କ୍ରିପ୍ଟୋ କରେନ୍ସିରେ ଭଲ ରିଟର୍ଣ୍ଣ ଦେବାକୁ କହି କାକା-ପୁତୁରାଙ୍କ ଠାରୁ ଠକି ନେଲେ ୧.୪୩ କୋଟି

ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସିରେ ନିବେଶ କଲେ ଜବରଦସ୍ତ ରିଟର୍ଣ୍ଣ ମିଳିବା ଲୋଭରେ ୧.୪୩ କୋଟି ଟଙ୍କା ଠକାମୀର ଶିକାର ହେଲେ କାକା ପୁତୁରା। ଗୁଜରାଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗୁଜୁରାଟର ସୁରଟର ଜଣେ ବ୍ୟବସାୟୀ ଏବଂ ତାଙ୍କ ପୁତୁରାଙ୍କୁ ପ୍ରଥମେ କ୍ରିପ୍ଟୋକରେନ୍ସି ନିବେଶ ଉପରେ ଭଲ ରିଟର୍ଣ୍ଣର ପ୍ରଲୋଭନ ଦିଆଯାଇଥିଲା। ଲୋଭରେ ପଡି ଦୁହେଁ ମୋଟା ଅଙ୍କର ନିବେଶ କରିବା ପରେ ଠକମାନେ ଟଙ୍କା ଲୁଟି ଅଫିସ୍ ବନ୍ଦ କରିଦେଇ ଫେରାର୍ ହୋଇଯାଇଛନ୍ତି। ରବିବାର ଏନେଇ ସୁରଟ ପୁଲିସ ସୂଚନା ଦେଇଛି। ପୁଲିସ କହିଛି ଯେ ସୁରଟର ଏମ୍ବ୍ରୋଡୋରୀ କାରଖାନାର ମାଲିକ ମୁକେଶଭାଇ ସାୱାନିଙ୍କ ପରିଚୟ କ୍ରିପ୍ଟୋକରେନ୍ସି ବ୍ୟବସାୟରେ ଜଡିତ ହିରେନ କୁମ୍ଭାନି ଏବଂ ଭିରାମ ଗୋୟାନିଙ୍କ ସହ ହୋଇଥିଲା। ମେହୁଲ ଗାଲାନି ନାମକ ଅନ୍ୟ ଜଣେ ବ୍ୟବସାୟୀ ଅକ୍ଟୋବର ୨୦୨୨ରେ ମୁକେଶଭାଇଙ୍କୁ ହିରେନ ଏବଂ ଭିରାମଙ୍କ ସହ ପରିଚିତ କରାଇଥିଲେ।ପଢନ୍ତୁ-  ଭାରତର ଅଭିବୃଦ୍ଧି ହେଲେ ସାରା ବିଶ୍ୱର ଉପକାର ହେବ: ବିଲ୍‌ ଗେଟ୍ସଏହାପରେ ଭିରାମ ଏବଂ ହିରେନ ନିଜକୁ USDT (ଏକ ପ୍ରକାରର କ୍ରିପ୍ଟୋକରେନ୍ସି) ନିବେଶକ ଭାବରେ ପରିଚୟ ଦେଇଥିଲେ। ସେମାନେ ସିଙ୍ଗାପୁରର ଏକ କମ୍ପାନୀ, ବ୍ଲକୀ ନେଟୱାର୍କ ମାଧ୍ୟମରେ ନିବେଶ ପରିଚାଳନା କରୁଛନ୍ତି। ଏବଂ ଏହା ୧୫ ରୁ ୩୦ ପ୍ରତିଶତ ରିଟର୍ଣ୍ଣ ଗ୍ୟାରେଣ୍ଟି ଦେଉଛି ବୋଲି ଦୁଇ ମୁକେଶଭାଇଙ୍କୁ ଭୂଆଁ ବୁଲାଇଥିଲେ।  ଏଥିରେ ମୋହିତ ହୋଇ ମୁକ

କ୍ରିପ୍ଟୋ କରେନ୍ସିରେ ଭଲ ରିଟର୍ଣ୍ଣ ଦେବାକୁ କହି କାକା-ପୁତୁରାଙ୍କ ଠାରୁ ଠକି ନେଲେ ୧.୪୩ କୋଟି

ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସିରେ ନିବେଶ କଲେ ଜବରଦସ୍ତ ରିଟର୍ଣ୍ଣ ମିଳିବା ଲୋଭରେ ୧.୪୩ କୋଟି ଟଙ୍କା ଠକାମୀର ଶିକାର ହେଲେ କାକା ପୁତୁରା। ଗୁଜରାଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗୁଜୁରାଟର ସୁରଟର ଜଣେ ବ୍ୟବସାୟୀ ଏବଂ ତାଙ୍କ ପୁତୁରାଙ୍କୁ ପ୍ରଥମେ କ୍ରିପ୍ଟୋକରେନ୍ସି ନିବେଶ ଉପରେ ଭଲ ରିଟର୍ଣ୍ଣର ପ୍ରଲୋଭନ ଦିଆଯାଇଥିଲା। ଲୋଭରେ ପଡି ଦୁହେଁ ମୋଟା ଅଙ୍କର ନିବେଶ କରିବା ପରେ ଠକମାନେ ଟଙ୍କା ଲୁଟି ଅଫିସ୍ ବନ୍ଦ କରିଦେଇ ଫେରାର୍ ହୋଇଯାଇଛନ୍ତି। ରବିବାର ଏନେଇ ସୁରଟ ପୁଲିସ ସୂଚନା ଦେଇଛି। 

ପୁଲିସ କହିଛି ଯେ ସୁରଟର ଏମ୍ବ୍ରୋଡୋରୀ କାରଖାନାର ମାଲିକ ମୁକେଶଭାଇ ସାୱାନିଙ୍କ ପରିଚୟ କ୍ରିପ୍ଟୋକରେନ୍ସି ବ୍ୟବସାୟରେ ଜଡିତ ହିରେନ କୁମ୍ଭାନି ଏବଂ ଭିରାମ ଗୋୟାନିଙ୍କ ସହ ହୋଇଥିଲା। ମେହୁଲ ଗାଲାନି ନାମକ ଅନ୍ୟ ଜଣେ ବ୍ୟବସାୟୀ ଅକ୍ଟୋବର ୨୦୨୨ରେ ମୁକେଶଭାଇଙ୍କୁ ହିରେନ ଏବଂ ଭିରାମଙ୍କ ସହ ପରିଚିତ କରାଇଥିଲେ।

ପଢନ୍ତୁ-  ଭାରତର ଅଭିବୃଦ୍ଧି ହେଲେ ସାରା ବିଶ୍ୱର ଉପକାର ହେବ: ବିଲ୍‌ ଗେଟ୍ସ

ଏହାପରେ ଭିରାମ ଏବଂ ହିରେନ ନିଜକୁ USDT (ଏକ ପ୍ରକାରର କ୍ରିପ୍ଟୋକରେନ୍ସି) ନିବେଶକ ଭାବରେ ପରିଚୟ ଦେଇଥିଲେ। ସେମାନେ ସିଙ୍ଗାପୁରର ଏକ କମ୍ପାନୀ, ବ୍ଲକୀ ନେଟୱାର୍କ ମାଧ୍ୟମରେ ନିବେଶ ପରିଚାଳନା କରୁଛନ୍ତି। ଏବଂ ଏହା ୧୫ ରୁ ୩୦ ପ୍ରତିଶତ ରିଟର୍ଣ୍ଣ ଗ୍ୟାରେଣ୍ଟି ଦେଉଛି ବୋଲି ଦୁଇ ମୁକେଶଭାଇଙ୍କୁ ଭୂଆଁ ବୁଲାଇଥିଲେ।  

ଏଥିରେ ମୋହିତ ହୋଇ ମୁକେଶଭାଇ ପ୍ରଥମେ ୫୦୦ ଆମେରିକୀୟ ଡଲାର ନିବେଶ କରିଥିଲେ। ଏଥିରେ ପ୍ରଥମେ ତାଙ୍କୁ ଭଲ ରିଟର୍ଣ୍ଣ ମିଳିଥିଲା। ଏହାପରେ ସେ ଉତ୍ସାହିତ ହୋଇଦୁବାଇରେ କ୍ରିପ୍ଟୋକରେନ୍ସିରେ ନିବେଶ କରିବାକୁ ଇଚ୍ଛା କରିଥିଲେ। ଏହାପରେ ଠକମାନେ ତାଙ୍କୁ କ୍ରିପ୍ଟୋ କରେନ୍ସି କାରବାର କରୁଥିବା BKX ନାମକ ଏକ ମୋବାଇଲ୍ ଆପ୍ ଡାଉନଲୋଡ୍ କରିବାକୁ କହିଥିଲେ। ଏହି ପ୍ଲାଟଫର୍ମ ମାଧ୍ୟମରେ ମୁକେଶଭାଇ ୪ ଲକ୍ଷ ଟଙ୍କା ନିବେଶ କରିଥିଲେ। ପରବର୍ତ୍ତୀ କିଛି ମାସ ଧରି, ସେ କିସ୍ତିରେ ନିବେଶ ଜାରି ରଖିଥିଲେ, ଶେଷରେ ମୋଟ ୮୬.୬ ଲକ୍ଷ ଟଙ୍କା ନିବେଶ କରିଥିଲେ।

ଏହାପରେ ମୁକେଶଭାଇ ରିଟର୍ଣ୍ଣ ସମ୍ପର୍କରେ ହିରେନ ଏବଂ ବୀରମଙ୍କୁ ପଚାରିବାରୁ ସେ ପ୍ରଥମ ପ୍ରଥମେ ଅନେକ ବାହାନା କରିଥିଲେ। ଶେଷରେ ସେମାନେ ନିଜର ଅଫିସ ବନ୍ଦ କରି ଫେରାର୍ ହୋଇଯାଇଥିଲେ। ସେମାନଙ୍କୁ ଖୋଜି ନପାଇ ନିରାଶ ହୋଇ 

ମୁକେଶଭାଇ ଯେତେବେଳେ ଘଟଣା ବିଷୟରେ ତାଙ୍କ ପୁତୁରାଙ୍କୁ କହିଥିରେ ପୁତୁରା ମଧ୍ୟ ହିରେନ ଏବଂ ବୀରମଙ୍କ ମାଧ୍ୟମରେ ୫୬.୬୫ ଲକ୍ଷ ଟଙ୍କା ନିବେଶ କରିଛି ବୋଲି ଜାଣିବାକୁ ପାଇଥିଲେ।

ପଢନ୍ତୁ- ଏପ୍ରିଲ ପହିଲାରୁ ବନ୍ଦ ପଡ଼ିଥିବା ମୋବାଇଲ୍‌ ନମ୍ବରରେ କାମ କରିବନି ୟୁପିଆଇ: ବନ୍ଦ ହୋଇପାରେ ପୁଲ୍ ଟ୍ରାଞ୍ଜାକ୍ସନ

ଠକେଇର ଶିକାର ହୋଇଥିବା ଜାଣିବା ପରେ, କାକା-ପୁତୁରା ଦୁହେଁ ସୁରଟ କ୍ରାଇମ୍ ବ୍ରାଞ୍ଚରେ ଅଭିଯୋଗ କରିଥିଲେ। ଘଟମାରେ ହିରେନ୍ ଏବଂ ଭିରାମଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିଲା। ପରେ ମାମଲାଟିକୁ ସୁରଟ ପୋଲିସର ଅର୍ଥନୈତିକ ଶାଖାକୁ ସ୍ଥାନାନ୍ତର କରାଯାଇଛି। ଏଥିରେ ଏକ ବଡ଼ ରାକେଟ ସାମିଲ ଥାଇପାରେ ବୋଲି ଇୋକୋନୋମିକ୍ ବ୍ରାଞ୍ଚ ସନ୍ଦେହ କରୁଛି। ମାମଲାରେ ତଦନ୍ତ ଜାରି ରହିଛି।