲ କରିଥିଲେ ୫୦ ରନ୍ ।